କୁନ୍ତଳାଙ୍କ କାବ୍ୟରେ ଦେଶଭକ୍ତି ଝଲକ

ଜୀବନର ଅନେକ ସୁଖଦୁଃଖର ଶିଡ଼ି ଅତିକ୍ରମ କରି ନାରୀମାନଙ୍କ ମଧ୍ୟରେ ଆଧୁନିକ ସାରସ୍ବତ ଗଗନର ପ୍ରଭାତୀ ତାରା ରୂପେ ଉଇଁ କୁନ୍ତଳା କୁମାରୀ ନିଜକୁ କେବଳ ବିଭୁଭକ୍ତିର ଚତୁଃସୀମାରେ ଆବଦ୍ଧ ରଖି ନ ଥିଲେ, ବରଂ ତାଙ୍କ ଲେଖନୀରେ ଦେଶପ୍ରେମ ବ୍ୟଞ୍ଜକ ଜ୍ୱଳାମୟୀ ବାଣୀ ନିର୍ଗତ କରିଥିଲେ। ବିଭୁଭକ୍ତି ଓ ଦେଶଭକ୍ତି କୁନ୍ତଳା କୁମାରୀଙ୍କ କବିତାର ପ୍ରାଣ ଥିଲା।
ତାଙ୍କ ଜୀବନ ଥିଲା ଭକ୍ତିଯୋଗ ଓ କର୍ମଯୋଗର ଅପୂର୍ବ ସମ୍ମେଳନ। ବଳିତା ପରି ନିଜେ ଜଳି ଜଳି ଅନ୍ୟକୁ ସେ ଆଲୋକିତ କରିଥିଲେ। ପିଲାଦିନ ଏକ ଅଣଓଡ଼ିଆ ଅଞ୍ଚଳରେ କଟିଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରତି ଅଶେଷ ଅନୁରାଗବଶତଃ ଘରୋଇ ଭାବେ ଓଡ଼ିଆଭାଷା ଶିକ୍ଷା କରିଥିଲେ।
ସେହି ମହୀୟସୀ ବାଗ୍ମୀ କୁନ୍ତଳା ୧୯୦୧ ମସିହା ଫେବୃୟାରୀ ୮ରେ ଏକ ଶୁଭ ସନ୍ଧିକ୍ଷଣରେ ଅନନ୍ୟା ଧୀଶକ୍ତିସମ୍ପନ୍ନା ଗୁଣନେଇ ଜନ୍ମ ହୋଇଥିଲେ ବିଚ୍ଛିନ୍ନାଞ୍ଚଳ ଉତ୍କଳର ସ୍ବତନ୍ତ୍ର ଗଡ଼ଜାତ ବସ୍ତରରେ। ପିତା ଦାନିଏଲ୍‌ ଥିଲେ ବର୍ମାରେ ଡାକ୍ତର। ମାତା ଥିଲେ ମଣିକା ସାବତ୍‌।
ନିଜ ପାରିବାରିକ ଦୁର୍ଘଟଣା ଯୋଗୁ କୁନ୍ତଳା ତାଙ୍କ ଭଉଣୀଙ୍କ ସହ ଖୋର୍ଦ୍ଧା ଚାଲିଆସି ତାଙ୍କ ଜେଜେମା’ ଓ ଜେଜେବାପାଙ୍କ ସହ ଖୋର୍ଦ୍ଧାରେ ରହୁଥିଲେ। ସତୀର୍ଥ ଖୋର୍ଦ୍ଧାମାଟିର ଆକର୍ଷଣ ତାଙ୍କୁ ଅଶେଷ ଆନନ୍ଦ ପ୍ରଦାନ କରିଥିଲା। ବିଶେଷତଃ ଖୋର୍ଦ୍ଧାର ନାରୀମାନଙ୍କ ସହ ତାଙ୍କ ପ୍ରତି ଥିବା ଅକପଟ ସ୍ନେହ ଓ ସହାନୁଭୂତି ତାଙ୍କୁ ବିମୋହିତ କରିଥିଲା। ସେ ସମ୍ପର୍କରେ ନିଜର ଅଭିମତ ଦେଇ ସେ କହିଥିଲେ “ସ୍ବର୍ଗର ଦେବୀ ଯଦି କେହି କଳ୍ପନା କରିଥାଏ, ତାହା ମୁଁ ସେଇଠି (ଖୋର୍ଦ୍ଧାରେ) ଦେଖିଛି।” ପରେ ଅନୁରାଗ ଅତିଶୟ ଯୋଗୁ ଖୋର୍ଦ୍ଧାର ଇତିହାସ ବିଜଡ଼ିତ ପ୍ରସିଦ୍ଧ ବରୁଣେଇ ପାହାଡ଼ ତଳେ ଏକ ନାରୀ ଶିକ୍ଷାମନ୍ଦିର ପ୍ରତିଷ୍ଠା କରିବା ପାଇଁ ଅଭିଳାଷ ପୋଷଣ କରିଥିଲେ ମଧ୍ୟ ଅନେକ ପ୍ରତିବନ୍ଧକ ଯୋଗୁ ତାହା ସମ୍ଭବ ହୋଇପାରି ନ ଥିଲା। କଟକ ମେଡିକାଲ ସ୍କୁଲର ପ୍ରତିଯୋଗିତା ପରୀକ୍ଷାରେ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ୧୯୧୭ରେ ସେ ଡାକ୍ତରୀ ପଢ଼ାରେ ନାମ ଲେଖାଇଲେ। ଜଣେ ଝିଅ ହିସାବରେ ସେ ପ୍ରଥମ କରି ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ୧୯୨୧ରେ ବିହାର ଓ ଓଡ଼ିଶା ସରକାରଙ୍କ ଦ୍ୱାରା ମେଡିକାଲ ବୋର୍ଡ ପରୀକ୍ଷାରେ ସବୁ ବିଷୟରେ ପ୍ରଥମ ହୋଇ ସର୍ବୋଚ୍ଚ ନମ୍ବର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେ ୧୬ଟି ସ୍ବର୍ଣ୍ଣ ଓ ରୌପ୍ୟପଦକ ପୁରସ୍କାର ପାଇଥିଲେ। କେନ୍ଦ୍ରାପଡ଼ା ନିବାସୀ ଦିଲ୍ଲୀର ଡାକ୍ତରୀ ବନ୍ଧୁ କୃଷ୍ଣ ପ୍ରସାଦ ବ୍ରହ୍ମଚାରୀଙ୍କ ସହିତ ୧୯୨୮ ଅଗଷ୍ଟ ୮ ଶ୍ରାବଣମାସ କୃଷ୍ଣ ସପ୍ତମୀରେ ବୈଦିକ ଆଶ୍ରମରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା।
ତାଙ୍କୁ ଜୀବନରେ କବି ହେବାର ପ୍ରେରଣା ଯୋଗାଇ ଦେଇଥିଲା ରେଭେନ୍ସା ବାଳିକା ବିଦ୍ୟାଳୟରୁ ବିଦାୟକାଳୀନ ସ୍ବରଚିତ କବିତା। ତାଙ୍କର ସେହି କବିତାଟି ଶିକ୍ଷୟିତ୍ରୀ, ଶିକ୍ଷାୟତନର ଛାତ୍ରୀ ଓ କର୍ମଚାରୀମାନଙ୍କ ମହଲରୁ ବହୁ ପ୍ରଶଂସା ଆଣି ଦେଇଥିଲା। ତାଙ୍କ ଦ୍ୱାରା ରଚିତ କବିତାଗୁଡ଼ିକ ମଧ୍ୟରୁ ପ୍ରଥମ କବିତା ‘ତାରା ପ୍ରତି’ ବିଶ୍ୱନାଥ କରଙ୍କ ସମ୍ପାଦନରେ ପ୍ରକାଶ ପାଉଥିବା ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୧୭ରେ ପ୍ରକାଶ ପାଇଥିଲା।
“ଶେଫାଳି ପ୍ରତି, କମଳ ପ୍ରତି ଓ ପୂଜା” ନାମକ ତିନିଗୋଟି କବିତା ତାଙ୍କର ପ୍ରତିଭା ଓ ରଚନାମତ୍କ ନିର୍ଭୁଲତା ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ସାବଲୀଳ ଭାବଚାତୁରିକୁ ଉପସ୍ଥାପନ କରିବାରେ ଏକ ସଫଳ କୃତି। ଗଙ୍ଗା ମନ୍ଦିର ଘରବାଡ଼ିପଟର କ୍ଷୁଦ୍ର ଗଙ୍ଗଶିଉଳି ଫୁଲକୁ ନେଇ ପରମାର୍ଥକ ବିନା ଧାରାରେ ଆମତ୍ ବିବାହର କବିଙ୍କ ଲେଖନୀରୁ ଆମତ୍ ପ୍ରକାଶ କରିଥିଲା କବିତା ‘ଶେଫାଳି ପ୍ରତି’। ତାଙ୍କ ବେଦନାସିକ୍ତ ମାର୍ମିକ ପଂକ୍ତି ହେଲା –
”ମାଟିରେ ମିଶିବୁ ତୁହି
ମାଟିରେ ମିଶିବି ମୁହିଁ
ତଥାପି ମୋ ଆମତ୍ା ଫୁଲ
ନ ଯିବରେ ମଉଳି
ତେଣୁ ଆଶାବହି ଦିନକାଟେ
ଆରେ ଗଙ୍ଗଶିଉଳି।“
ସାରସ୍ବତ ସାଧନାର ଆଦ୍ୟ ବିକାଶକାଳ ୧୯୨୧ରୁ ୧୯୨୮ ମଧ୍ୟରେ “ଅଞ୍ଜଳି, ଅର୍ଚ୍ଚନା, ଉତ୍‌ଚ୍ଛ୍ବାସ, ସ୍ଫୁଲିଙ୍ଗ” ଆଦି କବିତା ପୁସ୍ତକ ସହ ଭ୍ରାନ୍ତି, ନତୁଣ୍ଡି, ପରଶମଣି, କାଳୀବୋହୂ ଇତ୍ୟାଦି ଉପନ୍ୟାସମାନ ରଚନା କରି ସେ ଉଭୟ କାବ୍ୟ ଓ କଥାସାହିତ୍ୟରେ ବିପୁଳ ପ୍ରତିଷ୍ଠା ଅର୍ଜନ କରିଥିଲେ। ନିଜର କାମନା କବିତାରେ ଏକ ଭାବରାଜିର ମନୋଜ୍ଞ ବିଳାସରେ କବି ପରମେଶ୍ୱରଙ୍କ କରୁଣା ଭିକ୍ଷା କରି ଗାଇଛନ୍ତି –
”ଦୁଃଖ ମୋର ବନ୍ଧୁ, ଦୁଃଖ ମୋର ସଖା
ଦୁଃଖ ମୋ ହୃଦୟେ ବସି
ଅର୍ଚ୍ଚନା ମନ୍ଦିରେ ହୃତବେଦୀ ପରେ
ଦୁଃଖ ମୋର ଫୁଲରାଶୀ।“
ମାତ୍ର ୩୮ ବର୍ଷ ବୟସରେ ଦେଶଖ୍ୟାତିର ସର୍ବୋଚ୍ଚ ସ୍ଥାନରେ ପହଞ୍ଚତ୍ ଦେଶ ଓ ଦଶର ନେତୃତ୍ୱ ନେଇ ବହୁମୁଖୀ କାର୍ଯ୍ୟକ୍ରମ ଦକ୍ଷତାର ସହ ସମ୍ପାଦନ କରୁଥିବା ବେଳେ କାଳର ଶିକାର ହୋଇଥିଲେ । ତାଙ୍କର ପଞ୍ଚଭୂତ ଶରୀର ପଞ୍ଚତତ୍ତ୍ୱରେ ବିଲୀନ ହୋଇଥିଲା। ଜୀବନ ଥିଲା ସାହିତ୍ୟ, ଜଣେ ଓଡ଼ିଆଣୀ ଭାବେ ଗର୍ବ କରୁଥିବା ବିପ୍ଳବିନୀ କୁନ୍ତଳାଙ୍କ ଭିତରେ ଓଡ଼ିଆତ୍ୱର ମୌଳିକତା ବୁଡ଼ି ରହିଥିଲା। ଏଭଳି ଏକ ବିସ୍ମୟ ପ୍ରତିଭା ଉତ୍କଳମାତାର କୋଳମଣ୍ଡନ କରି ନିର୍ବିକାର ଭାବରେ ଯେଉଁ ଅପୂର୍ବ ଅବଦାନ ରଖିଯାଇଛନ୍ତି, ତାହା ଜାତି ଇତିହାସରେ କାଳ କାଳ ପାଇଁ ଲିପିବଦ୍ଧ ହୋଇ ରହିଥିବ। ଆଜି ଜନ୍ମ ଜୟନ୍ତୀରେ ସେହି ମହୀୟସୀ ମହିଳା ତଥା କବି ଏବଂ ସାହିତ୍ୟର ସାରସ୍ବତ ସାଧିକାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

  • ଉମାଶଙ୍କର ପ୍ରସାଦ
    ସମ୍ପାଦକ, ‘ମାର୍ଗଦର୍ଶୀ’
    ଭଗତଲେନ୍‌, ମେନ୍‌ରୋଡ୍‌, ଖୋର୍ଦ୍ଧା
    ମୋ:୬୩୭୦୬୭୫୫୬୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri