Categories: ଫୁରସତ

ଭୁଲ୍‌ରେ ଫ୍ୟାମିଲି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଚାଲିଗଲା ଯୁବତୀଙ୍କ ଉଲଗ୍ନ ଫଟୋ, ଆଉ ତା’ ପରେ…

ଜଣେ ଟିକ୍‌ଟକ୍‌ ୟୁଜର ନିଜର ଏକ ନିଚ୍ଛକ କାହାଣୀ ଫଲୋଅର୍ସସମାନଙ୍କ ସହ ଶେୟାର କରିଛନ୍ତି। ବେଥ୍‌ନୀ ମାର୍ଗେରିଟ୍‌ ନାମକ ଜଣେ ଯୁବତୀ ଭୁଲ୍‌ରେ କେମିତି ତାଙ୍କର ନଗ୍ନ ଫଟୋ ଫ୍ୟାମିଲି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଚାଲିଯାଇଥିଲା ସେ ବିଷୟରେ କହିଛନ୍ତି। ଏହା ପରେ ତାଙ୍କ ଭାଇ ତାଙ୍କୁ ତୁରନ୍ତ ମେସେଜ କରିଥିଲେ।

ବେଥ୍‌ ତାଙ୍କ ପ୍ରଥମ ଭିଡିଓରେ କହିଛନ୍ତି, ତାଙ୍କ ବାନ୍ଧବୀଙ୍କ ସହିତ ସେ ଶପିଂ ପାଇଁ ଯାଇଥିଲେ। ତାଙ୍କୁ ଏକ ଡ୍ରେସ୍‌ ଖୁବ୍‌ ପସନ୍ଦ ଆସିଥିଲା। ଏହି ସମୟରେ ବେଥ୍‌ଙ୍କ ବାନ୍ଧବୀଙ୍କ ଘରୁ କିଛି ଜରୁରୀ କାମ ପଡ଼ିବାରୁ ସେ ଶପିଂ ଅଧାରୁ ଚାଲିଗଲେ। ବେଥ୍‌ କହିଥିଲେ, ମୁଁ ତୁମକୁ ହ୍ବାଟ୍ସଆପ୍‌ରେ ଫଟୋ ଦେବି ଡ୍ରେସ୍‌ ମୋତେ କେମିତି ହେଲା। ଘରକୁ ଯାଇ ବେଥ୍‌ ଡେସ୍‌ ଚେକ୍‌ କରିଥିଲେ। ସାଙ୍ଗକୁ ଏହି ଫଟୋ ପଠାଇବେ କ’ଣ ନିଜର ଫ୍ୟାମିଲି ଗ୍ରୁପ୍‌ରେ ଛାଡ଼ିଦେଲେ। ଯେତେବେଳେ ତାଙ୍କୁ ନୋଟିଫିକେଶନ ଆସିଲା ସେତେବେଳେ ବେଥ୍‌ଙ୍କ ହୋସ୍‌ ଉଡ଼ିଗଲା। ସେ ଭୁଲ୍‌ରେ ବାନ୍ଧବୀଙ୍କ ଜାଗାରେ ପରିବାର ଲୋକଙ୍କୁ ପଠାଇ ଦେଇଛନ୍ତି। ତାଙ୍କ ଭାଇ ତାଙ୍କୁ ଏହି ଫଟୋ ଡିଲିଟ୍‌ କରିବାକୁ କହିଥିଲେ। ସେତେବେଳେ ବେଥ୍‌ ଫଟୋକୁ ଡିଲିଟ୍‌ କରିଥିଲେ। ଏଥିରେ ଖୁବ୍‌ ଲାଜେଇ ଯାଇଥିଲେ ବେଥ୍‌। ସେ ଡିଲିଟ୍‌ କରିବା ପୂର୍ବରୁ ପରିବାରର କିଛି ସଦସ୍ୟ ଏହାକୁ ଦେଖି ସାରିଥିଲେ। ମାତ୍ର ତାଙ୍କ ପରିବାର ଲୋକେ ବେଥ୍‌ଙ୍କୁ ବୁଝାଇଥିଲେ। ଏଥିରେ ବ୍ୟସ୍ତ ନ ହେବାକୁ କହିଥିଲେ। ତାଙ୍କ ଭାଉଜ ତାଙ୍କୁ କହିଥିଲେ, ଫଟୋ ପଠାଇବା ପୂର୍ବରୁ ଭଲ ଭାବେ ଚେକ୍‌ କରିନେବା ଉଚିତ୍‌।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିଛି ୟୁଜର ତାଙ୍କ ଘର ଲୋକଙ୍କ ସକାରାତ୍ମକ ମନୋଭାବକୁ ପ୍ରଶଂସା କରୁଛନ୍ତି। ଜଣେ ମହିଳା ୟୁଜର କହିଛନ୍ତି, ମୋ ସହ ବି ଥରେ ଏମିତି ଘଟିଥିଲା। ମୋ ପରିବାର ମୋତେ ଗାଳି କରିଥିଲେ। ମାତ୍ର ତୁମ ପରିବାର ଲୋକ ବହୁତ ଭଲ ଯେ, ତୁମକୁ ବୁଝାଉଛନ୍ତି।

Share