Posted inଫୁରସତ

ଏକାସଙ୍ଗରେ ୧୬ ଯୁବକଙ୍କ ସହ ଡେଟ୍‌ରେ ଗଲେ ଯୁବତୀ, ପରେ ଘଟିଲା…

ଅଧିକାଂଶ ଅବିବାହିତ ଯୁବକ, ଯୁବତୀ ଲଭ୍‌ ଆଇଲ୍ୟାଣ୍ଡ ଏବଂ ସ୍ପିଲ୍‌ଟ୍ସଭିଲା ପରି ଅନେକ ରିୟାଲିଟି ଶୋ’କୁ ଯାଇଥାନ୍ତି। ଏଥିପାଇଁ ତାଙ୍କ ନିକଟରେ ଅନେକ ବିକଳ୍ପ ରହିଥାଏ। କିନ୍ତୁ ବ୍ରିଟେନର ଜଣେ ଯୁବକଙ୍କ ବିଶ୍ୱାସ ଥିଲା କି ସେ ଯେଉଁ ଯୁବତୀଙ୍କ ସହ ଡେଟ୍‌ରେ ଯାଉଛନ୍ତି ତାହା ତାଙ୍କ ଜୀବନକୁ ଏକ ଟିଭି ଶୋ’ରେ ପରିଣତ କରିବ।

ଏହି ଯୁବକ ଜଣଙ୍କ ତାଙ୍କ ସହିତ ହୋଇଥିବା ଭିନ୍ନ ଏକ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯୁବକ ଜଣକ ଭିଡିଓରେ କହୁଛନ୍ତି, ସେ ଡେଟିଂ ଆପ୍ଲିକେଶନର ବ୍ୟବହାର କରୁଛନ୍ତି। ଏହି ଆପରେ ସେ ଜଣେ ଯୁବତୀଙ୍କ ସହ ଯୋଡ଼ି ହୋଇଥିଲେ। ପରେ ଉଭୟ ଭେଟିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଉଭୟ ଡେଟିଂ ସ୍ପଟ୍‌ ଉପରେ ନିଷ୍ପତ୍ତି ନେଇଥିଲେ। ଏନେଇ ଦୁଇଜଣ ବହୁ ଉତ୍ସାହିତ ଥିଲେ। ମାତ୍ର ଯେତେବେଳେ ସ୍ପଟ୍‌ ଉପରେ ପହଞ୍ଚିଲେ ସେତେବେଳେ ଯୁବକଙ୍କ ଉତ୍ସାହ ପାଣି ଫାଟିଗଲା। କାରଣ ସେଠାରେ ପୂର୍ବରୁ ଆଉ ୧୫ ଜଣ ଯୁବକ ଉପସ୍ଥିତ ଥିଲେ। ଯାହାକି ଏହି ଯୁବକଙ୍କ ଅଜାଣତରେ ହୋଇଥିଲା।

ଯୁବକ ଜଣକ ଭିଡିଓରେ କହିଛନ୍ତି, ମୋତେ ବୁଝା ପଡ଼ିଲାନି ଯେତେବେଳେ ଜଣକ ପରେ ଜଣେ ଆସି ମୋ’ ସହ ହାତ ମିଳାଇଲେ। କିନ୍ତୁ ଯୁବତୀଙ୍କ ସହ ସେମାନେ ସମସ୍ତେ ବେଶ୍‌ ଭଲ ଭାବେ ହସଖୁସି ହେଉଥିଲେ। ସେ କହିଛନ୍ତି, ଜୀବନରେ ପ୍ରଥମ ଥର ଏହି ଯୁବତୀଙ୍କ ସହ ଡେଟ୍‌ରେ ଯିବାକୁ ନିଷ୍ପତ୍ତି ନେଇଥିଲି। ମୁଁ ଭାବି ପାରୁନି ଏହା ବାସ୍ତବରେ ନା ମଜାରେ ଘଟିଲା ମୋ ସହ। ଯୁବକ ଜଣକ କହିଛନ୍ତି, ଖାଲି ଏତିକି ନୁହେଁ ଯୁବତୀ ଏକଥା ବି କହିଲେ କି ସେ ସମସ୍ତ ଯୁବକଙ୍କୁ ଡାକିଥିଲେ। କହିଲେ ତୁମ ସମସ୍ତଙ୍କ ସହ ଭଲ ବନ୍ଧୁତା ବି ରହିବ। ଘରକୁ ଫେରି ପ୍ରଥମ ଯୁବକ ଯୁବତୀଙ୍କୁ ଏ ସମ୍ପର୍କରେ ମେସେଜ କରି ପଚାରିଲେ। ମାତ୍ର ଯୁବତୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଲାନି।

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିଛି ଲୋକ କହିଛନ୍ତି, ଏହା ଯୁବତୀଙ୍କ ପାଗଳପଣ। ଆଉ କିଛି ଲୋକ କହିଛନ୍ତି, ଯୁବକଙ୍କ ବିଶ୍ୱାସରେ ସେ ବିଷ ଦେଇଛନ୍ତି। କାହା ଭାବନା ସହିତ ଖେଳିବା ଉଚିତ୍‌ ନୁହେଁ। ସେହିପରି ଆଉ କିଛି ୟୁଜର କହିଛନ୍ତି, ଏହା ଏକ ଛୋଟ ମଜା ଥିଲା। ଏହାକୁ ଗମ୍ଭୀରତା ସହ ନିଅନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri