Categories: ଫୁରସତ

ବାଲକୋନୀରେ ଚୁଟି ଶୁଖାଇବା ବେଳେ ପାଞ୍ଚ ମହଲାରୁ ଖସିପଡ଼ିଲେ ଯୁବତୀ; ଆଉ ତା’ ପରେ…

ପୁଣେ: ବାଲକୋନୀରେ କେଶ ଶୁଖାଇବା ସମୟରେ ଖସିପଡ଼ିଲେ ଜଣେ ଯୁବତୀ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏଠାରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଝିଅଙ୍କ କେଶ ଫ୍ଲାଟ୍‌ର ଏକ ଝରକା ଗ୍ରିଲରେ ଲାଗିଯାଇଥିଲା। ସେଠାରେ ସେ ଝୁଲି ରହିଥିଲେ। ଏହାର ଦୀର୍ଘ ୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୁଣେର ଅଗ୍ନିଶମ ବିଭାଗକୁ ଝିଅଙ୍କ ବିଷୟରେ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ପାଖରେ ପହଞ୍ଚିବା ପରେ ଶିଡ଼ି ଓ ଦଉଡ଼ି ବ୍ୟବହାର କରିଥିଲେ। ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ସମୟରେ କେହି ଜଣେ ଏହାର ଭିଡିଓ କରିଥିଲେ, ତାହା ଏବେ ଭାଇରାଲ ହେଉଛି।

Share