ବୁଦ୍ଧିମାନ ଲୋକଙ୍କ ଖେଳ

ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍‌ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଖେଳାଯାଏ। ଚେସ୍‌ ଖେଳର ଇତିହାସ ୧୫୦୦ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ମଧ୍ୟ ଜୁଲାଇ ୨୦, ୧୯୨୪ରେ ପ୍ରଥମେ ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ୍‌(ଫିଡେ) ସ୍ଥାପନ କରାଯାଇଥିଲା। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ବର୍ଷ ବିଶ୍ୱ ଚେସ୍‌ ଦିବସ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ଚେସ୍‌କୁ ନେଇ ସଚେତନତା ସୃଷ୍ଟି କରିବା ଓ ଏହାର ଫାଇଦା ଜଣାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।
ଇତିହାସ ଅନେକ ପୁରୁଣା। ଏହାକୁ ନେଇ ଭିନ୍ନ ଭିନ୍ନ କାହାଣୀ ମଧ୍ୟ ରହିଛି। ଖ୍ରୀଷ୍ଟାବ୍ଦ ୩୧୯-୫୪୩ ମଧ୍ୟରେ ଉତ୍ତର ଭାରତରେ ଗୁପ୍ତ ସାମ୍ରାଜ୍ୟ ଦ୍ୱାରା ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ଏହାର ନାମ ଚତୁରଙ୍ଗ ରହିଥିଲା। ସିଲ୍କ ରୋଡ ମାଧ୍ୟମରେ ଏହା ପର୍ସିଆରେ ପହଞ୍ଚତ୍ବା ପରେ ଏହାର ନାମକରଣ ଚେସ୍‌ ହୋଇଥିଲା। ଇତିହାସକାରଙ୍କ ଅନୁସାରେ ଜନୈକ ଭାରତୀୟ ରାଷ୍ଟ୍ରଦୂତ ପର୍ସିଆ ଗସ୍ତ ସମୟରେ ରାଜା ଖର୍ସୋ(୫୩୧-୫୭୯ ଖ୍ରୀଷ୍ଟାବ୍ଦ)ଙ୍କୁ ଏକ ଚତୁରଙ୍ଗ ବୋର୍ଡ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଏହା ପର୍ସିଆରେ ଲୋକପ୍ରିୟତା ହାସଲ କରିବା ସହ ୟୁରୋପରେ ପହଞ୍ଚିଥିଲା। ଅଲ ସୁଲି ଓ ଅଲ ଲାଜଲାଜ ନାମକ ଦୁଇ ଜଣ ବ୍ୟକ୍ତି ଏହି ଖେଳର ନିୟମ ନିର୍ଦ୍ଧାରଣ କରିଥିବା ବେଳେ ୯୦୦-୧୦୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ୟୁରୋପରେ ପହଞ୍ଚିଥିଲା। ୟୁରୋପ ମଧ୍ୟ ଦେଇ ଏହି ଖେଳ ରୁଷିଆରେ ପହଞ୍ଚିଥିଲା। ୧୯୨୪ ପର୍ଯ୍ୟନ୍ତ ଏହି ଖେଳଟି ଅଣ ସଂଗଠିତ ରହିଥିବା ବେଳେ ଜୁଲାଇ ୨୦ ତାରିଖରେ ପ୍ୟାରିସ୍‌ରେ ଫିଡେ ସ୍ଥାପନ କରାଯାଇଥିଲା। ୧୨ ଡିସେମ୍ବର ୨୦୧୮ରେ ଫିଡେ ସାଧାରଣ ପରିଷଦ ପକ୍ଷରୁ ଅନ୍ତର୍ଜାତୀୟ ଚେସ୍‌ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri