ବୁଦ୍ଧିମାନ ଲୋକଙ୍କ ଖେଳ

ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍‌ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଖେଳାଯାଏ। ଚେସ୍‌ ଖେଳର ଇତିହାସ ୧୫୦୦ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ମଧ୍ୟ ଜୁଲାଇ ୨୦, ୧୯୨୪ରେ ପ୍ରଥମେ ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ୍‌(ଫିଡେ) ସ୍ଥାପନ କରାଯାଇଥିଲା। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ବର୍ଷ ବିଶ୍ୱ ଚେସ୍‌ ଦିବସ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ଚେସ୍‌କୁ ନେଇ ସଚେତନତା ସୃଷ୍ଟି କରିବା ଓ ଏହାର ଫାଇଦା ଜଣାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।
ଇତିହାସ ଅନେକ ପୁରୁଣା। ଏହାକୁ ନେଇ ଭିନ୍ନ ଭିନ୍ନ କାହାଣୀ ମଧ୍ୟ ରହିଛି। ଖ୍ରୀଷ୍ଟାବ୍ଦ ୩୧୯-୫୪୩ ମଧ୍ୟରେ ଉତ୍ତର ଭାରତରେ ଗୁପ୍ତ ସାମ୍ରାଜ୍ୟ ଦ୍ୱାରା ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ଏହାର ନାମ ଚତୁରଙ୍ଗ ରହିଥିଲା। ସିଲ୍କ ରୋଡ ମାଧ୍ୟମରେ ଏହା ପର୍ସିଆରେ ପହଞ୍ଚତ୍ବା ପରେ ଏହାର ନାମକରଣ ଚେସ୍‌ ହୋଇଥିଲା। ଇତିହାସକାରଙ୍କ ଅନୁସାରେ ଜନୈକ ଭାରତୀୟ ରାଷ୍ଟ୍ରଦୂତ ପର୍ସିଆ ଗସ୍ତ ସମୟରେ ରାଜା ଖର୍ସୋ(୫୩୧-୫୭୯ ଖ୍ରୀଷ୍ଟାବ୍ଦ)ଙ୍କୁ ଏକ ଚତୁରଙ୍ଗ ବୋର୍ଡ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଏହା ପର୍ସିଆରେ ଲୋକପ୍ରିୟତା ହାସଲ କରିବା ସହ ୟୁରୋପରେ ପହଞ୍ଚିଥିଲା। ଅଲ ସୁଲି ଓ ଅଲ ଲାଜଲାଜ ନାମକ ଦୁଇ ଜଣ ବ୍ୟକ୍ତି ଏହି ଖେଳର ନିୟମ ନିର୍ଦ୍ଧାରଣ କରିଥିବା ବେଳେ ୯୦୦-୧୦୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ୟୁରୋପରେ ପହଞ୍ଚିଥିଲା। ୟୁରୋପ ମଧ୍ୟ ଦେଇ ଏହି ଖେଳ ରୁଷିଆରେ ପହଞ୍ଚିଥିଲା। ୧୯୨୪ ପର୍ଯ୍ୟନ୍ତ ଏହି ଖେଳଟି ଅଣ ସଂଗଠିତ ରହିଥିବା ବେଳେ ଜୁଲାଇ ୨୦ ତାରିଖରେ ପ୍ୟାରିସ୍‌ରେ ଫିଡେ ସ୍ଥାପନ କରାଯାଇଥିଲା। ୧୨ ଡିସେମ୍ବର ୨୦୧୮ରେ ଫିଡେ ସାଧାରଣ ପରିଷଦ ପକ୍ଷରୁ ଅନ୍ତର୍ଜାତୀୟ ଚେସ୍‌ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri