ନଦୀକୂଳରେ ବଉଳାକୁମ୍ଭୀର ବସା

ମହାକାଳପଡ଼ା,୨୩ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ନଦୀ ନାଳଘେରା ଅଞ୍ଚଳରେ ବହୁସଂଖ୍ୟାରେ କୁମ୍ଭୀର ଘୂରି ବୁଲୁଛନ୍ତି। ଅନେକ ସମୟରେ ଲୋକେ ନଦୀ ନାଳରେ ପ୍ରବେଶ କରିବା ଯୋଗୁ କୁମ୍ଭୀର ଆକ୍ରମଣରେ ଶିକାର ହୋଇ ଜୀବନ ଯାଉଛି। ସେହିପରି ମହାନଦୀ, ଚିତ୍ରୋତ୍ପଳା, ପାଇକା, ଲୁଣା, ହଂସୁଆ, ବ୍ରାହ୍ମଣୀ, ଗୋବରୀ, ଖରସ୍ରୋତା ଆଦି ନଦୀ ନାଳରେ ମାଳମାଳ କୁମ୍ଭୀର ଘୂରି ବୁଲୁଛନ୍ତି। ବିଶେଷକରି ଜୁନ, ଜୁଲାଇରେ ବଉଳା କୁମ୍ଭୀର ପ୍ରଜନନ ଋତୁରେ ନଦୀକୂଳରେ ବସା ବାନ୍ଧିବା ଆରମ୍ଭ କରନ୍ତି। ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇ ଆକ୍ରମଣ କରିଥାନ୍ତି। ନଦୀ କୂଳ ଘଞ୍ଚ ବୁଦାମୂଳେ ପାଣି ନିଗିଡ଼ା ଉଚ୍ଚ ଜାଗାରେ ଏମାନେ ବସା ବାନ୍ଧି ଅଣ୍ଡାଦାନ କରନ୍ତି। ଏମାନେ କାଠିକୁଟା, ଖରି ପତ୍ର, ଡାଳ, ନାଳିଆ ଘାସକୁ ସଂଗ୍ରହ କରି ସୁରକ୍ଷିତ ଭାବେ ବସା ବାନ୍ଧିଥାନ୍ତି। ଏହି ସମୟରେ ପୁରୁଷ କୁମ୍ଭୀର ମାଛ କଙ୍କଡ଼ା ସଂଗ୍ରହ ପାଇଁ ବାହାରକୁ ଯାଇଥିବାବେଳେ ବସାରେ ମାଈ କୁମ୍ଭୀର ୫୦ରୁ ୬୦ ଅଣ୍ଡା ଦାନ କରି ମାସେ ରୁ ଦେଢ଼ ମାସ ପର୍ଯ୍ୟନ୍ତ ଉଷୁମରେ ବସନ୍ତି। ପୁରୁଷ କୁମ୍ଭୀର ନିକଟରେ ଶତ୍ରୁକୁ ଦେଖିଲେ ଆକ୍ରମଣ କରିଥାଏ। ଅଣ୍ଡା ଫୁଟିବା ପରେ ଶାବକମାନଙ୍କୁ ଧରି ଉଭୟ କୁମ୍ଭୀର ନଦୀ, ନାଳ, ସମୁଦ୍ର ଜୁଆର ଢେଉକୁ କାଟି ଲହଡ଼ି ରେ ପହଁରା ଶିଖାନ୍ତି। ଏହା ସପ୍ତାହେ ପର୍ଯ୍ୟନ୍ତ ନଦୀ ଢେଉରେ ଖେଳାଇବା ପରେ ଶାବକ କୁମ୍ଭୀରମାନେ କୁମ୍ଭୀରକୁ ଛାଡ଼ି ନିଜେ ନିଜେ ଜୁଆର ଢେଉକୁ କାଟିଥାନ୍ତି। ବତିଘର କଂସାର ଡିଆ, ହେଟାମୁଣ୍ଡିଆ, ଭିତର ଖରିନାସୀ, କାଉଡିଆ ସଂରକ୍ଷିତ ଜଙ୍ଗଲ, ଜମ୍ବୁ ଝାଉଁବଣ ନାଳ, କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ତଣ୍ଡା ନଦୀ ନାଳ, ଗୋବରୀ ନଦୀ କୂଳ, ଏକଲପୁର, ରଡ଼ିଆ ଓରୁଅ ପାଳ, ଓରତଘାଟ ନଦୀ ପଠା ପ୍ରମୁଖ ସ୍ଥାନଗୁଡ଼ିକରେ କୁମ୍ଭୀର ଅଣ୍ଡାଦାନ ପାଇଁ ବସା ବାନ୍ଧିବା ଦେଖିବାକୁ ମିଳେ ବୋଲି କୁହାଯାଇଛି। ଏହି ସମୟରେ ନଦୀ ନାଳରେ ଜନସାଧାରଣ ପ୍ରବେଶ ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ହେଲେ ନଦୀ କୂଳିଆ ଅଞ୍ଚଳର ଲୋକମାନେ ନଦୀରେ ପ୍ରବେଶ କଲେ କୁମ୍ଭୀର ଆକ୍ରମଣରେ ଶିକାର ହେଉଥିବା ନଜିର ରହିଛ। ସେହିପରି ରାମନଗର, ଖରିନାସୀ, ବତିଘର, ଜମ୍ବୁ, ସୁନିତି, ବଉଳକଣି, ପେଟଛେଲା, ଶାସନ ପେଟା, ରଟପଙ୍କ ଆଦି ଅଞ୍ଚଳରେ ଲୋକମାନଙ୍କୁ ଆକ୍ରମଣ କରିବା ନଜିର ରହିଛି। ଅପରପକ୍ଷରେ ବନ ବିଭାଗ ପକ୍ଷରୁ ନଦୀକୂଳ ଘାଟରେ ଗାଧୁଆ ତୁଠ ନିର୍ମାଣ କାର୍ଯ୍ୟ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ କୁମ୍ଭୀର ସୁରକ୍ଷା ବାଡା ଭାଙ୍ଗିରୁଜି ଗଲାଣି। ନଦୀ କୂଳରେ ଗାଧୁଆ ତୁଠରେ ଲୋକମାନେ ବିପଦପୂର୍ଣ୍ଣ ଭାବେ ଗାଧୋଉଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରେ ବନ ବିଭାଗ ପକ୍ଷରୁ ନଦୀ କୂଳରେ ବସବାସ କରୁଥିବା ଲୋକ ବିଶେଷ କରି ବର୍ଷାଦିନରେ ନଦୀରେ ପ୍ରବେଶ ନ କରିବାକୁ ସଚେତନ ରହିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri