ପାଠପଢ଼ା ଚାପରେ ଜୀବନ ହାରିଲେ ୪ର୍ଥ ଶ୍ରେଣୀ ଛାତ୍ରୀ

ଭବାନୀପାଟଣା,୩୧।୧: ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ଛାତ୍ରୀଙ୍କ ମା’ କୌଣସି କାମରେ ବାହାରକୁ ଯାଇଥିଲେ। ସେତିକିବେଳେ ସେ ଘରେ ଏକୁଟିଆ ରହିଥିଲେ। ମା’ କାମ ସାରି ଘରକୁ ଫେରି ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଟାଉନ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଘଟଣା ସଂକ୍ରାନ୍ତରେ ଟାଉନ ଥାନା ଆଇଆଇସି ସତ୍ୟ ନନ୍ଦଙ୍କୁ ପଚାରିବାରୁ ଛାତ୍ରୀଙ୍କ ମା’ ତାଙ୍କୁ ପଢ଼ିବା ପାଇଁ ତାଗିଦା କରୁଥିଲେ। ଫଳରେ ସେ ମାନସିିକ ଚାପରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଉଛି। ଏନେଇ ଅଧିକ ତଦନ୍ତ ଚାଳିଛି।