Posted inଜାତୀୟ

ବିପତ୍ତି ଡାକୁଛି ଜଙ୍ଗଲ ନିଆଁ

ଡେରାଡୁନ୍‌,୬ା୫:ଉତ୍ତରାଖଣ୍ଡ ଜଙ୍ଗଲରେ ଗତ ନଭେମ୍ବରରୁ ଅଦ୍ୟାବଧି ୮୮୬ ଥର ନିଅଁା ଲାଗିଛି। ବନାଗ୍ନିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜାଣିଶୁଣି ନିଆଁ ଲଗାଇବା ଅଭିଯୋଗରେ ୬୪ ଜଣଙ୍କୁ ଗିରଫ କରାଗଲାଣି। ଏହି ନିଆଁରେ ୧,୧୦୭ ହେକ୍ଟର ଜଙ୍ଗଲ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏହି ଜଙ୍ଗଲ ନିଆଁ ଯୋଗୁ ହିମବାହ ତରଳି ସମ୍ପୃକ୍ତ ଅଞ୍ଚଳର ଜୈବବିବିଧତାକୁ ନଷ୍ଟକରି ପରିବେଶକୁ ବଡ଼ କ୍ଷତି ପହଞ୍ଚାଇବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଦେବଭୂମି ରୂପେ ପରିଚିତ ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଜଙ୍ଗଲରେ କିଛି ଦିନ ହେଲା ଭୀଷଣ ନିଆଁ ଲାଗିଥିବାବେଳେ ଏହାକୁ କିଛିମାତ୍ରାରେ ଆୟତ୍ତ କରାଯାଇଛି। ତେବେ ଏହି ଅଞ୍ଚଳ ବିପଦମୁକ୍ତ ହୋଇପାରିନାହିଁ। ଏହାର ପ୍ରଭାବ ଉପରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିଓଲୋଜିର ପୂର୍ବତନ ବୈଜ୍ଞାନିକ ପି.ଏସ୍‌. ନେଗି ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ନେଗି କହିଛନ୍ତି, ଗ୍ରୀଷ୍ମଋତୁରେ ଜଙ୍ଗଲ ନିଆଁରୁ ଉଠୁଥିବା ଧୂଆଁ ଯୋଗୁ ଏହି ଅଞ୍ଚଳର ଆକାଶରେ କଳା ଅଙ୍ଗାରର ଏକ ଘନ ଆସ୍ତରଣ ବସିଯିବ। ଏହାର ପ୍ରଭାବରେ ହିମାଳୟର ହିମବାହ ତରଳିବ, ଯାହାକି ସମ୍ପୂର୍ଣ୍ଣ ଜୈବଶୃଙ୍ଖଳକୁ ପ୍ରଭାବିତ କରିବ। ଏହା ପରିବେଶର ସନ୍ତୁଳନକୁ ନଷ୍ଟ କରିଦେବା ଆଶଙ୍କା ରହିଛି।
ବିଶ୍ୱବ୍ୟାଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନରେ ବରଫ ତରଳିବାରେ କଳା ଅଙ୍ଗାର ଭୂମିକା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଉକ୍ତ ରିପୋର୍ଟ ଅନୁସାରେ କଳା ଅଙ୍ଗାର ଜମାଟ ବାନ୍ଧିଲେ ହିମବାହ ସୌର ବିକିରଣ କରିବା ବଢ଼ିଯାଇଥାଏ। ଏଥିଯୋଗୁ ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧିପାଏ, ଯାହାକି ଗ୍ରେସିଅର ତରଳିବାରେ ପୁଣି ସହାୟକ ହୋଇଥାଏ। ସେହିପରି ଜି.ବି. ପନ୍ଥ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଏନ୍‌ଭାଇରୋନ୍‌ମେଣ୍ଟ ଗବେଷକ ଜେ.ସି. କୁନିଆଲ ମଧ୍ୟ ଏହି ଅଞ୍ଚଳରେ ଜଙ୍ଗଲ ନିଆଁ ଯୋଗୁ ପରିବେଶ ପ୍ରତି ସଙ୍କଟ ସୃଷ୍ଟି ହୋଇଥିବା କହିଛନ୍ତି। ଇତିମଧ୍ୟରେ ହିମାଳୟରେ ହିମବାହ ତରଳିବା ବାଦଲଫଟା ବର୍ଷା ଭଳି ବିପତ୍ତିକୁ ଡାକିଆଣିପାରେ ବୋଲି ବିଶ୍ୱ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ସତର୍କ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri