ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ଦେଶରେ ଘରୋଇ କମ୍ପାନୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶରେ ପ୍ରତିଦିନ ୫୦୦ରୁ ଅଧିକ କମ୍ପାନୀ ଖୋଲୁଛି। ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶରେ ମୋଟ ୨୬ ଲକ୍ଷରୁ ଅଧିକ କମ୍ପାନୀ ଖୋଲାଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୨୬,୬୩,୦୧୬ କମ୍ପାନୀ ଖୋଲିଛି। ସେଥିମଧ୍ୟରୁ ୧୬,୯୧,୪୯୫ କମ୍ପାନୀ (୬୪ ପ୍ରତିଶତ) ମଧ୍ୟ ସକ୍ରିୟ ଅଛନ୍ତି। ଗତ ଆର୍ଥିକ ବର୍ଷରେ ଦେଶରେ ୧.୮୫ ଲକ୍ଷରୁ ଅଧିକ କମ୍ପାନୀ ପଞ୍ଜୀକୃତ ହୋଇଥିଲେ। କେବଳ ଚଳିତ ବର୍ଷ ମାର୍ଚ୍ଚରେ ପ୍ରାୟ ୧୬,୬୦୦ କମ୍ପାନୀ ପଞ୍ଜୀକୃତ ହୋଇଛନ୍ତି। ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ୧,୫୯,୫୨୪ କମ୍ପାନୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କର ପେଡ ଅପ ପୁଞ୍ଜି ଥିଲା ୧୮,୧୩୨.୧୬ କୋଟି। କର୍ପୋରେଟ ମନ୍ତ୍ରଣାଳୟର ସୂଚନାନୁସାରେ, ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶରେ ଅତି କମରେ ୯,୩୧,୬୪୪ କମ୍ପାନୀ ବନ୍ଦ ହୋଇଯାଇଥିଲା।

ଏହା ବ୍ୟତୀତ ୨,୪୭୦ କମ୍ପାନୀ ନିଷ୍କ୍ରିୟ ଥିଲେ ଏବଂ ୧୦,୩୮୫ କମ୍ପାନୀ ଦେବାଳିଆ ହେବା ସ୍ଥିତିରେ ଅଛନ୍ତି। ଅନ୍ୟପଟେ ୨୭,୦୨୨ କମ୍ପାନୀକୁ ସରକାରୀ ରେକର୍ଡରୁ ହଟାଇବା ପ୍ରକ୍ରିୟା ଚାଲିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ପଞ୍ଜୀକୃତ ହୋଇଥିବା ୧,୮୫,୩୧୨ କମ୍ପାନୀର ମୋଟ ପୁଞ୍ଜି ୩୦,୯୨୭.୪୦ କୋଟି ଟଙ୍କା ଥିଲା। ସେଥିମଧ୍ୟରୁ ୭୧ ପ୍ରତିଶତ ସେବା କ୍ଷେତ୍ରରେ, ୨୩ ପ୍ରତିଶତ ଶିଳ୍ପ ବିଭାଗରେ ଏବଂ ୬ ପ୍ରତିଶତ କୃଷି କ୍ଷେତ୍ରରେ ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ରରେ ସର୍ବାଧିକ ୧୭.୬ ପ୍ରତିଶତ ନୂତନ କମ୍ପାନୀ ପଞ୍ଜିକୃତ ହୋଇଛନ୍ତି। ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ, ୫,୧୬୪ ବିଦେଶୀ କମ୍ପାନୀ ମଧ୍ୟ ଦେଶରେ ପଞ୍ଜୀକୃତ ହୋଇଥିଲେ। ସେଥିମଧ୍ୟରୁ ୩,୨୮୮ କମ୍ପାନୀ (୬୪ ପ୍ରତିଶତ) ସକ୍ରିୟ ଥିଲେ। ୨୦୨୪ ମାର୍ଚ୍ଚରେ ଭାରତରେ ୬୭ ପ୍ରତିଶତ ନିର୍ଦ୍ଦେଶକ ପୁରୁଷ ଏବଂ ୩୩ ପ୍ରତିଶତ ମହିଳା ଥିଲେ। ନୂତନ ନିର୍ଦ୍ଦେଶକଙ୍କ ମଧ୍ୟରୁ ୪୩ ପ୍ରତିଶତଙ୍କ ବୟସ ୩୧ ରୁ ୪୫ ବର୍ଷ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?