Categories: ଫୁରସତ

ଓଠ ସଦୃଶ ଫୁଲ

କେପ୍‌ ଟାଉନ: ପ୍ରକୃତିର ସୃଷ୍ଟି ଅତ୍ୟନ୍ତ ଅଜବ ହୋଇଥାଏ; ଯାହାକୁ ଦେଖି ଲୋକେ ଖୁସି ହେଉଥିବାବେଳେ ଅନେକ ସମୟରେ ତାହା ଆଖିକୁ ବିଶ୍ୱାସ ମଧ୍ୟ ହୁଏନି। ତେବେ ଏପରି ଏକ ଗଛ ଅଛି, ଯାହା ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ମଣିଷଙ୍କ ଓଠ ସଦୃଶ। ଏହି ଗଛରେ ଯାହା ଫୁଲ ହୁଏ, ତାହା ମଣିଷଙ୍କ ଓଠ ପରି ହୋଇଥାଏ, ଯାହାକୁ ହୁକର ପ୍ଲାଣ୍ଟ କୁହାଯାଏ। ଏହାର ବୈଜ୍ଞାନିକ ନାମ ସାଇକୋଟରିଆ ଇଲାଟା। ମଣିଷଙ୍କ ଲାଲ ରଙ୍ଗର ଓଠ ସଦୃଶ ଏହି ଗଛ ଅନେକ ଚଢ଼େଇଙ୍କୁ ତା’ ଆଡ଼କୁ ଆକର୍ଷିତ କରିଥାଏ। ତେବେ ଏପରି ଗଛ ଦକ୍ଷିଣ ଆଫ୍ରିକା ଏବଂ ମଧ୍ୟ ଆଫ୍ରିକାରେ ଦେଖିବାକୁ ମିଳିଥାଏ। ଏହାର ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

Share