Odisha Elections 2024
Posted inଖେଳ

କ୍ରିକେଟରେ ଫ୍ଲପ୍‌, ହକିରେ ହିଟ୍‌ ଟିମ୍‌ ଇଣ୍ଡିଆ: ପାକିସ୍ତାନକୁ ହରାଇଲା…

ନୂଆଦିଲ୍ଲୀ,୩ା୯: ଭାରତୀୟ ପୁରୁଷ ହକି ଦଳ ଏସିଆ କପ ଫାଇଭସ୍‌ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଛି। ପେନାଲ୍ଟି ଶୁଟଆଉଟରେ ଭାରତ ୨-୧ରେ ଜିତିଥିଲା। ଫୁଲ ଟାଇମ ଶେଷରେ ମ୍ୟାଚ ୪-୪ ଡ୍ରରେ ଶେଷ ହୋଇଥିଲା, ଯେଉଁ କାରଣରୁ ଫଳାଫଳ ସ୍ଥିର କରିବାକୁ ପେନାଲ୍ଟି ଶୁଟଆଉଟ କରିବାକୁ ପଡିଥିଲା। ଗୋଟିଏ ପଟେ ଭାରତୀୟ କ୍ରିକେଟ ଦଳ ଶନିବାର ପାକିସ୍ତାନ ବିପକ୍ଷରେ ଫ୍ଲପ ହୋଇଥିବାବେଳେ ହକି ଦଳ ଜିତିଛି।
ମଣିନ୍ଦର ସିଂ ଏବଂ ଗୁରୁଜିତ ସିଂ ଶୁଟଆଉଟରେ ଭାରତ ପାଇଁ ଗୋଲ ସ୍କୋର କରିଥିଲେ। ଭାରତର ଉଇକେଟ କିପର ସୁରଜ କରକେରା ପାକିସ୍ତାନର ଆର୍ଶାଦ ଲିଆକାଟ ଏବଂ ମହମ୍ମଦ ମୋର୍ତ୍ତେଜାଙ୍କୁ ଶୁଟଆଉଟରେ ଗୋଲ ସ୍କୋର କରିବାକୁ ଅଟକାଇଥିଲେ। ଭାରତ ପାଇଁ ପୂରା ସମୟରେ ମହମ୍ମଦ ରାହୁଲ ଦୁଇଟି ଗୋଲ ସ୍କୋର କରିଥିଲେ। ଏହା ବ୍ୟତୀତ ଯୁଗରାଜ ସିଂ ଏବଂ ମଣିନ୍ଦର ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ୧୯ ଓ ୨୬ ମିନିଟରେ ରାହୁଲ ଦଳ ପାଇଁ ଗୋଲ ସ୍କୋର କରିଥିଲେ। ସପ୍ତମ ମିନିଟରେ ଜୁରାଜ ସିଂ ଗୋଟିଏ ଗୋଲ ସ୍କୋର କରିଥିଲେ ଏବଂ ଦଶମ ମିନିଟରେ ମଣିନ୍ଦର ସିଂ ଗୋଟିଏ ଗୋଲ ସ୍କୋର କରିଥିଲେ। ଫାଇନାଲରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନରେନ୍ଦ୍ର ମୋଦି ଟୁଇଟ୍‌ କରି କହିଛନ୍ତି, ହକି ୫ଏସ୍‌ ଏସିଆ କପରେ ଚାମ୍ପିୟନ !! ପୁରୁଷ ହକି ଦଳକୁ ଏକ ଚମତ୍କାର ବିଜୟ ପାଇଁ ଅଭିନନ୍ଦନ। ଏହା ଆମ ଖେଳାଳିଙ୍କ ଅଦମ୍ୟ ଉତ୍ସର୍ଗର ଏକ ପ୍ରମାଣ ଏବଂ ଏହି ବିଜୟ ସହିତ ଆମେ ଆସନ୍ତା ବର୍ଷ ଓମାନରେ ହେବାକୁ ଥିବା ହକି ବିଶ୍ୱକପରେ ଆମର ସ୍ଥିତି ସୁରକ୍ଷିତ କରିଛୁ। ଆମର ଖେଳାଳିଙ୍କ ଆଭିମୁଖ୍ୟ ଏବଂ ନିଷ୍ଠା ଆମ ଦେଶକୁ ପ୍ରେରଣା ଯୋଗାଉଛି।
ଗତକାଲି ଏସିଆ କପ୍‌ରେ ଭାରତ ଏବଂ ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେକେଆର୍‌କୁ ଫାଇନାଲ ଟିକେଟ, ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନର ପ୍ରଥମ ଫାଇନାଲ ଟିକେଟ ପାଇଛି ଶ୍ରେୟସ ଆୟର ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ଏହା ଦଳ ପାଇଁ ଆଇପିଏଲ୍‌ ଇତିହାସରେ...

ଆଇପିଏଲ୍‌ ୨୦୨୪ ଫାଇନାଲ ଖେଳିବ ଏହି ଦୁଇ ଟିମ୍‌!

ନୂଆଦିଲ୍ଲୀ,୨୧।୫: ଆଇପିଏଲ୍‌ ୨୦୨୪ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ୧୦ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ଏବେ କେବଳ ୪ ଟିମ୍‌ ପ୍ଲେ ଅଫ୍‌...

କ୍ୱାଲିଫାୟରରେ ଆଣ୍ଠେଇଲା ହାଇଦ୍ରାବାଦ; ବ୍ୟାଟିଂ ଫାୟାର ପାଓ୍ବାର୍‌ ଫେଲ୍‌, କୋଲକାତାକୁ ମାତ୍ର ଏତିକି ରନ୍‌ର ସହଜ ଟାର୍ଗେଟ…

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନରେ ପ୍ଲେଅଫ୍‌ର ରୋମାଞ୍ଚ ଆରମ୍ଭ ହୋଇଛି। ପ୍ରଥମ କ୍ୱାଲିଫାୟରରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛି। ନରେନ୍ଦ୍ର...

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ...

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri