Posted inଖେଳ

କ୍ରିକେଟରେ ଫ୍ଲପ୍‌, ହକିରେ ହିଟ୍‌ ଟିମ୍‌ ଇଣ୍ଡିଆ: ପାକିସ୍ତାନକୁ ହରାଇଲା…

ନୂଆଦିଲ୍ଲୀ,୩ା୯: ଭାରତୀୟ ପୁରୁଷ ହକି ଦଳ ଏସିଆ କପ ଫାଇଭସ୍‌ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଛି। ପେନାଲ୍ଟି ଶୁଟଆଉଟରେ ଭାରତ ୨-୧ରେ ଜିତିଥିଲା। ଫୁଲ ଟାଇମ ଶେଷରେ ମ୍ୟାଚ ୪-୪ ଡ୍ରରେ ଶେଷ ହୋଇଥିଲା, ଯେଉଁ କାରଣରୁ ଫଳାଫଳ ସ୍ଥିର କରିବାକୁ ପେନାଲ୍ଟି ଶୁଟଆଉଟ କରିବାକୁ ପଡିଥିଲା। ଗୋଟିଏ ପଟେ ଭାରତୀୟ କ୍ରିକେଟ ଦଳ ଶନିବାର ପାକିସ୍ତାନ ବିପକ୍ଷରେ ଫ୍ଲପ ହୋଇଥିବାବେଳେ ହକି ଦଳ ଜିତିଛି।
ମଣିନ୍ଦର ସିଂ ଏବଂ ଗୁରୁଜିତ ସିଂ ଶୁଟଆଉଟରେ ଭାରତ ପାଇଁ ଗୋଲ ସ୍କୋର କରିଥିଲେ। ଭାରତର ଉଇକେଟ କିପର ସୁରଜ କରକେରା ପାକିସ୍ତାନର ଆର୍ଶାଦ ଲିଆକାଟ ଏବଂ ମହମ୍ମଦ ମୋର୍ତ୍ତେଜାଙ୍କୁ ଶୁଟଆଉଟରେ ଗୋଲ ସ୍କୋର କରିବାକୁ ଅଟକାଇଥିଲେ। ଭାରତ ପାଇଁ ପୂରା ସମୟରେ ମହମ୍ମଦ ରାହୁଲ ଦୁଇଟି ଗୋଲ ସ୍କୋର କରିଥିଲେ। ଏହା ବ୍ୟତୀତ ଯୁଗରାଜ ସିଂ ଏବଂ ମଣିନ୍ଦର ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ୧୯ ଓ ୨୬ ମିନିଟରେ ରାହୁଲ ଦଳ ପାଇଁ ଗୋଲ ସ୍କୋର କରିଥିଲେ। ସପ୍ତମ ମିନିଟରେ ଜୁରାଜ ସିଂ ଗୋଟିଏ ଗୋଲ ସ୍କୋର କରିଥିଲେ ଏବଂ ଦଶମ ମିନିଟରେ ମଣିନ୍ଦର ସିଂ ଗୋଟିଏ ଗୋଲ ସ୍କୋର କରିଥିଲେ। ଫାଇନାଲରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନରେନ୍ଦ୍ର ମୋଦି ଟୁଇଟ୍‌ କରି କହିଛନ୍ତି, ହକି ୫ଏସ୍‌ ଏସିଆ କପରେ ଚାମ୍ପିୟନ !! ପୁରୁଷ ହକି ଦଳକୁ ଏକ ଚମତ୍କାର ବିଜୟ ପାଇଁ ଅଭିନନ୍ଦନ। ଏହା ଆମ ଖେଳାଳିଙ୍କ ଅଦମ୍ୟ ଉତ୍ସର୍ଗର ଏକ ପ୍ରମାଣ ଏବଂ ଏହି ବିଜୟ ସହିତ ଆମେ ଆସନ୍ତା ବର୍ଷ ଓମାନରେ ହେବାକୁ ଥିବା ହକି ବିଶ୍ୱକପରେ ଆମର ସ୍ଥିତି ସୁରକ୍ଷିତ କରିଛୁ। ଆମର ଖେଳାଳିଙ୍କ ଆଭିମୁଖ୍ୟ ଏବଂ ନିଷ୍ଠା ଆମ ଦେଶକୁ ପ୍ରେରଣା ଯୋଗାଉଛି।
ଗତକାଲି ଏସିଆ କପ୍‌ରେ ଭାରତ ଏବଂ ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri