କେନ୍ଦୁପତ୍ର ବ୍ୟବସାୟୀଙ୍କ କବ୍‌ଜାରେ ବନ୍ୟା ଆଶ୍ରୟସ୍ଥଳୀ

ମାଥିଲି,୯ା୫(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁଙ୍ଗିଆପୁଟ ପଞ୍ଚାୟତରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ କେନ୍ଦୁପତ୍ର ବ୍ୟବସାୟୀମାନେ କବ୍‌ଜା କରି ନେଇଥିବା ଦେଖିବାକୁ ମିଳିଛି। ଏଠାରେ ଶହଶହ କେନ୍ଦୁପତ୍ର ବସ୍ତା ରଖାଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ ସୁରକ୍ଷା ପାଇଁ ସରକାର ବନ୍ୟା ଆଶ୍ରୟସ୍ଥଳୀ କରିଛନ୍ତି। ବର୍ଷା ପବନ ଆସିଲେ ଲୋକେ ସେଥିରୁ ରକ୍ଷା ପାଇବାକୁ ଆଶ୍ରୟ ନେବେ। ମାତ୍ର ଏହି ଆଶ୍ରୟସ୍ଥଳିକୁ କେତେକ କେନ୍ଦୁପତ୍ର ବ୍ୟବସାୟୀ ନିଜ ହାତକୁ ନେଇଯାଇ ଏଠାରେ କେନ୍ଦୁପତ୍ର ରଖୁଥିବା ଜଣାପଡିଛି। ଏହାକୁ ବିରୋଧ କଲେ ସେମାନେ ଧମକଚମକ ଦେଉଛନ୍ତ। କିନ୍ତୁ ଲୋକଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ଦଲାଲ l ବର୍ତ୍ତମାନ ଆଗକୁ ଆସୁଛି ବନ୍ୟା ପ୍ରଶାସନ ଏ ଦିଗରେ ଗୁରୁତ୍ୱ ଦେଇ ବନ୍ୟା ଆଶ୍ରୟସ୍ଥଳିରୁ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ହଟାଇବା ଲାଗି ଦାବି ହେଉଛି। ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବା ଲାଗି ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।