ଭଦ୍ରକ, ୨୬। ୬(ସନାତନ ରାଉତ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତରଗତ ଧାମରା ମଧ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ନିଆଁ ଲାଗି ଜଳିଯାଇଛି। ଏହି ଟ୍ରଲରକୁ କ୍ରେଡେଲକୁ ଉଠାଯାଇ କାଠ କାମ ହେଉଥିବା ବେଳେ ଅସାବଧାନତାରୁ ନିଆଁ ଲାଗି ଯାଇଥିଲା । ଫଳରେ ଟ୍ରଲରର କ୍ୟାବିନ ଏବଂ ଉପରଭାଗ ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି । ଧାମରା ଦମକଳ ବାହିନୀ ଏବଂ ଧାମରା ବନ୍ଦର ଦମକଳ ବାହିନୀ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବା କଷ୍ଟ ହୋଇ ପଡିଥିଲା । ଫଳରେ ଟ୍ରଲରର ଉପର ଭାଗ ସମ୍ପୂର୍ଣ ଜଳିଯାଇଛି। ଟ୍ରଲରଟି ଧାମରା ଅଂଚଳର ସପନ ସିଟଙ୍କର ହୋଇଥିବା ବେଳେ କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।