ଚଳନ୍ତା ମାଲବାହୀ ଗାଡ଼ିରେ ଲାଗିଲା ନିଆଁ

ବାଲେଶ୍ବର ଅଫିସ ୨।୧: ବାଲେଶ୍ବର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଟୋଲଗେଟ ଛକ ନିକଟରେ ସୋମବାର ପୂର୍ବାହ୍ନରେ ଏକ ଚଳନ୍ତା ମାଲବାହୀ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏଥିରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଉକ୍ତ ମାଲବାହୀ ଗାଡ଼ିଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଟୋଲଗେଟ ଛକ ନିକଟରେ ଗାଡ଼ିରେ ନିଆଁ ଲାଗିଥିବା ଜାଣି ଚାଳକ ଗାଡ଼ିରୁ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକେ ବସ୍ତା ଅଗ୍ନିଶମ ବିଭାଗକୁ ଏହି ସମ୍ପର୍କରେ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇଁ ଅମର୍ଦାରୋଡ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରହିଛି।