ବୁର୍ଜ ଖଲିଫା ନିକଟରେ ଥିବା ୩୫ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ…

ଦୁବାଇ,୭।୧୧ : ଦୁବାଇର ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ନିକଟରେ ଥିବା ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ସୂଚନାନୁସାରେ, ସୋମବାର ସକାଳେ ୩୫ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଘଣ୍ଟା ଘଣ୍ଟା ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଲୋକମାନେ ବିଲ୍ଡିଂରୁ ଧୂଆଁ ବାହାରୁଥିବା ଖବର କରିଥିଲେ। ତେବେ ପୋଲିସ ଓ ବିଲ୍ଡିଂର ଅଧିକାରୀଙ୍କ ଦ୍ୱାରା ନିଆଁ କିପରି ଲାଗିଲା ସେନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ପୂର୍ବରୁ ୨୦୧୫ରେ ମଧ୍ୟ ବୁର୍ଜ ଖଲିଫା ନିକଟରେ ଥିବା ଆଡ୍ରେସ୍‌ ଡାଉନ ଟାଉନରେ ମଧ୍ୟ ନିଆଁ ଲାଗିଥିଲା ।

Share