୨ ସାହି ମଧ୍ୟରେ ମହାଭାରତ: ଥାନା ସମ୍ମୁଖରେ ମାରପିଟ ହୋଇ…

ରାୟଗଡ଼ା,୨୩।୫( ସୁଜାତା ପାଢ଼ୀ): ରାୟଗଡ଼ ସହର ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ମାରପିଟ ସହ ଅଶାନ୍ତି ଦେଖାଦେଇଛି । ଦୁଇ ସାହି ମଧ୍ୟରେ ବଚ୍‌ସା ଓ ମାରପିଟ ଏବଂ ପରେ ଥାନାରେ ମାରପିଟ ଭଳି ଘଟଣା ଘଟିଛି। ଶୁକ୍ରବାର ରାତି ପ୍ରାୟ ୯.୩୦ ସମୟରେ ରାୟଗଡ଼ା ଥାନା ସମ୍ମୁଖରେ ଘଟିଛି। ସହରର ପିଟଲା ସାହିରେ ପଶି ରେଲି ସାହିର କିଛି ଯୁବକ ଲୋକଙ୍କୁ ଗାଳିଗୁଲଜ ସହିତ ଅସଦାଚରଣ କରିଥିଲେ। ଏହାର ପ୍ରତିବାଦରେ ପିଟଲା ସାହିର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସେହି ସମୟରେ ରେଲି ସାହିର କିଛି ଯୁବକ ପହଞ୍ଚି ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଏଭଳିକି ଥାନା ସମ୍ମୁଖରେ ମାରପିଟ୍‌ ସହିତ ଢେଲା ମାଡ଼ ମଧ୍ୟ ଘଟିଛି। ଏଥିରେ ପ୍ରାୟ କେତେ ଜଣ ଉଭୟ ଗୋଷ୍ଠୀର ଆହତ ହୋଇଥିବା ଜଣାପଡ଼ିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ତେଣୁ ଥାନା ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ତଥାପି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ନିକଟସ୍ଥ ଥାନାରୁ ଅଧିକାରୀମାନଙ୍କୁ ରାୟଗଡ଼ା ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଗୋଷ୍ଠୀର ଅନ୍ନମାଝୀ ଜାକାକା ୩୮ (ପିଟଲା ସାହି)
ତ୍ରିନାଥ ମେଲାକା ୨୪ (ପିଟଲା ସାହି), ସୁଣ୍ଡି ସୁରଜ ୩୦ (ରେଲି ସାହି ) ଆହତ ହେଇଛନ୍ତି ।

 

Odisha’s No.1 Odia Daily

Share