ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ଏହି ଭିଡିଓ ଶେୟାର କରିଥିଲେ ଟିକ୍‌ଟକ୍‌ ଗର୍ଲ ସିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌ଠାରୁ ଆରମ୍ଭକରି ସାରା ଦେଶର ଲୋକଙ୍କୁ ଥରାଇ ଦେଇଛି। ତାଙ୍କ ମୃତ୍ୟୁକୁ ସପ୍ତାହେ ପରେ ହୋଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟାର ୧୦ ଦିନ ପରେ ଟିକ୍‌ଟକ୍‌ ତାରକା ସିୟା କକ୍କର ମଧ୍ୟ ଆତ୍ମହତ୍ୟା କରିଛନ୍ତି। ମାତ୍ର ୧୬ ବର୍ୟୀୟା ସିୟା ଏପରି ପଦକ୍ଷେପ କ’ଣ ପାଇଁ ନେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ମୃତ୍ୟୁର ୬ ଦିନ ପୂର୍ବରୁ ସିୟା ଏକ ଭିଡିଓ ଶେୟାର କରିଥିଲେ। ଏଥିରେ ସେ କହିଥିଲେ ଯେ, ପଞ୍ଜାବୀ ର଼୍ୟାପର ବୋହମିୟା ଏବଂ ସିଙ୍ଗର ଜେ ଏସ୍‌ ଅଟଓ୍ବାଲ ସେମାନଙ୍କର ନୂଆ ଗୀତ ରିଲିଜ୍‌ କରିଛନ୍ତି। ଏହି ଗୀତରେ ସିୟା ମଧ୍ୟ ଅଭିନୟ କରିଛନ୍ତି। ୧୯ ଘଣ୍ଟା ପୂର୍ବରୁ ସିଆ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଏହି ଗୀତକୁ ପୁଣିଥରେ ଶେୟାର କରିଥିବା ଜଣାପଡ଼ିଛି। ଏହାକୁ ଦେଖିଲେ ସିୟା କୌଣସି ଚିନ୍ତା କିମ୍ବା ଦୁଃଖରେ ଥିବେ ବୋଲି ଆଦୌ ହେଲେ ମନେ ହେଉନାହିଁ। ସିଆଙ୍କ ମ୍ୟାନେଜର ଅର୍ଜୁନ୍‌ ସରିନ୍‌ଙ୍କ କହିବା ଅନୁସାରେ, ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଆଲବମ୍‌ କରିବା ପାଇଁ ସିଆଙ୍କ ସହ ସେ କଥା ହୋଇଥିଲେ। ସେତେବେଳେ ସିଆଙ୍କଠାରେ ସେମିତି କିଛି ଲକ୍ଷଣ ଦେଖାଯାଉ ନ ଥିଲା।

Share