Posted inଖେଳ

ପଦାର୍ପଣ କଲେ ମହିଳା ଅମ୍ପାୟର

ନୂଆଦିଲ୍ଳୀ,୧୧ା୧ (ପି.ଟି.): ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଅମ୍ପାୟର ଭୂମିକାରେ ମ୍ୟାଚ ପରିଚାଳନା କରିଥିଲେ ୩ ଜଣ ମହିଳା। ଜଣେ ପୂର୍ବତନ ସ୍କୋରର, ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଓ ଜଣେ ପୂର୍ବତନ ଖେଳାଳି ମଙ୍ଗଳବାର ରଚିଛନ୍ତି ଇତିହାସ। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ମହିଳା ଅମ୍ପାୟର ମ୍ୟାଚ ପରିଚାଳନା କରିଥିବାର ଅନେକ ନଜିର ରହିଛି। ଏପରିକି ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ କେବଳ ମହିଳା ଅମ୍ପାୟର ହିଁ ମ୍ୟାଚ୍‌ ପରିଚାଳନା କରିଥିଲେ। ତେବେ ଭାରତର ଘରୋଇ କ୍ରିକେଟ ରଣଜୀ ଟ୍ରଫିରେ ମହିଳାମାନେ ଅମ୍ପାୟରିଂ କରି ନ ଥିଲେ। ଏହି ଧାରାରେ ପରିବର୍ତ୍ତନ ସହିତ ପ୍ରଥମ ଥର ପାଇଁ ୩ ଜଣ ମହିଳା ପୁରୁଷଙ୍କ କ୍ରିକେଟ ମ୍ୟାଚରେ ଅମ୍ପାୟରିଂ କରିଛନ୍ତି। ମଙ୍ଗଳବାର ବ୍ରିନ୍ଦା ରାଠୀ, ଜନନୀ ନାରାୟଣନ ଓ ଗାୟତ୍ରୀ ଭେନୁଗୋପାଳନଙ୍କୁ ରଣଜୀ ଟ୍ରଫିର ଦ୍ୱିତୀୟ ରାଉଣ୍ଡରେ ଅମ୍ପାୟରିଂ କରିବାର ଦେଖିବାକୁ ମିଳିଥିଲା। ଭେନୁଗୋପାଳନ ଝାଡଖଣ୍ଡ ଓ ଛତିଶଗଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଅମ୍ପାୟର ରହିଥିଲେ। ଅନ୍ୟପକ୍ଷରେ ନାରାୟଣନଙ୍କୁ ରେଳବାଇ ବନାମ ତ୍ରିପୁରା ଓ ରାଠୀଙ୍କୁ ଗୋଆ ବନାମ ପୁଡୁଚେରୀ ମ୍ୟାଚରେ ଅମ୍ପାୟର ଭାବରେ ଦେଖିବାକୁ ମିଳିଥିଲା। ୩୬ ବର୍ଷୀୟା ନାରାୟଣନ ତାମିଲନାଡୁର ବାସିନ୍ଦା। ତାମିଲନାଡୁ କ୍ରିକେଟ ଆସୋସିଏଶନରେ ପ୍ରଥମେ ଅମ୍ପାୟରିଂ ସୁଯୋଗ ମିଳି ନ ଥିଲେ ହେଁ ବିସିସିଆଇର ନିୟମ ପରିବର୍ତ୍ତନ ପରେ ତାଙ୍କୁ ସୁଯୋଗ ମିଳିଥିଲା। ୨୦୧୮ରେ ବିସିସିଆଇ ଲେଭଲ-୨ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୨୧ରେ ସେ ତାମିଲନାଡୁ ପ୍ରିମିୟର ଲିଗ୍‌ ପରିଚାଳନା କରିଥିଲେ। ୩୨ ବର୍ଷୀୟା ବ୍ରିନ୍ଦା ରାଠୀ ମୁମ୍ବାଇର ମଇଦାନରେ ସ୍କୋରର ଭାବରେ କାମ କରନ୍ତି। ଏପରିକି ସେ ୨୦୧୩ ମହିଳା ବିଶ୍ୱକପରେ ବିସିସିଆଇର ସ୍କୋରର ଭାବରେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?