ଭୋଟକୁ ଓଲଟପାଲଟ କରିପାରେ ଚାଷୀ ସଙ୍ଗଠନ

ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକସଭା ଆସନ ସମେତ ଜିଲାର ୭ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଷୀ ସଙ୍ଗଠନ, ବିଦ୍ରୋହୀ ଓ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଭାବଶାଳୀ ଉପସ୍ଥିତି ପ୍ରତିଦ୍ୱନ୍ଦ୍ୱିତାର ଚିତ୍ରକୁ ପ୍ରଭାବିତ କରୁଛି ା ମୋଟାମୋଟି ଭାବେ ସବୁଠି କଡ଼ା ମୁକାବିଲା ହେବାର ସମ୍ଭାବନା ଉପୁଜିଛି । ଦଳୀୟ ଟିକେଟ୍‌ ପାଇଥିବା ପ୍ରାର୍ଥୀଙ୍କ ଭରସା ଦଳର ଭାବମୂର୍ତ୍ତି ା କିଭଳି ଭୋଟରଙ୍କ ନିକଟତର ହୋଇ ପାରିବେ, କ’ଣ ରହିବ ପ୍ରଚାରର ମାଧ୍ୟମ, କେଉଁ ହାଇପ୍ରୋଫାଇଲ ନେତାଙ୍କୁ ସାଥିରେ ନେଲେ ଭୋଟରଙ୍କ ମନ କିଣି ହେବ ସେହି ସବୁ ଦିଗକୁ ରାଜନୈତିକ ଦଳମାନେ ଅତି ନିକଟକୁ ପରଖି ନେଉଛନ୍ତି। ହାରଜିତ୍‌ ସବୁଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ସକ୍ରିୟ ହୋଇଥିବା ଚାଷୀ ସଙ୍ଗଠନ ଏବଂ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରି ଦେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ା
ନବ ନିର୍ମାଣ କୃଷକ ସଙ୍ଗଠନର ଆହ୍ବାନରେ କୃଷକ ପ୍ରତିନିଧିମାନଙ୍କୁ ବିଧାନସଭା ପଠାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବରୀରୁ ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି। ସେ କୃଷକ ନେତୃବର୍ଗମାନଙ୍କୁ ସାଙ୍ଗରେ ଧରି ଦୈନନ୍ଦିନ ସକାଳୁ ରାତି ୧୧ ଯାଏଁ ପ୍ରଚାର କାମରେ ଲାଗି ପଡିଛନ୍ତି। ମଙ୍ଗଳବାର ରସୁଲପୁର ବ୍ଲକ ଅନ୍ତର୍ଗତ ୩୬ ନମ୍ବର ଜୋନ୍‌ର ୧୦ ପଞ୍ଚାୟତର କୃଷକମାନଙ୍କୁ ନେଇ କ୍ଷେତ୍ରପାଳ ମନ୍ଦିରରେ ଏକ ନିର୍ବାଚନୀ ବୈଠକର ଆୟୋଜନ ହୋଇଛି। ଉକ୍ତ ସଭାରେ ଚାଷୀ ସଂଗଠନ ପକ୍ଷରୁ ନିମାଇଁ ୭୦ ପ୍ରତିଶତ ଭାଗ ଚାଷୀଙ୍କ ଭୋଟ ଆଧାରରେ ଆମେ ଜିତିପାରିବା ଓ ସରକାର୍‌ ମଧ୍ୟ ଗଢ଼ିପାରିବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଚାଷୀ ସୁରକ୍ଷା ଭତ୍ତା ମାସିକ ୫୦୦୦ ଟଙ୍କା, ସମସ୍ତ ଜମିକୁ ଜଳସେଚନ, ଧାନ କୁଇଣ୍ଟାଲ ପ୍ରତି ୩୪୦୦ ଟଙ୍କା କରି ମଣ୍ଡିଗୁଡିକର ସୁପରିଚାଳନା, ସମ୍ପୂର୍ଣ୍ଣ ମଦ ଉଚ୍ଛେଦ, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତାକୁ ୩୦୦୦କୁ ବୃଦ୍ଧି କରିବା, ଚାଷୀଙ୍କୁ ବିଜୁଳି ଛାଡ଼, ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଆହ୍ବାନ ଦେଇଛନ୍ତି । ରାଜନୀତିରେ ଚାଷୀଙ୍କ ଆବିର୍ଭାବ ଶାସକ ଓ ବିରୋଧୀଙ୍କ ପାଇଁ ଚିନ୍ତା ବଢାଇଛି। ନବନିର୍ମାଣ କୃଷକ ସଙ୍ଗଠନର ଚାଷୀମାନଙ୍କ ଉପରେ ବିଜେଡି ସରକାର ଯେଭଳି ଅନ୍ୟାୟ ଅତ୍ୟାଚାର କରିଛନ୍ତି ତାକୁ ଭୁଲି ନାହାନ୍ତି ବୋଲି କୃଷକ ନେତାମାନେ କହୁଛନ୍ତି ା କାଳିଆ ଯୋଜନା ଏହି ସଙ୍ଗଠନକୁ ସନ୍ତୁଷ୍ଟ କରିପାରି ନାହିଁ ା କୃଷକମାନଙ୍କଠାରୁ ଗଣତାନ୍ତ୍ରିକ ଅଧିକାର ସରକାର ଛଡେଇ ନେଇଛନ୍ତି ା ପୋଲିସ ପ୍ରଶାସନକୁ ଲଗାଇ କୃଷକମାନଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଛନ୍ତି ା ଚାଷୀଙ୍କୁ ନିଜର ଦାବି ଜଣାଇବାକୁ ସରକାର ରାଜଧାନୀରେ ପହଞ୍ଚିବାକୁ ସୁଯୋଗ ଦେଇ ନାହିଁ। ଅମାନବୀୟ ଭାବେ ଚାଷୀମାନଙ୍କୁ ଏକାଧିକ ଥର ରାସ୍ତାରୁ ପୋଲିସ ଉଠାଇ ନେଇଛି ା ଏଥିରେ କଂଗ୍ରେସ ଓ ଭାଜପା ସିଧାସଳଖ ସମର୍ଥନ ଜଣାଇ ନ ଥିଲେ ହେଁ ମାନସିକ ଭାବେ ସହଯୋଗ କରିଛି। ଜିଲାର କୋରେଇ ନିର୍ବାଚନ ମଣ୍ଡଳୀର ପ୍ରାୟ ଅଧା ଅଞ୍ଚଳ ସମେତ ଧର୍ମଶାଳା, ବରୀ, ବଡ଼ଚଣା ଓ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଷୀ ସଙ୍ଗଠନ ତାର ପ୍ରୟୋଗଶାଳାରେ ପରିଣତ କରିଛି ା ତେଣୁ ଚଳିତ ସାଧାରଣ ନିର୍ବାଚନରେ ଚାଷୀ ସଙ୍ଗଠନ ଶାସକ ଦଳ ପାଇଁ ଘାତକ ସାଜିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ା ସରକାର ଧାନର ଅଭାବି ବିକ୍ରୀ ପରିସ୍ଥିତିରେ ସୁଧାର କରିବା ଲକ୍ଷ୍ୟ ନେଇ ଚାଷୀ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ରେ ଧାନ ବିକ୍ରୀ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଗତ ୧୦ବର୍ଷ ହେବ ଯାଜପୁର ଜିଲାର ପାକ୍ସଗୁଡିକରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଛି। ପାକ୍ସରେ ଚାଷୀ ଧାନ ଦେଇ ପ୍ରାପ୍ୟ ନ ପାଇବା, ଟୋକନ ପାଇ ଧାନ ବିକ୍ରୀ ନ ହେବା ଭଳି ଗୁରୁତର ଅଭିଯୋଗ ହୋଇଛି। ପୂର୍ବରୁ ମାର୍କଣ୍ଡପୁର ପାକ୍ସ ଅଧୀନରେ ଜମି ନ ଥାଇ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ନାମରେ ଲକ୍ଷାଧିକ ଟଙ୍କାର ଧାନ ବିକ୍ରୀ ହୋଇଥିବାର ଅଭିଯୋଗ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ୩୭ ହଜାର ଚାଷୀ ଧାନ ବିକ୍ରୀ କରିଥିବାବେଳେ ୧୫ ହଜାର ଚାଷୀ ଅଭାବୀ ବିକ୍ରୀର ଶିକାର ହୋଇ ବେପାରୀଙ୍କୁ ଧାନ ବିକ୍ରୀ କରିଛନ୍ତି। ଦଶରଥପୁର ବ୍ଲକ ଅକରପଡା ପଞ୍ଚାୟତରେ ଏକ ଦମ୍ପତି ମୋଟ ୧୩୭୮ କୁଇଣ୍ଟାଲ ଧାନ ବିକ୍ରୀ କରିଛନ୍ତି। ଏହି ଦମ୍ପତିଙ୍କ ୨ ରୁ ୩ ଏକର ଜମି ରହିଛି। ଜଣେ ଚାଷୀ ଏକର ପିଛା ୧୯ କୁଇଣ୍ଟାଲ ଧାନ ବିକ୍ରୀ କରି ପାରିବେ ବୋଲି ନିୟମ ରହିଛି। ତେଣୁ ଏହି ଦମ୍ପତି ଏତେ ପରିମାଣର ଧାନ ବିକ୍ରୀ କରିବା ପାଇଁ ଟୋକନ କିପରି ପାଇଲେ ବୋଲି ପ୍ରଶ୍ନ ଉଠିଛି। ଜିଲାରେ ଧାନ କିଣାରେ ଏଭଳି ଦୁର୍ନୀତି ଏହା ଏକ ଉଦାହରଣ ମାତ୍ର। ପ୍ରାୟ ଅଧିକାଂଶ ପାକ୍ସରେ ଏଭଳି ଦୁର୍ନୀତି କରାଯାଇ ଚାଷୀଙ୍କ ନାମରେ ଶୋଷଣ ହେଉଥିବା ଅଭିଯୋଗ ହୋଇଛି। ଏହି କ୍ରମରେ ନିର୍ବାଚନରେ ଚାଷୀ ଓ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ କେତେଦୂର ତାଙ୍କ ଲକ୍ଷ୍ୟରେ ସଫଳ ହେଉଛନ୍ତି ତାହା ଆଗାମୀ ଦିନର ଫଳାଫଳରୁ ସ୍ପଷ୍ଟ ଜଣାପଡିବ ବୋଲି ମତପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri