ଚାଷ ଚିନ୍ତାରେ ଚାଷୀ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ଧାରା ଶ୍ରାବଣରେ ଉଭାନ ହୋଇଯାଇଛି ବର୍ଷା। ଧାନତଳି ରୋଇବା ଯୋଗ୍ୟ ହୋଇଯାଇଥିଲେ ମଧ୍ୟ ବିଲରେ ପାଣି ନ ଥିବାରୁ କାମ ଆଗଉନି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ୧୦ ପଞ୍ଚାୟତର ଚାଷୀ। ବର୍ଷାଭାବରୁ ବ୍ଲକରେ ମରୁଡ଼ି ଆଶଙ୍କା ଦେଖାଦେଇଥିବାବେଳେ ଶୁକ୍ରବାର ବହୁ ଚାଷୀ ପ୍ରତିନିଧି ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି।
ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ଗଡ଼ପଳାଶୁଣି, ମହାବିରୋଡ, ଝିଲ୍ଲି, ଦଶିପୁର, କୁଟୁରିଆ, ଘାଗରାମୁଣ୍ଡା, ବାମ, ପଙ୍ଗାତୀରା, ବିରିବୋଲାଇ, ଚାନ୍ଦପୁର ପଞ୍ଚାୟତର ଅଧିକାଂଶ ପରିବାର ଚାଷ ଉପରେ ନିର୍ଭରଶୀଳ। ଦୁଇବର୍ଷ କରୋନା କଷଣ ପରେ ଚଳିତବର୍ଷ ଭଲ ଫସଲ ଆଶାରେ ଥିଲେ ସେମାନେ। ହେଲେ ସେମାନଙ୍କ ଆଶା ନିରାଶରେ ପରିଣତ ହୋଇଛି। ତଳି ପଡ଼ିବାର ୨ମାସ ବିତିଯାଇଥିଲେ ହେଁ ଜମିରେ ପାଣି ନ ଥିବାରୁ ରୁଆ କି ବେଉଷଣ କାର୍ଯ୍ୟ ହୋଇପାରୁନାହିଁ। ସମ୍ପୃକ୍ତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ସମସ୍ୟା ଆହୁରି ବଢ଼ିଯାଇଛି। ତଳିସବୁ ମରିଯିବାକୁ ବସିଲାଣି। ଧାନ ତଳି ବଞ୍ଚାଇ ରଖିବା ପାଇଁ ଚାଷୀମାନେ ପୋଖରୀ, କୂଅରୁ ପାଣି ବୋହି ନେଇ ପକାଉଛନ୍ତି। ଅନ୍ୟପଟେ ଖରିଫ୍‌ ଧାନକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ହାତୀପଲ ଦାଉ ସାଧୁଛନ୍ତି। ବିଭିନ୍ନ ସ୍ଥାନରେ ଦଳବଦ୍ଧ ହାତୀପଲ ତଳିଘରା ନଷ୍ଟ କରିବାରେ ଲାଗିଛନ୍ତି। ଫସଲ ଅମଳ ପରେ ଆବଶ୍ୟକତା ଅନୁଯାୟୀ ଚାଷୀମାନେ ଧାନ ସଞ୍ଚତ୍ତ କରି ରଖିବା ପରେ ଅବଶିଷ୍ଟ ଧାନ ବିକ୍ରି କରି ବର୍ଷସାରା ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଅନିୟମିତ ବୃଷ୍ଟିପାତ ଯୋଗୁ ଗଜା ମରୁଡ଼ି ଆଶଙ୍କା ଦେଖାଦେଇଛି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଉପଜିଲାପାଳ ଅନୁପସ୍ଥିତ ଥିବାରୁ ଏ ସମ୍ପର୍କିତ ଏକ ଦାବିପତ୍ର ଡାକଯୋଗେ ପ୍ରେରଣ କରାଯାଇଥିବା ଚାଷୀ ଧନେଶ୍ୱର ସାହୁ, ମହେଶ୍ବର ନାୟକ, ଭୁବନେଶ୍ୱର ସାହୁ, ରୁଦ୍ରମୋହନ ପ୍ରଧାନ ପ୍ରମୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଟି-୨୦ ବିଶ୍ୱକପ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ! ପ୍ରଥମ ମ୍ୟାଚ ପରେ ୱେଷ୍ଟଇଣ୍ଡିଜ ନମ୍ବର ୧, ଭାରତର ସ୍ଥାନ କେଉଁଠି ଜାଣନ୍ତୁ

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପ ଆରମ୍ଭ ଆଶାଠାରୁ ଅଧିକ ରୋମାଞ୍ଚକର ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ଦିନ କୌଣସି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିନଥିଲେ ମଧ୍ୟ, ସହଯୋଗୀ…

ଟି-୨୦ ବିଶ୍ୱକପ ଇତିହାସର ସବୁଠାରୁ ଲଜ୍ଜାଜନକ ସ୍କୋର, ଜାଣନ୍ତୁ କେତେ ଥିଲା ସ୍କୋର

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପର ଇତିହାସ ରୋମାଞ୍ଚକର ପ୍ରତିଯୋଗିତା, ହାଇ ସ୍କୋର ଏବଂ ଶେଷ ଓଭର ପର୍ଯ୍ୟନ୍ତ ଲମ୍ବିଥିବା ମ୍ୟାଚ ପାଇଁ ଜଣାଶୁଣା। ତଥାପି, ଏହି…

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ତୁରେକେଲା ଥାନା ପଣ୍ଡରେନ ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଅଜା ନାତିଙ୍କ ସହ ଆଉ ୨ ଜଣଙ୍କ ମୃତ୍ୟୁ…

ପୁଣି ଫେରିଲା ଶୀତ, ନିଆଁ-ଖରାକୁ ଖୋଜିଲେଣି ଲୋକେ

ଦାରିଙ୍ଗବାଡ଼ି,୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କିଛି ଦିନ ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ଫଳରେ ଏହି ଅସହ୍ୟ ଜାଡ଼ ଜନଜୀବନକୁ ପ୍ରଭାବିତ କରିଛି।…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେବି ରହିଛି ସସପେନ୍ସ, BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୯।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 World Cup 2026 ମ୍ୟାଚ ନିରନ୍ତର ଖବରର ଶିରୋନାମାରେ ରହିଛି। ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଏହି…

ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ…

ଶୋଷ, ଚାଷ ପାଇଁ ପାଣି ନିଅଣ୍ଟ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ନଦୀଗୁଡ଼ିକରେ ଜଳପ୍ରବାହ ହ୍ରାସକୁ ଦେଖିଲେ ସମନ୍ବିତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳ ସମ୍ପଦ ପରିଚାଳନା ପଦ୍ଧତି ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତଦନୁଯାୟୀ ରାଜ୍ୟ…

ବାଣିଜ୍ୟ, ପ୍ରତିରକ୍ଷାରେ ସହଯୋଗ ବଢ଼ାଇବେ ଭାରତ, ମାଲେସିଆ

କୁଆଲାଲୁମ୍ପୁର,୯ା୨(ପି.ଟି.): ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ଆଧୁନିକ ଉତ୍ପାଦନ ଏବଂ ସେମିକଣ୍ଡକ୍ଟର ଆଦି ସର୍ବାଧିକ ପ୍ରାଥମିକତା ଥିବା ସେକ୍ଟରରେ ଭାରତ ଓ ମାଲେସିଆ ସମ୍ପର୍କ ବଢ଼ାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri