କୃଷକଙ୍କ ବାଡ଼ିରେ ଫଳିଛି ୩ କେଜିର ଲେମ୍ବୁ, ଦେଖିବା ପାଇଁ ନାହିଁ ନ ଥିବା ଭିଡ଼

ଚଣ୍ଡିଗଡ଼,୨୬ା୧୨: ହରିୟାଣାର ଆଦାମପୁରର କିଶନଗଡ଼ ଗ୍ରାମ ନିବାସୀ କୃଷକ ବିଜେନ୍ଦ୍ର ଥୋରିଙ୍କ ବାଡ଼ିରେ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଯେଉଁଠାରେ ଲେମ୍ବୁଗୁଡ଼ିକ ତରଭୁଜ ଆକାରର ଫଳିଛି। ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ସତ।

ବିଜେନ୍ଦ୍ରଙ୍କ ବାଡ଼ିରେ ଫଳିଥିବା ତରଭୁଜ ଆକାରର ଲେମ୍ବୁ ଦେଖିବାକୁ ଦୂରଦୂରାନ୍ତରୁ ବହୁ ଲୋକ ଆସୁଛନ୍ତି। ଖାଲି ଆସନ୍ତି ନାହିଁ ଯିବାବେଳେ ସାଙ୍ଗରେ ନେବା ପାଇଁ ମଧ୍ୟ ଆଦୌ ଭୁଲନ୍ତି ନାହିଁ। ଏହି ଲେମ୍ବୁର ଓଜନ ୩.୫୦ କେଜିରୁ ଅଧିକ ହେବ। ଏତେ ବଡ଼ବଡ଼ ଆକାରର ଲେମ୍ବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଖୁବ୍‌ଶୀଘ୍ର ବିଜେନ୍ଦ୍ର ଗିନିଜ୍‌ ବୁକ୍‌ ଅଫ ଓ୍ବାଲର୍‌ଡ ରେକର୍ଡରେ ପଞ୍ଜୀକରଣ ପାଇଁ ଆବେଦନ କରିବେ ବୋଲି କହିଛନ୍ତି।


ବିଜେନ୍ଦ୍ର କୁହନ୍ତି, କିଛି ବର୍ଷ ପୂର୍ବେ ସେ ତାଙ୍କର ୭ ଏକର ଜମି ପାଇଁ ପଞ୍ଜାବରୁ ଲେମ୍ବୁ ଚାରା କିଣି ଆଣିଥିଲେ। ବର୍ତ୍ତମାନ ଏହି ଲେମ୍ବୁ ଫଳିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଲେମ୍ବୁଗୁଡ଼ିକ ତରଭୁଜ ଆକାରର।


ଯେତେବେଳେ ଗ୍ରାମବାସୀ ଗଛରୁ ଲେମ୍ବୁ ତୋଳି ରଖିଥିଲେ ଏହାର ଓଜନ ୨ କିଲୋଗ୍ରାମ ୪୬୪ ଗ୍ରାମ ଥିଲା। ତା’ ପରଠାରୁ ଫଳୁଥିବା ଲେମ୍ବୁଗୁଡ଼ିକ ୩ କେଜିରୁ ଅଧିକ ଓଜନର ହେଉଛି। ସେ କହିଛନ୍ତି, ଏଥିରେ କେବଳ ଜୈବିକ ସାର ଦିଆଯାଇଛି। ଯେଉଁଥିପାଇଁ ଲେମ୍ବୁର ଓଜନ ଏତେ ବୃଦ୍ଧି ପାଇଛି। କିଛି ଲୋକ କୁହନ୍ତି, ଏହିପରି ଲେମ୍ବୁ ଇସ୍ରାଏଲରେ ମିଳିଥାଏ, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଯେ ଏଠାରେ ଏତେ ବଡ଼ବଡ଼ ଲେମ୍ବୁ ଦେଖିବାକୁ ମିଳିଛି।

ବିଜେନ୍ଦ୍ର କୁହନ୍ତି, ଏହି ଲେମ୍ବୁ ପାଣି ଯେଉଁମାନେ ପିଇଛନ୍ତି ତାଙ୍କର ଷ୍ଟୋନ୍‌ ରୋଗ ଭଲ ହୋଇଛି।

Share