କିଙ୍ଗ୍‌ଖାନଙ୍କ ଜନ୍ମଦିନରେ ବିଲେଇ ଫଟୋ ପଠାଇଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଆଜି ଅର୍ଥାତ୍‌ ନଭେମ୍ବର ୨ରେ ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଙ୍ଗ୍‌ଖାନ୍‌ ସାରା ବିଶ୍ୱରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଅନେକ ହିନ୍ଦୀ ଫିଲ୍ମରେ ହୃଦୟ ଜିତିଥିବା ତାଙ୍କ ଅଭିନୟ ପାଇଁ ସେ ‘କିଙ୍ଗ୍‌ ଅଫ୍‌ ରୋମାନ୍ସ’ ଭାବରେ ମଧ୍ୟ ଜଣାଶୁଣା। କିଙ୍ଗ୍‌ଖାନ୍‌ ବିଭିନ୍ନ ଭୂମିକାରେ ନଜର ଆସି ତାଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେ ୯୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ୧୪ଟି ଫିଲ୍ମଫେୟାର ପୁରସ୍କାର ସମେତ ଅନେକ ପୁରସ୍କାର ଜିତିଛନ୍ତି। ସେ ଜଣେ ସଫଳ ଫିଲ୍ମ ନିର୍ମାତା ଏବଂ ପ୍ରଯୋଜକ ମଧ୍ୟ।

ଆଜିର ଏହି ଖାସ୍‌ ଦିନରେ ରୋହିତ ନାମକ ଜଣେ ପ୍ରଶଂସକ ତାଙ୍କୁ ଉପହାର ସ୍ବରୂପ ଏକ ବିଲେଇର ଫଟୋ ପଠାଇଛନ୍ତି। ଏହା ଉପରେ ଶାହାରୁଖ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ପ୍ରଥମେ କୁହ ବିଲେଇ ଫଟୋ କାହିଁକି ପଠାଇଛ। ଏହି ପ୍ରତିକ୍ରିୟା ଏବେ ଭାଇରାଲ ହେଉଛି।

Share