ମଞ୍ଚେଶ୍ୱରରୁ ନକଲି ଇଞ୍ଜିନ ଅଏଲ କାରଖାନା ଠାବ

ଭୁବନେଶ୍ୱର,୩୦ା୯ (ବ୍ୟୁରୋ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସମେଇଗାଡିଆ ଅଞ୍ଚଳରେ ଚାଲିଥିଲା ନକଲି ଇଞ୍ଜିନ ଅଏଲ କାରଖାନା। ମଙ୍ଗଳବାର କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସେଠାରେ ଚଢାଉ କରି ୨୦ହଜାର ଲିଟରରୁ ଊର୍ଦ୍ଧ୍ୱ ଅପମିଶ୍ରିତ ଇଞ୍ଜିନ ଅଏଲ ଜବତ କରିବା ସହ ସଂପୃକ୍ତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାରଖାନା ପରିଚାଳକ ଏହି ଥାନାଞ୍ଚଳର ବାବାଜି ସାହୁ ଏବଂ ଦୁଇ ଶ୍ରମିକ ଚକ୍ରଧର ସାହୁ ଓ ଜଗା ତଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ଖୋଳତାଡ଼ ଚାଲିଛି। ତେବେ ମାଲିକ ଫେରାର ଥିବାରୁ ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ତଦନ୍ତକାରୀ ଅଧିକାରୀ ଷ୍ଟାର୍ଲିନ ବିଶ୍ୱାଳ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ସମେଇଗାଡିଆ ଅଞ୍ଚଳରେ ଏକ ଘର ଭଡ଼ା ନେଇ ନକଲି ଇଞ୍ଜିନ ଅଏଲ୍‌ କାରଖାନା ଚଳାଇଥିଲେ। ସେଥିରେ ୫ରୁ ୧୦ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ଉତ୍ପାଦିତ ଅଏଲକୁ ବ୍ରାଣ୍ଡେଡ୍‌ କମ୍ପାନୀ ନାଁରେ ପ୍ୟାକ୍‌ କରି ବଜାରକୁ ଛାଡୁଥିଲେ। ଅଭିଯୁକ୍ତମାନେ ନିଜେ ଡାଲା ଅଟୋ କିଣି ସେଥିରେ ଭୁବନେଶ୍ୱର ସମେତ ଉପକଣ୍ଠ ଓ ଆଖପାଖ ଜିଲାକୁ କମ୍‌ ମୂଲ୍ୟରେ ପଠାଉଥିଲେ। ଏପରି କି ସେମାନେ ଆୟକର ଫାଙ୍କିଥିବା ନେଇ ମଧ୍ୟ ଜଣାପଡିଛି। ତେବେ ଏ ସମ୍ପର୍କରେ କମିଶନରେଟ ପୋଲିସର କ୍ୟୁଏଟି ନିକଟରେ ଖବର ପହଞ୍ଚତ୍ବା ପରେ ଚଢ଼ାଉ ଯୋଜନା ହୋଇଥିଲା। ମଞ୍ଚେଶ୍ୱର ପୋଲିସ ଓ କ୍ୟୁଏଟି ମଙ୍ଗଳବାର ରାତିରେ ଚଢାଉ କରି ଉକ୍ତ କାରଖାନାକୁ ଠାବ କରିଥିଲେ। ଏହି ଚୋରା କାରବାରର ଚେର ଅନ୍ୟ କେଉଁ ଅଞ୍ଚଳକୁ ଲମ୍ବିଛି ଓ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଅଭିଯୁକ୍ତଙ୍କଠାରୁ ଜାଣିବାକୁ ପୋଲିସ ଚେଷ୍ଟା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri