Categories: ଜାତୀୟ

ଜମ୍ମୁ-କଶ୍ମୀର ସୀମାରେ ପୁଣି ଦୃଶ୍ୟ ହେଲା ପାକିସ୍ତାନି ଡ୍ରୋନ୍‌

ଜମ୍ମୁ,୨୯ ।୧୧: ଜମ୍ମୁ-କଶ୍ମୀର ଅନ୍ତରାଷ୍ଟ୍ରୀୟ ସୀମାରେ ଶନିବାର ରାତିରେ ପୁଣିଥରେ ପାକିସ୍ତାନି ଡ୍ରୋନ୍ ଦେଖିବାକୁ ମିଳିଛି । ତେବେ ଯବାନଙ୍କ ସତର୍କତା ଯୋଗୁ ଏହା ଫେରି ଯାଇଥିବା ଜଣାପଡିଛି । ବିଏସ୍‌ଏଫ୍‌ର ସୂଚନା ଅନୁଯାୟୀ, ଆର୍‌ଏସ୍ ପୁରା ସେକ୍ଟରର ଅରନିୟା ଅଞ୍ଚଳରେ ଶନିବାର ରାତିରେ ଏକ ଡ୍ରୋନ୍ ଦେଖାଯାଇଥିଲା । ପ୍ରଥମେ ଏହି ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନ ପଟରୁ ଅସ୍ତ୍ରବିରତି ଉଲ୍ଲଂଘନ କରି ଶୁକ୍ରବାର ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବର୍ଷଣ କରାଯାଇଥିଲା । କୁହାଯାଉଛି କି ସୀମାରେ ଆରମ୍ଭ ହୋଇଥିବା ସୁରକ୍ଷା ବନ୍ଧର କାମ ଆରମ୍ଭ ହେବା ପରେ ପରେ ପାକିସ୍ତାନ ପଟରୁ ଗୁଳି ବର୍ଷଣ ଆରମ୍ଭ ହୋଇ ଯାଇଥିଲା ।

Share