ଆଷ୍ଟ୍ରାଜେନିକର ଗୋଟିଏ ଡୋଜ୍‌ ପାଇଁ ଏକ ଡଲାର ଲାଞ୍ଚ, ବ୍ରାଜିଲରେ ଭାକ୍ସିନ୍‌ ସଙ୍କଟ …

ବ୍ରାସିଲିଆ,୧।୭: ବ୍ରାଜିଲ୍‌ରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଦୁର୍ନୀତି ପରେ ଏବେ ଆଷ୍ଟ୍ରାଜେନିକା ଭାକ୍ସିନ୍‌କୁ ସଙ୍କଟ ଦେଖାଦେଇଛି। ଆଷ୍ଟ୍ରାଜେନିକା ଭାକ୍ସିନ୍‌ କିଣାଯିବାରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ଡୋଜ୍‌ ଆଷ୍ଟ୍ରାଜେନିକା ପାଇଁ ଏକ ଡଲାରର ଲାଞ୍ଚ ଦିଆଯାଇଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଫୋହ୍ଲା ଡି ଏସ୍‌ ପାଉଲୋ ଅନୁସାରେ ଆଷ୍ଟ୍ରାଜେନିକା ଭାକ୍ସିନ୍‌ କିଣାରେ ହୋଇଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ଜଣାପଡ଼ିବା ପରେ ରାଷ୍ଟ୍ରପତି ଜୈର୍‌ ମେସିଆସ୍‌ ବୋଲସୋନାରୋଙ୍କ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଏଭଳି ଅଭିଯୋଗକୁ ଆଷ୍ଟ୍ରାଜେନିକା କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବ୍ରାଜିଲ୍‌ରେ କୌଣସି ମଧ୍ୟସ୍ଥିଙ୍କ ସହିତ ଆଷ୍ଟ୍ରାଜେନିକା କାରବାର କରି ନ ଥାଏ। ବ୍ରାଜିଲ୍‌ ସରକାରଙ୍କ ସହିତ କମ୍ପାନୀ ସିଧାସଳଖ କାରବାର କରିଥାଏ ବୋଲି ଆଷ୍ଟ୍ରାଜେନିକା କହିଛି। ଆଷ୍ଟ୍ରାଜେନିକାର ୪୦୦ ନିୟୁତ ଡୋଜ୍‌ ପାଇଁ ଏଭଳି ଲାଞ୍ଚ ମଗାଯାଇଥିବା ଅଭିଯୋଗ ହୋଇଛି।

Share