Categories: ଜାତୀୟ

କାନ୍ଦୁଥିବା କରୋନା ବୃଦ୍ଧଙ୍କ ସହ ପିପିଇ କିଟ୍‌ ପିନ୍ଧି ଡାକ୍ତର କଲେ ଏମିତି: ଭାଇରାଲ ହେଉଛି ଫଟୋ

ଟେକ୍ସାସ୍‌, ୨।୧୨: ଆମେରିକାର ଟେକ୍ସାସ୍‌ ସହରରେ ପିପିଇ କିଟ୍‌ ପିନ୍ଧିଥିବା ଜଣେ ଡାକ୍ତରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଡାକ୍ତର ଜଣେ ଭାବପ୍ରବଣ ବୃଦ୍ଧଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳୁଛି। ଏହି ଡାକ୍ତର ହେଲେ ବରୁଣ ଯୋସେଫ। ଫଟୋଟିକୁ ଉଠାଇଥିବା ବ୍ୟକ୍ତି ହେଉଛନ୍ତି ଗୋ ନାକାମୁରା।
ଏହି ବୃଦ୍ଧଜଣଙ୍କ ୟୁନାଇଟେଡ୍‌ ମେମୋରିଆଲ ମେଡିକାଲ ସେଣ୍ଟରର କରୋନାରେ ଆକ୍ରାନ୍ତ ହୋଇ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ଡକ୍ଟର ଯୋସେଫଙ୍କ କହିବାନୁଯାୟୀ, ଉକ୍ତ ବୃଦ୍ଧ କରୋନାରେ ଆକ୍ରାନ୍ତ ହେବା ଜାଣିବା ପରେ ବହୁତ ଭାବପ୍ରବଶ ହୋଇଯାଇଥିଲେ ଏବଂ ଆଇସିୟୁରେ ଏକାକୀ ଅନୁଭବ କରୁଥିଲେ। କିଛି ଦିନ ପୂର୍ବରୁ ସେ ନିଜ ସ୍ତ୍ରୀଙ୍କୁ ମଧ୍ୟ ହରାଇଥିଲେ। ତେଣୁ ଯୋସେଫ ତାଙ୍କୁ ପିପିଇ କିଟ୍‌ ପିନ୍ଧି ଆଲିଙ୍ଗନ କରିବା ସହ ଧୈର୍ଯ୍ୟ ଧରିବାକୁ କହିଥିଲେ। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

Share