ଆରମ୍ଭରୁ ଶେଷ ଯାଏ ବିଭ୍ରାଟ

ଅନୁଗୋଳ ଅଫିସ,୯ା୯: ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳ ସହରରେ ହୋଇଥିଲା ଗଣେଶ ପୂଜା। ପୂଜା ପରି ଭସାଣିକୁ ଆକର୍ଷଣୀୟ କରିବାକୁ ପୂର୍ବରୁ ହୋଇଥିଲା ଆବଶ୍ୟକ ପ୍ରସ୍ତୁତି। ହେଲେ ବୁଧବାର ଭସାଣି ବେଳେ ସମସ୍ତ ବ୍ୟବସ୍ଥାରେ ଅବ୍ୟବସ୍ଥା ଜଳ ଜଳ ଦିଶିଥିଲା। ଆରମ୍ଭରୁ ଶେଷଯାଏ ବିଭ୍ରାଟ ଦେଖିବାକୁ ମିଳିଥିଲା। ନା ସେଣ୍ଟ୍ରାଲ ପୂଜା କମିଟି ନେଇଥିବା ଦାୟିତ୍ୱ ତୁଲାଇ ପାରିଥିଲା ନା ଟ୍ରାଫିକକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା ପୋଲିସ। ଏ ନେଇ କେତେକ ପୂଜା କମିଟି ଓ ସହରବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ସେଣ୍ଟ୍ରାଲ ପୂଜା କମିଟି କର୍ମକର୍ତ୍ତା ଏବଂ ପୋଲିସ ଅଧିକାରୀଙ୍କ ଉପରେ ଦୋଷ ଲଦିଛନ୍ତି।
କୋଭିଡ୍‌ ପରେ ଅନୁଗୋଳ ସହରରେ ସବୁଠାରୁ ବଡ଼ ଜନ ସମାଗମ ଭସାଣି ବେଳେ ହୋଇଥିଲା। ୫୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ଥିଲେ। କିନ୍ତୁ ଶୋଭାଯାତ୍ରା ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟାରେ ହୋଇପାରି ନ ଥିଲା। ଆରମ୍ଭରୁ ବିଭ୍ରାଟ ସହ ୨ ଘଣ୍ଟା ବିଳମ୍ବରେ ହୋଇଥିବା ଭସାଣି ଶୋଭାଯାତ୍ରା ଠିକଣା ସମୟରେ ମଧ୍ୟ ଶେଷ ହୋଇପାରି ନ ଥିଲା। କେଉଁ କମିଟି ଅଧାରୁ ମେଢ଼ ନେଇ ଚାଲିଯାଇଥିଲା ତ ଆଉ କିଏ କେଉଁ କମିଟି ବାଟରୁ ଫେରିଆସିଥିଲା। ଶୃଙ୍ଖଳା ତଥା ଭସାଣିକୁ ବ୍ୟବସ୍ଥିିତ କରିବାକୁ ଗଢ଼ା ହୋଇଥିବା ସେଣ୍ଟ୍ରାଲ ପୂଜା କମିଟି ମଧ୍ୟ ସ୍ଥାଣୁ ପାଲଟି ଯାଇଥିଲା। କମିଟି ସଭାପତି ରଶ୍ମିରଞ୍ଜନ ସାମଲ ଓ ସମ୍ପାଦକ ଶିବାନୀ ଗୌଡ଼ ଶୋଭାଯାତ୍ରା ବେଳେ ଉପସ୍ଥିତ ଥିଲେ ମଧ୍ୟ ବିଭ୍ରାଟକୁ ରୋକିପାରି ନ ଥିଲେ। ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଧରାଛୁଅଁା ଦେଇ ନ ଥିଲେ। ବିଚାର ମଞ୍ଚରେ ଅଧିକାରୀମାନେ ହଇରାଣ ହରକତ ହେଉଥିଲେ ବି ତାହା କାହାକୁ ଦେଖାଯାଇ ନ ଥିଲା। ଏହାକୁ ନେଇ ବିଭିନ୍ନ ପୂଜା କମିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨ ହଜାର ଟଙ୍କା ଲେଖାଏ ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମଧ୍ୟ ଶୃଙ୍ଖଳିତ ଭାବେ ଭସାଣି କରିପାରି ନ ଥିବା ପୂଜା କମିଟି କର୍ମକର୍ତ୍ତମାନେ ପ୍ରକାଶ କରିଛନ୍ତି। ସେହିପରି କିଭଳି ଶୃଙ୍ଖଳିତ ଭାବେ ମେଲଣ ହେବ, ସେଥିପାଇଁ ଜଣେ ଆଡିଶନାଲ ଏସ୍‌ପିଙ୍କ ସହ ଜଣେ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର, ୨୦ ଊର୍ଦ୍ଧ୍ୱ ଅଧିକାରୀ ଓ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ହେଲେ ଏତେ ସଂଖ୍ୟାରେ ପୋଲିସ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏପରି କି ଏକାଧିକ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏଥିପ୍ରତି ଆଗକୁ ଦୃଷ୍ଟି ଦିଆଯିବ। ଯେଭଳି ଭାବେ ଆମ୍ବୁଲାନ୍ସ ନ ଅଟକିବ ସେ ନେଇ ବ୍ୟବସ୍ଥା କରାଯିବ। ସେଣ୍ଟ୍ରାଲ ପୂଜା କମିଟି ସଭାପତି ରଶ୍ମିରଞ୍ଜନ ସାମଲ କହିଛନ୍ତି, ଆରମ୍ଭରୁ ଭସାଣି ଶୋଭାଯାତ୍ରାରେ ବିଳମ୍ବ ଯୋଗୁ କିଛିଟା ବିଭ୍ରାଟ ଘଟିଛି। ତେବେ ବଚାର ମଞ୍ଚର ସମସ୍ୟା ଜଣାପଡ଼ିବା ପରେ ତାହାକୁ ଦୂର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri