ଗୋରୁଙ୍କୁ ଅଜଣା ରୋଗ: ଗାଁକୁ ଗାଁଡେଉଁଛି

ମହାକାଳପଡ଼ା,୨୪।୫(ଡି.ଏନ.ଏ.): ଗ୍ରାମାଞ୍ଚଳଗୁଡ଼ିକରେ ଗୋ-ପାଳକମାନଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଗୋରୁଙ୍କ ଚିକିତ୍ସା ପାଇଁ ମାଗଣାରେ ଟିକାକରଣଠାରୁ ଆରମ୍ଭ କରି ବିନା ମୂଲ୍ୟରେ ଔଷଧ ଆଦି ପ୍ରଦାନ କରାଯାଉଛି। ଗୋ ସମ୍ପଦର ବିକାଶ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷୀମାନେ ବେଶ୍‌ ଲାଭବାନ ହୋଇପାରୁଛନ୍ତି। ପୂର୍ବ ଅପେକ୍ଷା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦେଶୀ ଗାଈଙ୍କ ଚାହିଦା ରହିଥିବା ବେଳେ ସେମାନଙ୍କ ବଂଶ ବିପଦ ଆଡ଼କୁ ଠେଲି ହୋଇଯାଉଛି। ସେହିପରି ଶଙ୍କର ଜାତୀୟ ଗାଈ ଚାଷ କରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦ୍ୱିଗୁଣିତ ହେଉଛି। ଏହି ଗୋପାଳନ କରି ଗଁା ଲୋକମାନେ ବେଶ୍‌ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ଅପରପକ୍ଷରେ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗ ଗଁାକୁ ଗଁା ବ୍ୟାପିବାରେ ଲାଗିଛି। ଫଳରେ ଗୋରୁଙ୍କ ଅକାଳରେ ଜୀବନ ଚାଲିଯାଉଛି। ଫଳରେ ଗୋ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯିବାକୁ ବସିଛି।
କୋଚିଳା, ସରୁମୁହିଁ, ବପୁର, କେନ୍ତିଅ, ବି.ବି. କଲୋନୀ, ପେଟଛେଲା, ପଲ୍ଲୀଗଡ଼, ରାଜେନ୍ଦ୍ରନଗର ଆଦି ଅଞ୍ଚଳରେ ଶତାଧିକ ଗୋପାଳକ ଗୋରୁଙ୍କୁ ଅଜଣା ରୋଗ ମାଡ଼ୁଥିବା କଥା ଶୁଣି ଭୟଭିତ ହୋଇପଡ଼ିଛନ୍ତି। ସେହିପରି କୋଚିଳା ଗ୍ରାମର ୧୦ରୁ ଅଧିକ ଗୋରୁ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଆକ୍ରାନ୍ତ ଗୋରୁଗୁଡ଼ିକ ଖାଦ୍ୟ ଖାଉ ନ ଥିବା ବେଳେ ସେମାନଙ୍କୁ ଜ୍ୱର ଆସିବା ସହ ପାଦ ଗଣ୍ଠି ଫୁଲିବା, ନାକ ଓ ପାଟିରୁ ଲାଳ ଗଡ଼ିବା ଲକ୍ଷଣ ଦେଖିବାକୁ ମିଳିଛି। ୨ରୁ ୩ ଦିନ ପୂର୍ବରୁ ବି.ବି. କଲୋନୀର ନିଲିକାନ୍ତ ଦେବନାଥଙ୍କ ଏକ ବାଛୁରି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲା। ସ୍ଥାନୀୟ ଗାଉଁଲି ଅନଭିଜ୍ଞ ଚିକିତ୍ସକ ବାଛୁରିକୁ ଇଞ୍ଜେକଶନ ଦେବାର କିଛି ସମୟ ପରେ ଜୀବନ ଚାଲି ଯାଇଥିଲା ବୋଲି ଗୋ ପାଳକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସକ ଅମରେଶ ସ୍ବାଇଁଙ୍କୁ ପଚାରିବାରେ ଆପଣଙ୍କ ମାଧ୍ୟମରେ ଗୋରୁଙ୍କୁ ଅଜଣା ରୋଗ ହୋଇଥିବା ଖବର ପାଇଲି। ତୁରନ୍ତ ଏକ ସ୍ବତନ୍ତ୍ର ଚିକିତ୍ସକ ଟିମ୍‌ ପହଞ୍ଚତ୍ ସର୍ବେକ୍ଷଣ କରିବା ସହ ଆକ୍ରାନ୍ତ ଗୋରୁଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।