Posted inଫୁରସତ

ଭିନ୍ନ ଏକ ରଜପର୍ବ

ଗ୍ରୀଷ୍ମ ଋତୁ ବିଦାୟ ନେବା ପରେ ପରେ ବର୍ଷାର ଆଗମନ ହୁଏ।ଯେମିତି କି ରଜ ଆସିଲେ ପ୍ରକୃତିର ରୂପ ବଦଳେ ।
ଏମିତିରେ ଗାଁରୁ ସହର ରଜ ପାଇଁ ହୁଏ ଉତ୍ସବମୁଖର। କିନ୍ତୁ ଗାଁଠାରୁ ଦୂରରେ ତଥା ସହରରେ ରହୁଥିବା ଲୋକମାନେ ବି ସ୍ବତନ୍ତ୍ର ଭାବେ ରଜକୁ ପାଳନ କରିଥାନ୍ତି। ଏଥିପାଇଁ ବିଭିନ୍ନ ପାରମ୍ପରିକ ନାଚଗୀତ, ଖେଳ ଓ ଘରୋଇ ପିଠାପଣାର ଆୟୋଜନ କରିଥାନ୍ତି; ଯାହା କି ସହରରେ ଭିନ୍ନ ଏକ ଗ୍ରାମୀଣ ସଂସ୍କୃତିର ପରିବେଶ ସୃଷ୍ଟି ହୋଇଥାଏ। ତେବେ ଦୀର୍ଘ ୨୨ବର୍ଷ ଧରି ଭୁବନେଶ୍ୱରରେ ମଶାଲ ଅନୁଷ୍ଠାନ ତରଫରୁ ପାଳନ ହୋଇ ଆସୁଥିବା ରଜ ଉତ୍ସବ ଏଥର କିନ୍ତୁ କରୋନା ମହାମାରୀ କଟକଣା ଯୋଗୁ କୋଳାହଳଠାରୁ ଖୁବ୍‌ ଦୂରରେ। ଯାହା କେବଳ ସ୍ମୃତିରେ ମନେପଡ଼େ ସେ ଦିନର ରଜ। ଏହି ଉତ୍ସବର ଅନ୍ୟତମ ଆୟୋଜକ ଡ. ତାପସ କୁମାର ସାମନ୍ତରା (କେନ୍ଦ୍ର ସରକାରଙ୍କ ପୂର୍ବାଞ୍ଚଳ ସଂସ୍କୃତି କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ) କୁହନ୍ତି, ୧୯୯୪ ମସିହାରୁ ‘ମଶାଲ’ ଅନୁଷ୍ଠାନର କର୍ମକର୍ତ୍ତାମାନେ ବିଭିନ୍ନ ସମୟରେ ନାନାପ୍ରକାରର ଜନମଙ୍ଗଳ କାର୍ଯ୍ୟ କରିବା ସହିତ ପ୍ରତିବର୍ଷ ରଜପର୍ବ ପାଳି ବେଶ୍‌ ଖୁସୀ ହୋଇଥାନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଶେଷକରି ଶ୍ୟାମସୁନ୍ଦର ପାଢୀ, ରାଜେନ୍ଦ୍ର ମହାପାତ୍ର, ସନ୍ଦିପ ରଥ, ପ୍ରଭଞ୍ଜନ ସାହୁ, ଚନ୍ଦନଶଙ୍କର ପଣ୍ଡା, ଚନ୍ଦ୍ରକାନ୍ତ ମିଶ୍ର, ସରୋଜ ଅଗ୍ରଓ୍ବାଲ ଓ ଲକ୍ଷ୍ମୀନାରାୟଣ ବରାଳ ପ୍ରମୁଖ ସହଯୋଗ କରିଥାନ୍ତି। ମାତ୍ର ୨୦୦୦ମସିହା ଜୁନ୍‌ ୧୪ ଠାରୁ ପ୍ରତିବର୍ଷ ରବୀନ୍ଦ୍ର ମଣ୍ଡପ ପରିସରରେ ମଶାଲ ଅନୁଷ୍ଠାନ ତରଫରୁ ରଜପର୍ବକୁ ପାଳନ କରାଯାଇଥାଏ। ଏଥିପାଇଁ ପ୍ରତିବର୍ଷ ଜାନୁୟାରୀ ମାସରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ।ଏକ ଗ୍ରାମୀଣ ପରିବେଶର ମଞ୍ଚ ସଜାହୁଏ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏବଂ ରାଜ୍ୟ ବାହାରୁ କଳାକାରମାନଙ୍କୁ ଆମନ୍ତ୍ରଣ କରାଯାଇଥାଏ। ତେବେ ମଶାଲର ଏହି ରଜପର୍ବରେ ଯୋଗଦେବା ପାଇଁ ଏବଂ ଖୁସି ମନାଇବା ଲାଗି ପ୍ରାୟବର୍ଷକ ପୂର୍ବରୁ ବହୁ କଳାସଂସ୍କୃତିପ୍ରେମୀ ଅପେକ୍ଷା କରିଥାନ୍ତି। ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ନାଚ, ଗୀତ, ପାରମ୍ପରିକ ଖେଳ, ଲୋକକଳା ଓ ଗ୍ରାମୀଣ ପରିବେଶର ଚିତ୍ରକୁ ସହରରେ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଯେପରି କି ଏହି ପରିସରରେ ଗାଁର ଖଳାବାରି, ଗାଈ ଗୁହାଳ, ଝୋଟିପକା, ମୁରୁଜ ପକା ଆଦି ବିଭିନ୍ନ କଳାକୃତିକୁ ପ୍ରଦର୍ଶନ କରାଯାଇଥାଏ;ଯାହା କି ଏକ ଛୋଟ ଗାଁଟିର ଚିତ୍ରପରି ଭ୍ରମସୃଷ୍ଟିକରେ। ଉତ୍ସବ ଭିତରକୁ ପ୍ରବେଶ କରୁଥିବା ଅତିଥିମାନଙ୍କୁ ପ୍ରଥମେ ଚନ୍ଦନଟିପା, ମଲିଫୁଲ ଓ ପାନ ଦେଇ ସ୍ବାଗତ କରାଯାଇଥାଏ। ଏଠାରେ ରଜପାନ, ଖେଳ, ପିଠାପଣା, ନାଚଗୀତ, ଦୋଳି, ହୁଳହୁଳି, କାନ୍ଦଣା, ପୁଚିଖେଳ, ଗାଁର କବିତା, ନାଟୁଆ ମଞ୍ଚ, ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା, ସାହିଯାତ, ପାରମ୍ପରିକ ଲୋକନୃତ୍ୟ ଆୟୋଜନ କରାଯାଇଥାଏ। ନାରୀମାନଙ୍କ କେଶବିନ୍ୟାସ, ଅଳତା ଲଗା, ଓଡ଼ିଆଣୀର ଚାଲିଚଳନ ଇତ୍ୟାଦିକୁ ଏଠାରେ ଦେଖିବାକୁ ମିଳେ। ଲୋକଲୋଚନର ଆଢୁଆଳରେ ଥିବା ଅନେକ କଳାକାରଙ୍କୁ ଖୋଜି ଲୋଡ଼ାଯାଇ ଏହି ରଜମଞ୍ଚରେ ତାଙ୍କର କଳାକୁ ପରିବେଷଣ ପାଇଁ ସୁଯୋଗ ସୃଷ୍ଟି କରାଯାଇଥାଏ। ପୁଣି ପ୍ରତିଯୋଗୀଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ପ୍ରତିଭାଙ୍କୁ କିଛି ରୋଜଗାରର ପନ୍ଥା ଉଦ୍ଦେଶ୍ୟରେ ଉତ୍ସାହିତ କରାଯାଇଥାଏ। ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ପ୍ରତିଭାବାନ ମହିଳାଙ୍କୁ ସ୍ବତନ୍ତ୍ର ଭାବେ ‘ମଶାଲ ପ୍ରତିଭା’ ପୁରସ୍କାର ସହିତ ପ୍ରାୟ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ସେହିପରି ଜଣେ ମେଧାବୀ ଗରିବ ଶ୍ରେଣୀର ଛାତ୍ରୀଙ୍କୁ ପାଠପଢ଼ିବା ନିମନ୍ତେ ମାଗଣାରେ ବର୍ଷକର ସ୍ବତନ୍ତ୍ର ଖର୍ଚ୍ଚ ବ୍ୟବସ୍ଥା କରାଯାଇଥାଏ।ଏଠାର ରଜପର୍ବରେ ସମାଜର ବହୁପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଯୋଗଦାନ ରହିଥାଏ। କଣ୍ଠଶିଳ୍ପୀ ସୁସ୍ମିତା ଦାଶ କୁହନ୍ତି ମଶାଲର ରଜପର୍ବରେ ଦୁଇଥର ଗୀତଗାଇବାର ସୁଯୋଗ ମିଳିଛି।ରଜଦୋଳି,ରଜପାନ,ରଜପିଠା ଦେଖିଛି। ସଂନ୍ଧ୍ୟାବେଳେ ଏଠାରେ ଯେଉଁ ସାଂସ୍କୃତିକ କାଯର୍‌ୟକ୍ରମ ହୁଏ କେବଳ ପାରମ୍ପରିକ ଲୋକକଳାକୁ ଦେଖିବାକୁ ମିଳିଥାଏ। କିନ୍ତୁ କରୋନା ମହାମାରି ଯୋଗୁ ସେହି ଉତ୍ସବକୁ କେବଳ ମନେପକାଉଛି। ଆଶାକରିଛି ଆଗାମୀଦିନରେ ପୁଣି ସଜବାଜ ହେବ ରଜ। ଏହି ଅନୁଷ୍ଠାନର ରଜଉତ୍ସବ ସମ୍ପର୍କରେ- ନାଟ୍ୟଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ କୁହନ୍ତି, ରଜ ଏମିତି ଏକ ମାଧ୍ୟମ ଯାହା ଗାଁ ଓ ସହର ସମ୍ପର୍କକୁ ବାନ୍ଧି ରଖିଥାଏ। ମଶାଲ ତରଫରୁ ଆୟୋଜିତ ରଜପର୍ବ ଏକ ନିଆରା ଆକର୍ଷଣ । ସହରରେ ସବୁଥାଏ ମାତ୍ର ତା’ର ମୂଳଦୁଆ ଗାଁରେ ବୋଲି ଏହା ସୂଚାଇଦିଏ। ଏକ ସ୍ବତନ୍ତ୍ର ମଞ୍ଚରେ କୁଆଁରୀମାନଙ୍କୁ ସମ୍ମାନ ଓ ରଜପର୍ବର ମହତ୍ତ୍ୱ ମାଟି ମା’ର କଥାକୁ ନେଇ ବିଭିନ୍ନ ରୀତିନୀତିର କାଯର୍‌ୟକ୍ରମ ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ଯୋଗୁ ଏଠାରେ ରଜମଉଜ ସିନା ହୋଇପାରୁ ନାହିଁ, ହେଲେ ରଜସ୍ମୃତିକୁ ମନେପକାଇ ମନ ଭିତରେ ଜାଗ୍ରତ ରହିଛି ଆମ ଗଣପର୍ବ ରଜ ଓ ତା’ର ପାରମ୍ପରିକ ରୀତିନୀତି।ଯାହା ଆମ ମନକୁ ଆନନ୍ଦ ଦେଇଥାଏ

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri