ଉତ୍ସାହ ମଧ୍ୟରେ ଆଗକୁ ବଢ଼ିବାର ସଂକଳ୍ପ

ଭୁବନେଶ୍ୱର,୧।୬(ବ୍ୟୁରୋ)- ବୁଧବାର +୨ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ନିଜ ନିଜ ଫଳାଫଳ ଦେଖିବା ପରେ ରାଜଧାନୀର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଥିଲା। ଆଶାନୁରୂପ ଫଳ ପାଇଥିବା ପରୀକ୍ଷାର୍ଥୀ ଖୁସି ପାଳନ କରିଥିବାବେଳେ ଆଶାଠାରୁ କିଛି କମ୍‌ ପାଇଥିବା ବିଦ୍ୟାର୍ଥୀ ଅଧିକ ପରିଶ୍ରମ ଓ ଏକାଗ୍ରତା ସହ ଆଗକୁ ବଢ଼ିବାକୁ ସଂକଳ୍ପ ନେଇଛନ୍ତି। କେତେଜଣ କୃତୀ ଛାତ୍ରୀଛାତ୍ରଙ୍କ ମୁହଁରୁ …
୫୬୪ ମାର୍କ ରଖି ଯୁକ୍ତ ୨ରେ ଉତ୍ତୀର୍ଣ୍ଣ ହୋଇଛି। ଆଗକୁ ନିଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କଠିନ ପରିଶ୍ରମ ଓ ପରିବାରର ସହଯୋଗରୁ ମୋତେ ଏହି ସଫଳତା ମିଳିଛି। ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇବି। ଦିନକୁ ୧୨ରୁ ୧୫ ଘଣ୍ଟା ପାଠପଢ଼ାରେ ବିତାଉଥିଲି। ତାହାରି ଫଳ ସ୍ବରୂପ କଲେଜରେ ସବୁଠାରୁ ଅଧିକ ମାର୍କ ରଖିପାରିଛି।
                                                                                                                                    – ବର୍ଷାରାଣୀ ସ୍ବାଇଁ, ବିଜେବି ଏଚଏସ୍‌ଏସ୍‌
ଯୁକ୍ତ ୨ ବାଣିଜ୍ୟରେ କଲେଜରେ ସର୍ବାଧିକ ୫୧୬ ମାର୍କ ରଖିଥିବାରୁ ଖୁସି ଲାଗୁଛି। କଲେଜ ଓ ଟ୍ୟୁଶନ  ଶିକ୍ଷୟିତ୍ରୀଶିକ୍ଷକଙ୍କ ମାର୍ଗଦର୍ଶନ ଓ କଠିନ ପରିଶ୍ରମର ଏହା ଫଳ। ମୋର ସଫଳତାର ଶ୍ରେୟ ମୋ ଅଜାଙ୍କୁ ଦେବାଙ୍କୁ ଚାହିଁବି। ତାଙ୍କର ସହଯୋଗ ଓ ପରାମର୍ଶରୁ ମୁଁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିଛି। ଆଗକୁ କଷ୍ଟ୍‌ କିମ୍ବା ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛି।
                                                                                                                                 – ସାଇଦତ୍ତମ ପଣ୍ଡା, ରାଜଧାନୀ ଏଚ୍‌ଏସ୍‌ଏସ୍‌
ପରିଶ୍ରମ ଅନୁଯାୟୀ ଫଳ ମିଳିଲେ ଖୁସି ଲାଗେ। ମାତ୍ର ମୋ ପରିଶ୍ରମ ଅନୁସାରେ କିଛି ମାର୍କ କମିଛି। ତେବେ ଆଗକୁ ଅଧିକ ପରିଶ୍ରମ କଲେ  ସଫଳତା ପାଇବି ବୋଲି ଆଶା ରଖିଛି।  ଗଣିତରେ କିଛି ମାର୍କ କମିଛି । ବିଜ୍ଞପ୍ତି ପ୍ରକାଶ ପରେ ରିଆଡିଶନ୍‌ ଅଫ୍‌ ମାର୍କ  ପାଇଁ ଆବେଦନ କରିବା ପାଇଁ ଚିନ୍ତା କରୁଛି। ତେବେ ଏହା ଜୀବନର ଶେଷଫଳ ନୁହେଁ। ଆଗାମୀ ଦିନରେ ଅଧିକ ପରିଶ୍ରମ କରିବି ବୋଲି ନିଷ୍ପତ୍ତି ନେଇଛି।
– ଶ୍ରଦ୍ଧାଞ୍ଜଳି ପଣ୍ଡା, ଜୁପିଟର ସାଇନ୍ସ ଏଚ୍‌ଏସ୍‌ଏସ୍‌
ବାପା ଜଣେ ପାନ ଦୋକାନୀ। ପାଠପଢ଼ା ପାଇଁ ବିଶେଷ ସମୟ ଦେଇପାରନ୍ତି ନାହିଁ କିନ୍ତୁ ସବୁବେଳେ ଆଗକୁ ବଢ଼ିବାକୁ ପ୍ରୋସତ୍ାହିତ କରନ୍ତି। ମା’ ପଢ଼ାକଥା ନିୟମିତ ବୁଝନ୍ତି। ବିଜ୍ଞାନରେ ସର୍ବାଧିକ ୫୩୫ ମାର୍କ ରଖିବା ସହ କଲେଜ ଟପ୍ପର ହେବି ବୋଲି ଭାବି ନ ଥିଲି। ଜାଣିବା ପରେ ବହୁତ ଖୁସି ଲାଗୁଛି। ଆଗକୁ ମେଡିକାଲ ସାଇନ୍ସ ପଢ଼ିବାକୁ ପ୍ରସ୍ତୁତି ଚଳାଇଛି। ସଫଳତାର ଶ୍ରେୟ ସବୁ ଗୁରୁଜନଙ୍କୁ ଦେବାକୁ ଚାହଁିବି।
                                                                                                                              – ଆର୍ଯ୍ୟନ୍‌ ପଟ୍ଟନାୟକ, ରାଜଧାନୀ ଏଚ୍‌ଏସ୍‌ଏସ୍‌
ଯେତିକି ଭାବିଥିଲି ତାହାଠାରୁ ଭଲ ରେଜଲ୍ଟ ହୋଇଛି। ୫୫୬ ମାର୍କ ରଖି +୨ ବିଜ୍ଞାନ ପାସ୍‌ କରିଛି। ଆଗକୁ ମେଡିକାଲ ସାଇନ୍ସ ପଢ଼ିବାକୁ ଇଚ୍ଛା ରହିଛି। ଅନଲାଇନ୍‌ରେ ପ୍ରସ୍ତୁତି ଆରମ୍ଭ କରିଛି। କଲେଜ ଓ ଟ୍ୟୁଶନ ବ୍ୟତୀତ ଘରେ ୫ରୁ ୬ ଘଣ୍ଟା ପଢ଼ାପଢ଼ି କରୁଥିଲି। କଠିନ ପରିଶ୍ରମ ହିଁ ସଫଳତା ଦେଇଛି।
                                                                                                                                       – ବିମଳ ରାଉତ, ବିଜେବି ଏଚ୍‌ଏସ୍‌ଏସ୍‌

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri