Categories: ଜାତୀୟ

ଜଣେ ହତାଶ ବ୍ୟକ୍ତି ନିଜକୁ ବଞ୍ଚାଇବାର ପ୍ରୟାସ କରୁଛନ୍ତି, ସିସୋଦିଆଙ୍କୁ ଅନୀଲ ବୈଜଲଙ୍କ ଉତ୍ତର…

ନୂଆଦିଲ୍ଲୀ, ୯।୮ : ଦିଲ୍ଲୀର ନୂତନ ଅବକାରୀ ନୀତି ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଭିଯୋଗର ଉତ୍ତର ଦେଇ ପୂର୍ବତନ ଉପରାଜ୍ୟପାଳ ଅନୀଲ ବୈଜଲ କହିଛନ୍ତି ଯେ ଜଣେ ହତାଶ ବ୍ୟକ୍ତି ନିଜକୁ ବଞ୍ଚାଇବାର ପ୍ରୟାସ କରୁଛନ୍ତି।

ସେ ଏକ ବିବୃତି ଜାରି କରି କହିଛନ୍ତି ଯେ, ସିସୋଦିଆଙ୍କ ଅଭିଯାଗ ସମ୍ପୂର୍ଣ୍ଣ ନିରାଧାର। ସିସୋଦିଆ ନିଜର ଏବଂ ନିଜ ସହଯୋଗୀ ମାନଙ୍କର ଅପାରଗତା ଏବଂ କାର୍ଯ୍ୟ ଲୁଚାଇବା ପାଇଁ ଏଭଳି ଅଭିଯୋଗ କରିଛନ୍ତି। ଦିଲ୍ଲୀର ନୂତନ ଅବକାରୀ ନୀତି ନେଇ ଆମ ଆଦମୀ ପାର୍ଟି ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା କ୍ରିୟାନ୍ବୟନ ଫାଇଲରେ ବହୁ ତ୍ରୁଟିର ସଂଶୋଧନ କରାଯିବା ସହିତ ମୁଁ ସରକାରଙ୍କୁ କେତେକ ପରାମର୍ଶ ମଧ୍ୟ ଦେଇଥିଲି ବୋଲି ବୈଜଲ କହିଛନ୍ତି।

ଏସବୁ ତଥ୍ୟ ଏବେ ସାର୍ବଜନୀନ ଡୋମେନରେ ରହିଛି। ଯେଉଁଠାରେ ମଦ ଦୋକାନ ଖୋଲା ନଯିବ ତାହାକୁ ମନା କରି ମୁଁ ମୋର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିଥିବା ବୈଜଲ କହିଛନ୍ତି। ଏହି ପ୍ରସଙ୍ଗରେ ମୁଁ ମଣ୍ଡଳାୟୁକ୍ତ, ଅବକାରୀ ଆୟୁକ୍ତଙ୍କ ସହିତ ଡିଡିଏ ଭିସିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲି। କମିଟି ୧୦ ଡିୋସମ୍ବର ୨୦୨୧ରେ ଏହାର ରିପୋର୍ଟ ପ୍ରଦାନ କରିଥିଲା। ରିପୋର୍ଟରେ ୬୭ ଅବାସିକ ସ୍ଥାନରେ ମଦ ଦୋକାନ ଖୋଲାଯିବା ଲାଇସେନ୍ସ ପ୍ରଦାନ କରିବା ନେଇ ବିଚାର କରିବାକୁ କୁହାଯାଇଥିଲା। ନିଜ କାର୍ଯ୍ୟକାଳ ମଧ୍ୟରେ ମୁଁ ମୋର ସାମ୍ବିଧାନିକ ଦାୟିତ୍ୱବୋଧର ପାଳନ ପାଇଁ କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି।

Share