ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା, ସ୍ବାବଲମ୍ବନଶୀଳତା ଓ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା ସ୍ବତସ୍ଫୂର୍ତ୍ତ ଭାବରେ ହୃଦୟରେ ଜାଗିଉଠେ। ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାର ମାର୍ଗ ଦେଖାଇଥିଲେ। ଭାରତୀୟ ଆଦର୍ଶ ଏକ ଚୂଡ଼ାନ୍ତ ରୂପନେବା ଫଳରେ ବାପୁଙ୍କ ‘କୁଟି ଖାଅ କାଟି ପିନ୍ଧ’ ସ୍ଲୋଗାନରେ ସମସ୍ତେ ନିଜକୁ ସାମିଲ କରିବା ସହ ସାଦାସିଧା ଖାଇ, ନିହାତି ଆବଶ୍ୟକ ଜିନିଷ ବ୍ୟବହାରକରି ଯେଉଁ ପରିବର୍ତ୍ତନର ଶିଖା ପ୍ରଜ୍ୱଳିତ କରିଥିଲେ ତାହା ସମାଜକୁ ପ୍ରଭାବିତ କରିଥିଲା। ସ୍ବାଧୀନତା ପୂର୍ବରୁ ଆମର ସେଭଳି ନିଜସ୍ବ ବୋଲି କିଛି ନ ଥିଲା। ୧୮୬୬ ପରେ ଦୈବୀ ଦୁର୍ବିପାକ ଯୋଗୁ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷରେ ଅନେକ ହଜାର ଲୋକ ପ୍ରାଣ ହରାଇ ଥିଲେ। ସ୍ବାସ୍ଥ୍ୟସେବା ପାଇଁ କୌଣସି ସୁବିଧା ନ ଥିଲା। ଜ୍ଞାନାଲୋକ ପ୍ରଜ୍ଜ୍ୱଳିତ କରିବା ପାଇଁ ଶିକ୍ଷାନୁଷ୍ଠାନର ସଙ୍କଟ ଥିଲା। ଇଂରେଜଙ୍କ ଶୋଷଣ ଓ ଅତ୍ୟାଚାରରେ, ବେଠି ଓ କୋରଡ଼ା ମାଡ଼ରେ ଜାତୀୟ ମେରୁଦଣ୍ଡ ଦୋହଲିଯାଇଥିଲା। ଦିଓଳି ଲୋକ ମୁଠାଏ ଖାଇବାକୁ ପାଉ ନ ଥିଲେ। ପ୍ରତିବନ୍ଧକ ଥିଲା ‘ଏକ ବିଦେଶୀ ଅଙ୍କୁଶ’।
ଓଡ଼ିଶାରେ ମୋଗଲ, ପଠାଣ, ବର୍ଗୀ ଏବଂ ଇଂରେଜଙ୍କ ଅତ୍ୟାଚାରରେ ଗଣଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଫଳରେ ଏକ ସଙ୍ଗଠିତ ଜାତିହୋଇ ଛିଡ଼ାହେବା ପାଇଁ ତାକୁ ଲାଗିଥିଲା ଅନେକ ଶହ ବର୍ଷ। ଏପରିକି ସ୍ବତନ୍ତ୍ର ଓଡ଼ିଶା ପାଇବା ପାଇଁ ଓଡ଼ିଆଙ୍କୁ ନିରବଚ୍ଛିନ୍ନ ଭାବରେ ସଂଗ୍ରାମ କରିବାକୁ ପଡ଼ିଥିଲା। ଏପରି ସଂଘର୍ଷ ଓ ପ୍ରାଣୋତ୍ସର୍ଗ ପରେ ଯାହା ମିଳିଲା ତାହା ଥିଲା ଖଣ୍ଡିତ ଓ ଅସଙ୍ଗଠିତ। ଏହି ସଂଘର୍ଷ ଭିତରୁ ଆମେ ଲାଭ କରିଥିଲୁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର ପ୍ରଭୃତିର ସୀମାନ୍ତ ଅଞ୍ଚଳକୁ କଟକ, ପୁରୀ, ଗଞ୍ଜାମ, ଢେଙ୍କାନାଳ ଓ କେଉଁଝର ସହ ସାମିଲକରି ଯେଉଁ ଓଡ଼ିଶା ଆମେ ଲାଭକଲୁ ତା’ର ଦାନ ଭାରତୀୟ ଜାତୀୟତାକୁ ଅବିସ୍ମରଣୀୟ। ମହାତ୍ମା ଗାନ୍ଧୀ ଯେଉଁ ଡାକରା ଦେଲେ ତାହା ଓଡ଼ିଶାର ପୁରପଲ୍ଲୀରେ ସ୍ବତଃ ଅନୁରଣିତ ହୋଇ ଉଠିଥିଲା। ସେତେବେଳର ସତ୍ୟବାଦୀର ବନ ବିଦ୍ୟାଳୟ ଓ ଜାତୀୟ ପୁନର୍ଗଠନ, ବରୀର ମୌଳିକ ଶିକ୍ଷା, ପାପଡ଼ାହାଣ୍ଡିର ବଳିଦାନ, କାଇପଡ଼ା କଳାମାଟିଆର ସଂଗ୍ରାମ, ଇରମ, ଇଞ୍ଚୁଡି ଓ ପାହାଡ଼ଘେରା ଆମ୍‌କୋ-ସୁମ୍‌କୋର ସଂଗ୍ରାମ। ସମସ୍ତଙ୍କୁ ଭାରତୀୟ ନେତୃବର୍ଗ ବିଶ୍ୱାସ କରିପାରୁ ନ ଥିଲେ ଯେ ଓଡ଼ିଶା ପରି ଏକ ପଛୁଆ ରାଜ୍ୟରେ ଏପରି ସଂଗ୍ରାମ ସଂଗଠିତ ହୋଇପାରେ। ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରାରେ ଶହ ଶହ ଲୋକ ସ୍ବତସ୍ଫୂର୍ତ୍ତ ଭାବରେ ସାମିଲହୋଇ ନିଜ ମା’କୁ ବେଡ଼ିବନ୍ଧନରୁ ମୁକ୍ତକରିବା ପାଇଁ ଆହ୍ବାନ ଦେଇଥିଲେ। ସେ ଦିନର ଶ୍ରାବଣ ମାସର ଅବିଶ୍ରାନ୍ତ ବର୍ଷା ବୈତରଣୀର କୂଳଲଙ୍ଘା ଗର୍ଜନ, କୃଷ୍ଣ ପକ୍ଷର ଅମାଅନ୍ଧାର ରାତି, ଗୋଟିଏ ଛୋଟ ଡଙ୍ଗା ପାଖରେ ଉପସ୍ଥିତ ଥିଲେ ମାତ୍ର ୨ଜଣ ଯୁବକ। ପୁରଷୋତ୍ତମପୁରରେ ଅପେକ୍ଷାରତ ଗଦାଧର ବାବୁ ଓ ରାଜକିଶୋର ବାବୁଙ୍କୁ ଏକ ଗୋପନ ତଥ୍ୟ ଦେବା ପାଇଁ କିନ୍ତୁ ନିୟତିର ବିଚାର ଥିଲା ଅଲଗା। ଖରସ୍ରୋତା ନଦୀର ପ୍ରଖର ସ୍ରୋତ ଘାଇ ମୁହଁରେ ଡଙ୍ଗାକୁ ଟାଣିନେଲା ବିଜୁଳି ବେଗରେ । ବଡ଼ ଆମ୍ବଗଛରେ ପିଟିହୋଇ ମୁହୂର୍ତ୍ତକରେ ବୁଡ଼ିଯାଇଥିଲା ଛୋଟ ହୁଲି ଡଙ୍ଗାଟି। ସେହି ଯୁବକଦ୍ୱୟ ସୁକୁମାର ଓ ମୋହିନୀ ମୋହନ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ ଅପେକ୍ଷା କଲେ ରାତି ପାଇଯିବ। କିନ୍ତୁ ଖବର ପହଞ୍ଚପାରିବନାହିଁ। ଏଇଠାରେ ପାଟ ଭିତର ଦେଇ ପହଁରି ପହଁରି ଯିବାକୁ ପଡିବ ପୁରୁଷୋତ୍ତମପୁର ଯାଏ ପ୍ରାୟ ୮ କିଲୋମିଟର। ବନ୍ଦେ ମାତରମ୍‌ କହି ଲମ୍ପଂ ପ୍ରଦାନ କଲେ।
ସେଠାରେ ପହଞ୍ଚିଲା ବେଳକୁ ବ୍ୟତିବ୍ୟସ୍ତ ହୋଇ ଉଠିଥିଲେ ଗଦାଧର ଓ ରାଜ କିଶୋର। ଏ ଯୁବକ ଦ୍ୱୟଙ୍କ ଦେଶ ଭକ୍ତି, ତ୍ୟାଗ, ନିଷ୍ଠା ପରିଶ୍ରମର କାହାଣୀ ପ୍ରକୃତରେ ଥିଲା ହୃଦୟସ୍ପର୍ଶୀ।
ସେଦିନର ମୁକ୍ତିକାମୀ ଦେଶପ୍ରେମୀମାନଙ୍କର କାହାଣୀ ଏଠାରେ ଅବତାରଣା କରିବାର ଏକମାତ୍ର ଉଦ୍ଦେଶ୍ୟ ଆଜିର ନେତୃବର୍ଗ କେବଳ ନିଜର ଗାଦି ଓ କ୍ଷମତା ହାସଲ ପାଇଁ ଯେକୌଣସି ଅନୈତିକ କାର୍ଯ୍ୟ କରିବାକୁ ତିଳେ ହେଲେ ପଛଘୁଞ୍ଚା ଦେଉନାହାନ୍ତି। ଆଜି ସେମାନେ ଭୁଲିଯାଇଛନ୍ତି ପୂର୍ବ ସୁରୀମାନଙ୍କ କଷ୍ଟଲବ୍ଧ ସ୍ବାଧୀନତାର ଗୁରୁତ୍ୱ କ’ଣ? ଚନ୍ଦ୍ରାଲୋକରେ ଅନେକ ପରିବାର ଅଦ୍ୟାବଧି ଜୀବନ ବିତାଉଥିବା ବେଳେ ନିର୍ବାଚିତ ପ୍ରତିନିଧିଙ୍କ ତ୍ରିତଳ ପ୍ରସାଦ ଦିନକୁ ଦିନ ବଢ଼ିଚାଲିଛି। ସାଂସଦ ଓ ବିଧାୟକଙ୍କ ମଧ୍ୟରୁ ୭୦ ପ୍ରତିଶତ କୋଟିପତି। ଏବେ ପୂର୍ବ ନେତୃବର୍ଗଙ୍କ ଭଳି ସେବା ମନୋବୃତ୍ତିର ନେତା ନାହାନ୍ତି। ଏମାନେ ସେବା ଦେବା ବଦଳରେ କେବଳ ନେବାକୁ ପ୍ରାଧାନ୍ୟ ଦେଉଥିବା ଦଖାଯାଉଛି।

ଉମାଶଙ୍କର ପ୍ରସାଦ

ମୋ: ୬୩୭୦୬ ୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri