ଛାତ୍ରୀ ନିବାସ କୋଠରିରୁ ମିଳିଲା ଝୁଲନ୍ତା ମୃତଦେହ

ରସୁଲପୁର,୨୬ା୧୦(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ବଡକଇଁଚି ପଞ୍ଚାୟତର ହୃଷିକେଶ ଖିଲାରଙ୍କ ବଡ଼ଝିଅ ରଶ୍ମିରେଖା(୧୯)ଙ୍କ ରବିବାର ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି ା ଛାତ୍ରଙ୍କ ପରିବାର ଲୋକେ ଏ ସଂକ୍ରାନ୍ତରେ କଟକ ଜିଲା ଓଲଟପୁର ଥାନାରେ ହତ୍ୟା ମାମଲା ରୁଜୁ କରିଛନ୍ତି ା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ା
ସୂଚନା ଅନୁଯାୟୀ, କଟକ ଜିଲା ଓଲଟପୁର ଥାନା ଅଧୀନ ଉଦୟନାଥ(ୟୁଏନ) ସ୍ବଂୟଶାସିତ କଲେଜର ଯୁକ୍ତ ୩ ବିଜ୍ଞାନ ଶେଷବର୍ଷ ଛାତ୍ରୀ ରଶ୍ମୀରେଖାଙ୍କ ଝୁଲନ୍ତା ମୃତଦେହ ଘରୋଇ ଛାତ୍ରୀ ନିବାସର କୋଠରୀରୁ ମିଳିଥିଲା ା ରବିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏଭଳି ଘଟଣା ଘଟିଥିଲା ବୋଲି ତାଙ୍କ ସହପାଠୀ ମୃତା ଛାତ୍ରୀଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ା ଛାତ୍ରୀ ନିବାସ ମାଲିକ ବେଣୁଧର ମହାରଣା ବି ଏସଂକ୍ରାନ୍ତରେ ରଶ୍ମୀରେଖାଙ୍କ ବାପାଙ୍କୁ ଫୋନରେ ଜଣାଇଥିଲେ ା ରାତି ପ୍ରାୟ ସାଢେ ୨ଟାରେ ପରିବାର ଲୋକ ପହଞ୍ଚତ୍ବା ପରେ ପୋଲିସ ଏକ ଶାବଳରେ କବାଟ ତାଡି ଘର ଭିତରକୁ ି ମୃତଦେହ ଜବତ କରିଥିଲା ା ମୃତା ଛାତ୍ରୀଙ୍କ ବାପା ଓ ବଡକଇଁଚି ପଞ୍ଚାୟତର ସରପଞ୍ଚ ଅଶୋକ ମଲ୍ଲିକ କହିଛନ୍ତି, ଝିଅ ମରିଥିବା କୋଠରୀ ଖୋଲା ଥିଲା ା କୋଠରୀରେ ୩ଟି ଦେଢ ଫୁଟିଆ ଖଟ ପଡିଥିଲା ା କୋଠରୀର ଏକ ପାର୍ଶ୍ୱରେ କାନ୍ଥ ଆଲମିରା ରହିଥିଲା ା ଏହାଛଡା କୋଠରୀରେ ଅନ୍ୟ କୌଣସି ସାମଗ୍ରୀ ନ ଥିଲା ା ଝିଅର ମୃତଦେହ ଝୁଲୁଥିଲା ା ତାର ଗୋଡ଼ ଚଟାଣକୁ ଲାଗିଥିଲା ା ଆତ୍ମହତ୍ୟାର କୌଣସି ଲକ୍ଷଣ ତାର ମୁହଁରେ ପରିଲକ୍ଷିତ ହେଉ ନ ଥିଲା ା ଝିଅକୁ ଛାତ୍ରୀ ନିବାସର ମାଲିକ ଓ ତାଙ୍କ ସ୍ତ୍ରୀ ମିଳିମିଶି ଜୀବନରୁ ମାରି ଦେଇଛନ୍ତି ବୋଲି ରଶ୍ମିରେଖାଙ୍କ ବାପା ଓଲଟପୁର ଥାନାରେ ଅଭିଯୋଗ କରିଛନ୍ତି ା ଉକ୍ତ ଅଭିଯୋଗ ଆଧାରରେ ପୋଲିସ ୩୦୨ ଦଫାରେ ଏକ ମାମଲା(ନଂ.୧୧୪/୨୨) ରୁଜୁ କରି ଘଟଣାର ତଦନ୍ତ କରୁଛି ା
ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୁର୍ଗାପୂଜା ଛୁଟିରେ ରଶ୍ମୀରେଖା ଘରକୁ ଆସିଥିଲେ ା ତାଙ୍କ ଆଚାର ବ୍ୟବହାର ସାଧାରଣ ଥିଲା ା କୌଣସି ବିଲକ୍ଷଣ ଦେଖାଯାଉ ନ ଥିଲା ା ତାଙ୍କ ମୁହଁରେ ଧଳାଦାଗ ଦେଖାଯାଉଥିବାରୁ ପରିବାର ଲୋକେ ଗତ ୧୨ତାରିଖ ଦିନ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଇ ହଷ୍ଟେଲରେ ଛାଡି ଆସିଥିଲେ ା ଘଟଣା ଦିନ ରାତିରେ ସେ ପରିବାର ଲୋକଙ୍କ ସହ କଥାବର୍ତ୍ତା ହୋଇଥିଲା। ନିଜ ମାମୁ ପୁଅଙ୍କ ସହ ରଶ୍ମିରେଖା କଥା ହୋଇଥିଲେ ା ମାତ୍ର ସେହିଦିନ ରାତିରେ କ’ଣ ଏମିତି ଘଟିଲା ଯେ ତାଙ୍କ ଝିଅ ଆତ୍ମହତ୍ୟା କରିଲେ ସେ ଏହି ଘଟଣାକୁ ବିଶ୍ୱାସ କରି ପାରୁନାହାଁନ୍ତି। ତାଙ୍କୁ ଝିଅକୁ ମାରି ଟାଙ୍ଗି ଦିଆଯାଇଛି। ପରିବାର ଲୋକେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ା
ଏ ସମ୍ପର୍କରେ ଓଲଟପୁର ଥାନା ଅଧିକାରୀ ବିଜୟା ସାହୁଙ୍କୁ ପଚାରିବାରୁ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ତନଖି କରାଯାଇଥିଲା ା ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାଇଣ୍ଟିଫକ୍‌ ଟିମ୍‌ର ଏକ ଦଳ ଆସି ଘଟଣା ସମ୍ପର୍କରେ ଅନୁସନ୍ଧାନ କରିଛନ୍ତି ା ଉକ୍ତ ଘଟଣା ସମ୍ପର୍କରେ ଛାତ୍ରୀ ନିବାସର ମାଲିକଙ୍କୁ ପୋଲିସ ତଦନ୍ତ ପରିସରଭୂକ୍ତ କରି ପଚରାଉଚୁରା କରୁଛି ା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ପଛର ଅସଲ ରହସ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ା