ଛାତ୍ରୀ ନିବାସ କୋଠରିରୁ ମିଳିଲା ଝୁଲନ୍ତା ମୃତଦେହ

ରସୁଲପୁର,୨୬ା୧୦(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ବଡକଇଁଚି ପଞ୍ଚାୟତର ହୃଷିକେଶ ଖିଲାରଙ୍କ ବଡ଼ଝିଅ ରଶ୍ମିରେଖା(୧୯)ଙ୍କ ରବିବାର ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି ା ଛାତ୍ରଙ୍କ ପରିବାର ଲୋକେ ଏ ସଂକ୍ରାନ୍ତରେ କଟକ ଜିଲା ଓଲଟପୁର ଥାନାରେ ହତ୍ୟା ମାମଲା ରୁଜୁ କରିଛନ୍ତି ା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ା
ସୂଚନା ଅନୁଯାୟୀ, କଟକ ଜିଲା ଓଲଟପୁର ଥାନା ଅଧୀନ ଉଦୟନାଥ(ୟୁଏନ) ସ୍ବଂୟଶାସିତ କଲେଜର ଯୁକ୍ତ ୩ ବିଜ୍ଞାନ ଶେଷବର୍ଷ ଛାତ୍ରୀ ରଶ୍ମୀରେଖାଙ୍କ ଝୁଲନ୍ତା ମୃତଦେହ ଘରୋଇ ଛାତ୍ରୀ ନିବାସର କୋଠରୀରୁ ମିଳିଥିଲା ା ରବିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏଭଳି ଘଟଣା ଘଟିଥିଲା ବୋଲି ତାଙ୍କ ସହପାଠୀ ମୃତା ଛାତ୍ରୀଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ା ଛାତ୍ରୀ ନିବାସ ମାଲିକ ବେଣୁଧର ମହାରଣା ବି ଏସଂକ୍ରାନ୍ତରେ ରଶ୍ମୀରେଖାଙ୍କ ବାପାଙ୍କୁ ଫୋନରେ ଜଣାଇଥିଲେ ା ରାତି ପ୍ରାୟ ସାଢେ ୨ଟାରେ ପରିବାର ଲୋକ ପହଞ୍ଚତ୍ବା ପରେ ପୋଲିସ ଏକ ଶାବଳରେ କବାଟ ତାଡି ଘର ଭିତରକୁ ି ମୃତଦେହ ଜବତ କରିଥିଲା ା ମୃତା ଛାତ୍ରୀଙ୍କ ବାପା ଓ ବଡକଇଁଚି ପଞ୍ଚାୟତର ସରପଞ୍ଚ ଅଶୋକ ମଲ୍ଲିକ କହିଛନ୍ତି, ଝିଅ ମରିଥିବା କୋଠରୀ ଖୋଲା ଥିଲା ା କୋଠରୀରେ ୩ଟି ଦେଢ ଫୁଟିଆ ଖଟ ପଡିଥିଲା ା କୋଠରୀର ଏକ ପାର୍ଶ୍ୱରେ କାନ୍ଥ ଆଲମିରା ରହିଥିଲା ା ଏହାଛଡା କୋଠରୀରେ ଅନ୍ୟ କୌଣସି ସାମଗ୍ରୀ ନ ଥିଲା ା ଝିଅର ମୃତଦେହ ଝୁଲୁଥିଲା ା ତାର ଗୋଡ଼ ଚଟାଣକୁ ଲାଗିଥିଲା ା ଆତ୍ମହତ୍ୟାର କୌଣସି ଲକ୍ଷଣ ତାର ମୁହଁରେ ପରିଲକ୍ଷିତ ହେଉ ନ ଥିଲା ା ଝିଅକୁ ଛାତ୍ରୀ ନିବାସର ମାଲିକ ଓ ତାଙ୍କ ସ୍ତ୍ରୀ ମିଳିମିଶି ଜୀବନରୁ ମାରି ଦେଇଛନ୍ତି ବୋଲି ରଶ୍ମିରେଖାଙ୍କ ବାପା ଓଲଟପୁର ଥାନାରେ ଅଭିଯୋଗ କରିଛନ୍ତି ା ଉକ୍ତ ଅଭିଯୋଗ ଆଧାରରେ ପୋଲିସ ୩୦୨ ଦଫାରେ ଏକ ମାମଲା(ନଂ.୧୧୪/୨୨) ରୁଜୁ କରି ଘଟଣାର ତଦନ୍ତ କରୁଛି ା
ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୁର୍ଗାପୂଜା ଛୁଟିରେ ରଶ୍ମୀରେଖା ଘରକୁ ଆସିଥିଲେ ା ତାଙ୍କ ଆଚାର ବ୍ୟବହାର ସାଧାରଣ ଥିଲା ା କୌଣସି ବିଲକ୍ଷଣ ଦେଖାଯାଉ ନ ଥିଲା ା ତାଙ୍କ ମୁହଁରେ ଧଳାଦାଗ ଦେଖାଯାଉଥିବାରୁ ପରିବାର ଲୋକେ ଗତ ୧୨ତାରିଖ ଦିନ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଇ ହଷ୍ଟେଲରେ ଛାଡି ଆସିଥିଲେ ା ଘଟଣା ଦିନ ରାତିରେ ସେ ପରିବାର ଲୋକଙ୍କ ସହ କଥାବର୍ତ୍ତା ହୋଇଥିଲା। ନିଜ ମାମୁ ପୁଅଙ୍କ ସହ ରଶ୍ମିରେଖା କଥା ହୋଇଥିଲେ ା ମାତ୍ର ସେହିଦିନ ରାତିରେ କ’ଣ ଏମିତି ଘଟିଲା ଯେ ତାଙ୍କ ଝିଅ ଆତ୍ମହତ୍ୟା କରିଲେ ସେ ଏହି ଘଟଣାକୁ ବିଶ୍ୱାସ କରି ପାରୁନାହାଁନ୍ତି। ତାଙ୍କୁ ଝିଅକୁ ମାରି ଟାଙ୍ଗି ଦିଆଯାଇଛି। ପରିବାର ଲୋକେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ା
ଏ ସମ୍ପର୍କରେ ଓଲଟପୁର ଥାନା ଅଧିକାରୀ ବିଜୟା ସାହୁଙ୍କୁ ପଚାରିବାରୁ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ତନଖି କରାଯାଇଥିଲା ା ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାଇଣ୍ଟିଫକ୍‌ ଟିମ୍‌ର ଏକ ଦଳ ଆସି ଘଟଣା ସମ୍ପର୍କରେ ଅନୁସନ୍ଧାନ କରିଛନ୍ତି ା ଉକ୍ତ ଘଟଣା ସମ୍ପର୍କରେ ଛାତ୍ରୀ ନିବାସର ମାଲିକଙ୍କୁ ପୋଲିସ ତଦନ୍ତ ପରିସରଭୂକ୍ତ କରି ପଚରାଉଚୁରା କରୁଛି ା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ପଛର ଅସଲ ରହସ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri