ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା

ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନର ଜଣେ ଯୁବତୀଙ୍କ ସହ ଏହା ଘଟିଛି। ତାଙ୍କର ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ଦିନକୁ ୪୦,୦୦୦ ପାଉଣ୍ଡ (୩୭ ଲକ୍ଷ ଟଙ୍କା) ଆସିଛି। ଏହାଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
୨୫ ବର୍ଷ ବୟସ୍କା ବ୍ରିଟେନର ମାଇଲସ ପ୍ରିଅର୍‌ ସକାଳୁ ଉଠି ତାଙ୍କ ସ୍ମାର୍ଟ ମିଟର ଯାଞ୍ଚ୍‌ କରିବା ପରେ ଏମିତି ତଥ୍ୟ ସାମ୍ନାକୁ ଆସିଥିଲା। ଏହାପୂର୍ବରୁ ତାଙ୍କର ଦୈନିକ ବିଦ୍ୟୁତ୍‌ ବିଲ୍‌ ୧.୮୦ ପାଉଣ୍ଡ ଥିଲା। କିନ୍ତୁ ସେହି ଦିନ ମିଟରରେ ଏହାର ପରିମାଣ ବହୁତ ଅଧିକ ଥିବା ଜଣାପଡିଛି। ସେ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଯାଇଥିଲେ।
ସେ ପଶ୍ଚିମ ସସେକ୍ସର ପେଣ୍ଟୱର୍ଥର ଦୁଇ ଶଯ୍ୟା ବିଶିଷ୍ଟ ଫ୍ଲାଟରେ ରୁହନ୍ତି ଏବଂ ତାଙ୍କ ଘରେ ଓଭାନ ମଧ୍ୟ ନାହିଁ। ପ୍ରିଅର କହିଛନ୍ତି, ସେ ମଧ୍ୟ ବିଦ୍ୟୁତ ବ୍ୟବହାରରେ ବେଶ୍‌ ସଚେତନ ଅଟନ୍ତି କିନ୍ତୁ ଏହା କିପରି ଘଟି ତାହାର କାରଣ ପ୍ରଥମେ ଜାଣିପାରି ନ ଥିଲେ। ପରେ ସେ ବିଦ୍ୟୁତ ବିଭାଗ ସହ ଯୋଗଯୋଗ କରିଥିଲେ। ବିଦ୍ୟୁତ ବିଭାଗର ତ୍ରୁଟି ହେତୁ ଏହି ଘଟଣା ଘଟିଥିବା ଜଣାପଡିଛି।

Share