Posted inଫୁରସତ

ସୃଜନଶୀଳତାକୁ ସମ୍ମାନ ପାଇଁ ଦିନଟିଏ

ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ପ୍ରତିବର୍ଷ ଏପ୍ରିଲ ୨୬ରେ ପାଳିତ ହେଉଛି। ଏହା ୨୦୦୦ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ (ଡବ୍ଲ୍ୟୁଆଇପିଓ) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସୃଜନଶୀଳତା ଏବଂ ନୂଆ ଭାବର ପ୍ରବର୍ତ୍ତନ (ଅଭିନବତ୍ୱ) ଦ୍ୱାରା ବିଶ୍ୱର ଅର୍ଥନୀତି ଓ ସମାଜର ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଉଦ୍ଭାବକ ଓ ନବ ପ୍ରବର୍ତ୍ତକମାନଙ୍କ କୃତିକୁ ମନେପକାଇ ସମ୍ମାନ ଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ସାରା ବିଶ୍ୱରେ ସୃଜନଶୀଳତା ଏବଂ ଅଭିନବତ୍ୱକୁ ପ୍ରୋତ୍ସାହନ ଦେବାରେ ବୌଦ୍ଧିକ ସମ୍ପତ୍ତି ଅଧିକାରଗୁଡ଼ିକ ଯଥା ପେଟେଣ୍ଟ, କପିରାଇଟ୍‌, ଟ୍ରେଡ୍‌ ମାର୍କ ଏବଂ ଡିଜାଇନ୍‌ର ଭୂମିକା ଉପରେ ଏହି ଦିବସ ସଚେତନତା ସୃଷ୍ଟି କରିଥାଏ।
ଡବ୍ଲ୍ୟୁଆଇପିଓ ହେଉଛି ଜାତିସଂଘର ଏକ ପୁରୁଣା ଏଜେନ୍ସି। ଜାତିସଂଘର ୧୫ଟି ସ୍ବତନ୍ତ୍ର ଏଜେନ୍ସି ମଧ୍ୟରୁ ଏହା ଅନ୍ୟତମ। ଏହା ୧୪ ଜୁଲାଇ ୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ସୁଇଜରଲାଣ୍ଡର ଜେନେଭାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଭାରତ ସମେତ ୧୯୩ ଦେଶ ଡବ୍ଲ୍ୟୁଆଇପିଓର ସଦସ୍ୟ ରହିଛନ୍ତି। ଡବ୍ଲ୍ୟୁଆଇପିଓ ଦ୍ୱାରା ପରିଚାଳିତ ଅନେକ ଚୁକ୍ତିର ଅଂଶୀଦାର ହୋଇଛି ଭାରତ। ୧୯୭୦ ଏପ୍ରିଲ ୨୬ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ପ୍ରଥମ ସମ୍ମେଳନ ହୋଇଥିଲା। ଉକ୍ତ ଦିନକୁ ହିଁ ବିଶ୍ୱ ବୌଦ୍ଧିକ ଦିବସ ଭାବେ ପାଳନ କରାଯାଉଛି। ସାରା ଦୁନିଆର ଲୋକଙ୍କ ସହ ଯୋଡ଼ିହେବାର ଏକ ଅନନ୍ୟ ଅବସର ପ୍ରଦାନ କରୁଛି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ। ଫଳରେ ବିଶ୍ୱ କଳା ପ୍ରତିଭା କ୍ଷେତ୍ରକୁ ବିକାଶ କରିବାରେ ବୌଦ୍ଧିକ ସମ୍ପତ୍ତି ଦିବସ କିଭଳି ସହାୟକ ହେଉଛି ଏବଂ ମାନବ ପ୍ରଗତିକୁ ଗତି ଦେଉଥିବା ବୈଷୟିକ ଅଭିନବତ୍ୱକୁ ସକ୍ଷମ ବନାଉଛି ତାହା ବୁଝିବା ସହଜ ହୋଇଥାଏ।
ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସର ୨୦୨୩ ମସିହା ଥିମ୍‌ ହେଉଛି ‘ମହିଳା ଏବଂ ଆଇପି (ବୌଦ୍ଧିକ ସମ୍ପତ୍ତି): ଅଭିନବତ୍ୱ ଓ ସୃଜନଶୀଳତାକୁ ତ୍ୱରାନ୍ବିତ କରିବା’। ସମଗ୍ର ବିଶ୍ୱରେ ମହିଳା ଉଦ୍ଭାବକ, ନବ ପ୍ରବର୍ତ୍ତକ ଏବଂ ଉଦ୍ୟୋଗୀମାନଙ୍କ ମନୋଭାବ ଏବଂ ସେମାନଙ୍କ ଅଗ୍ରକାମୀ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ। ମହିଳାମାନେ ସେମାନଙ୍କର କଳ୍ପନା, ଚତୁରତା ଏବଂ କଠିନ ପରିଶ୍ରମ ମାଧ୍ୟମରେ ସାରା ଦୁନିଆକୁ ଆକୃଷ୍ଟ କରୁଛନ୍ତି। କିନ୍ତୁ ସେମାନେ ଜ୍ଞାନକୌଶଳ ଏବଂ ସହାୟତା ପାଇବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଆହ୍ବାନର ସମ୍ମୁଖୀନ ହେଉଛନ୍ତି।
ଇତିହାସ: ସେପ୍ଟେମ୍ବର ୧୯୯୮ରେ ଡବ୍ଲ୍ୟୁଆଇପିଓର ସଦସ୍ୟ ରାଷ୍ଟ୍ରଗୁଡିକ ସମ୍ମେଳନକୁ ଦେଇଥିବା ବିବୃତି ଅନୁଯାୟୀ ନ୍ୟାଶନାଲ ଆଲଜେରିଆ ଇଣ୍ଡଷ୍ଟ୍ରିଆଲ ପ୍ରପର୍ଟି ଇନଷ୍ଟିଚ୍ୟୁଟ୍‌ (ଆଇଏନ୍‌ଏପିଆଇ) ମହାନିର୍ଦ୍ଦେଶକ ଏପ୍ରିଲ ୭, ୧୯୯୯ରେ ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ଦିବସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ବୌଦ୍ଧିକ ସମ୍ପତ୍ତିର ପୃଷ୍ଠପୋଷକମାନଙ୍କ ସଫଳତାକୁ ସାରା ବିଶ୍ୱକୁ ପରିଚୟ କରାଇବା ଏବଂ ଅଭିନବତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଢାଞ୍ଚା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନକୁ ଗୁରୁତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୯ ଅଗଷ୍ଟ ୧୯୯୯ରେ ଡବ୍ଲ୍ୟୁଆଇପିଓର ଚାଇନା ପ୍ରତିନିଧି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତାବ ଆଗତ କରିଥିଲେ। ଫଳରେ ଅକ୍ଟୋବର ୧, ୧୯୯୯ରେ ଡବ୍ଲ୍ୟୁଆଇପିଓର ଏକ ସାଧାରଣ ବୈଠକରେ ଏକ ବିଶେଷ ଦିବସକୁ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ରୂପେ ପାଳନ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା। ଏହା ମାଧ୍ୟମରେ ବୌଦ୍ଧିକ ସମ୍ପତ୍ତି ସୁରକ୍ଷା, ନିୟମାବଳୀ, ଅଧିକାର ବିଷୟରେ ଆଇନଗତ ସଚେତନତା ଏବଂ ଉଦ୍ଭାବନ କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri