Categories: ଫୁରସତ

ବୋକା ବନାଇବା ପାଇଁ ଦିନଟିଏ…

ଆଜି ହେଉଛି ଏପ୍ରିଲ ୧। ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେଉଛି ଏବଂ ଅନେକ ଲୋକ ଏହି ଦିନକୁ ଏପ୍ରିଲ୍‌ ଫୁଲ୍‌ ବା ବୋକା ଦିବସ ଭାବରେ ପାଳନ କରିଥାନ୍ତି। ଏହି ଦିବସ ପାଳନ କରିବାର ଅର୍ଥ ଲୋକମାନେ ପରସ୍ପର ସହିତ ଥଟ୍ଟା କରିବା ସହ ପରସ୍ପରକୁ ବୋକା ବନାଇବାକୁ ଚେଷ୍ଟା କରନ୍ତି। ମାତ୍ର ଏହା ଏପ୍ରିଲର ପ୍ରଥମ ଦିନରେ କାହିଁକି ବୋକା ଦିବସ ପାଳନ କରାଯାଏ ତାହା ହୁଏତ ଅଧିକାଂଶ ଲୋକ ଜାଣି ନ ଥିବେ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଏହି ଦିନ କାହିଁକି ଓ କେବେ ପାଳନ କରାଯାଇଥିଲା ସେ ବିଷୟରେ ଯଦିଓ ସଠିକ୍‌ ସୂଚନା ନାହିଁ ତଥାପି ୧୫୮୨ରୁ ଏହି ବିଶେଷ ଦିନ ପାଳନ କରାଯାଇଆସୁଛି ବୋଲି କୁହାଯାଉଛି। ଯେତେବେଳେ ଫ୍ରାନ୍ସ ଜୁଲିଆନ କ୍ୟାଲେଣ୍ଡର ଛାଡ଼ି ଗ୍ରେଗୋରିଆନ କ୍ୟାଲେଣ୍ଡର ଗ୍ରହଣ କରିଥିଲେ ସେବେଠାରୁ ଏହା ପାଳନ କରାଯାଉଛି।

ପୋପ୍‌ ଗ୍ରେଗୋରୀ XIII ଗ୍ରେଗୋରିଆନ କ୍ୟାଲେଣ୍ଡର ଆରମ୍ଭ କରିଥିଲେ।ଏହି କ୍ୟାଲେଣ୍ଡରରେ ବର୍ଷ ଜାନୁଆରୀରୁ ଆରମ୍ଭ ହୁଏ ଏବଂ ଏହା ହେଉଛି ସମାନ କ୍ୟାଲେଣ୍ଡର ଯାହା ଏବେ ଆମେ ବ୍ୟବହାର କରୁଛୁ। ଜୁଲିଆନ କ୍ୟାଲେଣ୍ଡରରେ, ନୂଆବର୍ଷ ଏପ୍ରିଲ ୧ରୁ ଆରମ୍ଭ ହେଉଥିଲା, କିନ୍ତୁ ଯେତେବେଳେ ପୋପ୍‌ ଚାଲର୍‌ସ ୯ ଗ୍ରେଗୋରିଆନ କ୍ୟାଲେଣ୍ଡର ଆରମ୍ଭ କରିଥିଲେ, ଲୋକମାନେ ସେହି ପରିବର୍ତ୍ତନ ବିଷୟରେ ଜାଣି ନ ଥିଲେ ଏବଂ ପ୍ରତିବର୍ଷ ଏପ୍ରିଲ ୧ରେ ନୂଆବର୍ଷ ପାଳନ ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କୁ ବହୁତ ପରିହାସ କରାଯାଇଥିଲା ଏବଂ ସେମାନଙ୍କୁ ବୋକା ବୋଲି କୁହାଯାଉଥିଲା। ସେବେଠାରୁ ଏହି ଦିନ ଆରମ୍ଭ ହୋଇଥିବା ମଧ୍ୟ ବିଶ୍ୱାସ କରାଯାଏ।

ବୋକା ଦିବସ ବିଷୟରେ ଇଂଲଣ୍ଡର ରାଜା ରିଚାର୍ଡ (ଦ୍ୱିତୀୟ)ଙ୍କ ବିଷୟରେ ଏକ ମଜାଳିଆ କାହାଣୀ ଅଛି। କୁହାଯାଏ, ରିଚାର୍ଡ ଦ୍ୱିତୀୟ ଏବଂ ବୋହେମିଆର ରାଣୀ ଆନ୍‌ ୩୨ ମାର୍ଚ୍ଚ ୧୩୮୧ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଘୋଷଣା କରିଥିଲେ। ଏହି ଖବର ଶୁଣି ଲୋକମାନେ ବହୁତ ଖୁସି ହେଲେ। ଉତ୍ସବ ପାଳନ ଏବଂ ଏହି ଦିନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। କିନ୍ତୁ ଯେତେବେଳେ ମାର୍ଚ୍ଚ ୩୧ ଆସିଲା, ସେମାନେ ଅନୁଭବ କଲେ ଯେ ସେମାନେ ବୋକା ହୋଇଯାଇଛନ୍ତି, କାରଣ ମାର୍ଚ୍ଚ ୩୨ ନାହିଁ। ସେବେଠାରୁ ବୋକା ଦିବସ ୩୧ ମାର୍ଚ୍ଚର ପରଦିନ ଅର୍ଥାତ୍‌ ଏପ୍ରିଲ ୧ରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା।

Share