ଗଞ୍ଜାମ,୧୪।୫(ବିଦ୍ୟାଧର ସାହୁ): ଦିନକ ପରେ ଅର୍ଥାତ ଶନିବାର ସମଗ୍ର ରାଜ୍ୟରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା l କେଉଁ ଆବାହନ କାଳରୁ ବାପାମା’ ଝିଅ ପାଇଁ ଭାର ଦବା ପ୍ରଥା ରହି ଆସିଛି l ଆମ୍ବ, ପଣସ, ନଡ଼ିଆ, କଦଳୀ,ତାଳ, ଖଜୁରୀ, ଶାଢି,ଶଙ୍ଖା,ଚୁଡ଼ି ଆଦି ଭାର ସ୍ବରୂପ ବାପା ଘରୁ ଆସିବା ପରେ ଝିଅ ପୂଜାର୍ଚନା କରି ସ୍ବାମୀଙ୍କ ଶୁଭ ମନାସିବେ l ଏଥିପାଇଁ ବଜାରରେ ଆମ୍ବ ପଣସର ଆସର ଜମି ଥିବା ଦେଖିବାକୁ ମିଳିଛି l ଆମ୍ବ ପଣସ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ମହରଗ ଯୁଗରେ ପଣସ ଆମ୍ବ ଓ ଅନ୍ୟାନ୍ୟ ଜିନିଷର ଦରଦାମ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ଆମେ ଗରିବ ଜନସାଧାରଣ ବହୁତ ହଇରାଣ ହେଉଥିବା ଜଣେ ଲୋକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପୁଇଁତୋଳା ଛକ, ହାଟ ପଡିଆ ଓ ବଡ ବଜାର ସାନ ବଜାର ଆଦି ସ୍ଥାନରେ ଗଦା ଗଦା ଆମ୍ବ-ପଣସ ବିକ୍ରି ହେଉଥିବା ଦେଖିବାକୁ ମିଳିଛି l