ଆରଡ଼ିରେ ଲାଗିଛି ଭକ୍ତଙ୍କ ଭିଡ଼

ଭଦ୍ରକ,୮।୩(ସନାତନ ରାଉତ ): ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣିରେ ଶୁକ୍ରବାର ଜାଗରଯାତ୍ରା ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି । ଭୋର ୪ ଟାରୁ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ପହଡ ଖୋଲାଯାଇଛି। ଭଦ୍ରକ ଜିଲା ସମେତ ଯାଜପୁର କେନ୍ଦ୍ରାପଡ଼ା ବାଲେଶ୍ୱର ଆଦି ବିଭିନ୍ନ ଜିଲାରୁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ଏସ୍‌ପିଙ୍କ ତତ୍ୱାବଧାନରେ ଜଣେ ଅତିରିକ୍ତ ଏସ୍‌ପି, ୪ ଡିଏସ୍‌ପି, ୧୫ ଇନିସିପେକ୍ଟର ଓ ୯ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ପାନୀୟ ଜଳ ଓ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବ୍ୟବସ୍ଥା କରାଯାଇଛି।