ନଦୀପଠାରୁ ମଇଁଷିକୁ ଝାମ୍ପିନେଲା କୁମ୍ଭୀର

ଚାନ୍ଦବାଲି,୬ା୧୦(ଅଶୋକ ପଣ୍ଡା/କିଶାନ ପାତ୍ର): ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ଷାଠିବାଙ୍କୁଡ଼ା ଗାଁ ପାଖରେ ବୈତରଣୀ ନଦୀପଠାରୁ ଶୁକ୍ରବାର ପୂର୍ବାହ୍ନରେ ଏକ ମଇଁଷିକୁ କୁମ୍ଭୀର ଝାମ୍ପି ନେଇଛି । ନଦୀପଠାରେ କେତୋଟି ମଇଁଷି ପାଣି ପିଉଥିବା ବେଳେ ପଛରେ ଥିବା ଏକ ମଇଁଷିକୁ କୁମ୍ଭୀର ନଦୀ ମଧ୍ୟକୁ ଟାଣି ନେଇଥିଲା। ନିକଟରେ ଥିବା ଲୋକେ ହୋହଲ୍ଲା କରିବାରୁ କିଛି ସମୟ ପରେ କୁମ୍ଭୀର ମଇଁଷିକୁ ଛାଡ଼ି ଦେଇଥିଲା। ଗାଁ ଲୋକ ଡଙ୍ଗା, ଭୁଟୁଭଟି ନେଇ ନଦୀ ମଧ୍ୟରେ କୁମ୍ଭୀରକୁ ଘଉଡ଼ାଇଥିଲେ। ନଦୀରେ ପ୍ରଖର ସ୍ରୋତରେ ମଇଁଷି ନଦୀରେ ବୁଡ଼ି ଯାଇଥିଲା। କିଛି ସମୟ ପରେ ମୃତ ମଇଁଷି ଭାସିବାରୁ ଲୋକେ ତାକୁ କୂଳକୁ ଟାଣି ଆଣିଥିଲେ। ପ୍ରକାଶଥାଉ କି, ୮ଦିନ ତଳେ ଷାଠିବାଙ୍କୁଡ଼ା ଗାଁର ସୁରେଶ ପାତ୍ର ଓ ସାଥୀମାନେ ଗାଈ ଚରାଉଥିବା ବେଳେ ନଦୀକୂଳରେ ଛକି ରହିଥିବା କୁମ୍ଭୀର ଏକ ଗାଈକୁ ଝାମ୍ପି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri