ରତ୍ନଭଣ୍ଡାର କାନ୍ଥରେ ଫାଟ

ପୁରୀ,୧ା୩(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁବାର ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଦ୍ୱାରା ନଭେମ୍ବର ୧୭ରୁ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ନାଟମଣ୍ଡପ ସଂରକ୍ଷଣ ଓ ମରାମତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ସହଯୋଗରେ ଷ୍ଟେନଲେସ ଷ୍ଟିଲ୍‌ ବିମ୍‌ ବସିବା କାର୍ଯ୍ୟ ଗତ ୨୩ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରତ୍ନଭଣ୍ଡାର ବାହାର ପାଶର୍‌ବ କାନ୍ଥର ଲେଜର ସ୍କାନିଂ ରିପୋର୍ଟ ବୈଠକରେ ଉପସ୍ଥାପିତ ହୋଇଥିଲା। ରିପୋର୍ଟ ଅନୁଯାୟୀ ରତ୍ନଭଣ୍ଡାର ବାହାର ପାଶର୍‌ବ କାନ୍ଥରେ ଫାଟ ଥିବାରୁ ଶ୍ରୀମନ୍ଦିର ବୈଷୟିକ କମିଟିରେ ଏ ସମ୍ପର୍କରେ ଆଲୋଚନା କରାଯାଇ କେବେ କାର୍ଯ୍ୟ ଆରମ୍ଭ ହେବ ତାହା ନିଷ୍ପତ୍ତି ନିଆଯିବ।
ସୂଚନା ଅନୁଯାୟୀ, ରତ୍ନଭଣ୍ଡାର ଉତ୍ତରପାଶର୍‌ବ କାନ୍ଥରେ ଫାଟଥିବା ଏଏସ୍‌ଆଇ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏଭଳି ଫାଟ ଭବିଷ୍ୟତରେ କ୍ଷତି ସୃଷ୍ଟି କରିପାରେ ବୋଲି ଏଏସ୍‌ଆଇ ଆଶଙ୍କା ବ୍ୟକ୍ତ କରିଛି। ରତ୍ନଭଣ୍ଡାରର ବାହାର ତିନୋଟି କାନ୍ଥକୁ ଡି ପ୍ଲାଷ୍ଟର କରାଯିବା ପରେ ଯଦି କୌଣସି କ୍ଷତି ଦେଖାଯାଏ ତାହାକୁ ସଂରକ୍ଷଣ ପ୍ରଣାଳୀ ଦ୍ୱାରା ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଏଏସ୍‌ଆଇ କହିଛି। ଗତବର୍ଷ ନଭେମ୍ବରରେ ଦୁଇଦିନ ଧରି ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ବାହାରପାଶର୍‌ବ କାନ୍ଥର ୪୯ଟି ପଏଣ୍ଟରେ ଲେଜର୍‌ ସ୍କାନିଂ କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ସମର୍ଥ ବର୍ମା କହିଛନ୍ତି, ଶ୍ରୀଜଗନ୍ନାଥ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, ନୂତନ ଶ୍ରୀମନ୍ଦିର କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସମେତ ଅବଢ଼ା ଯୋଜନାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗତ ୨୩ ତାରିଖଠାରୁ ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପ କାମ ଆରମ୍ଭ ହୋଇଛି। ସେବାୟତମାନଙ୍କ ପକ୍ଷରୁ ସହଯୋଗ ମିଳୁଛି। ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ଭାବେ ଚାଲିଛି। ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ ଏଏସ୍‌ଆଇ ପକ୍ଷରୁ କରାଯାଇଥିଲା। ଏହାର ପ୍ରାଥମିକ ରିପୋର୍ଟ ଅନୁଧ୍ୟାନ ପରେ ବୈଷୟିକ ସବ୍‌କମିଟିକୁ ହସ୍ତାନ୍ତର କରାଯାଇଛି। ରିପୋର୍ଟକୁ ଟେକ୍ନିକାଲ ଟିମ୍‌ ତର୍ଜମା କରିବା ପରେ ଆସନ୍ତା ପରିଚାଳନା କମିଟିରେ ଉପସ୍ଥାପନ କରାଯିବ। ଶ୍ରୀମନ୍ଦିର ୪ଦ୍ୱାର ସହ କୁର୍ମବେଢ଼ା ଓ ମେଘନାଦ ପାଚେରିକୁ ଆଲୋକୀକରଣ କରାଯିବ। ଏ ନେଇ ବଜେଟ ଗୃହୀତ ହୋଇଛି। ଆସନ୍ତା କିଛି ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେବା କଲ୍ୟାଣ କମିଟି ଓ ନୀତି ସବ୍‌ କମିଟି, ଗୁରୁକୂଳ ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ସେହିପରି ଏଏସ୍‌ଆଇର ଓଡ଼ିଶା ମୁଖ୍ୟ ଡି.ବି. ଗଡନାୟକ କହିଛନ୍ତି, ନାଟମଣ୍ଡପ ମରାମତି କାର୍ଯ୍ୟ ଆଗେଇ ଚାଲିଛି। ମେଘନାଦ ପାଚେରୀ, ଚାରିଦ୍ୱାର, କୁରୁମବେଢା ଆଦିର ଆଲୋକୀକରଣ କାର୍ଯ୍ୟ ଆସନ୍ତା ୨ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ବାହାର କାନ୍ଥର ଲେଜ୍‌ର ସ୍କାନିଂର ରିପୋର୍ଟ ପ୍ରଦାନ କରାଯାଇଛି। ରତ୍ନଭଣ୍ଡାର ବାହାର କାନ୍ଥରେ ଯେଉଁ କିଛି ସ୍ଥାନ ଦୁର୍ବଳ ରହିଛି ସେଠାକାର ପ୍ଲାଷ୍ଟର ଛଡାଯାଇ ତାହାର ତଦାରଖ କରାଯିବ। ଫଳରେ ପଥର କି ପ୍ଲାଷ୍ଟରରେ ଫାଟ ରହିଛି ଜଣାପଡିବ। ବର୍ଷାଋତୁ ପୂର୍ବରୁ କାର୍ଯ୍ୟ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି। ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି। ରଘୁନନ୍ଦନ ଲାଇବ୍ରେରୀ ଓ ଶ୍ରୀମନ୍ଦିର ଅଭ୍ୟର୍ଥନ କେନ୍ଦ୍ର ନିର୍ମାଣ ପାଇଁ ଏନ୍‌ଏମ୍‌ଏ ଅନୁମତି ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri