Advertisement
Posted inଫୁରସତ

ଟାଟୁରେ ଗିନିଜ୍‌ ରେକର୍ଡ କଲେ ଦମ୍ପତି

ଓ୍ବାଶିଂଟନ୍‌: ଯୁବପିଢ଼ି ଓ ବୟସ୍କ ବର୍ଗଙ୍କ ମଧ୍ୟରେ ଟାଟୁ କରିବାର ଆଗ୍ରହ ବଢ଼ିବାରେ ଲାଗିଛି। ଖାଲି ଟୁଟୁ ନୁହେଁ ବଡି ଅଲଟରେଶନ୍‌ (ଶରୀରରେ କୃତ୍ରିମ ପରିବର୍ତ୍ତନ କରିବା)ର ଚାହିଦା ବି ବଢ଼ିଛି। ସୁନ୍ଦର ଦେଖାଯିବା ଲାଗି ଅନେକ ଟାଟୁ କରୁଥିବାବେଳେ କିଛି ଲୋକ ସ୍ମୃତିକୁ ସାଇତି ରଖିବା ପାଇଁ ଏହା କରୁଛନ୍ତି। ଆର୍ଜେଣ୍ଟିନାର ଏକ ଦମ୍ପତି ଏବେ ଟାଟୁ ଓ ବଡି ଅଲଟରେଶନ୍‌ କରି ଗିନିଜ ରେକର୍ଡରେ ନିଜ ନାଁକୁ ସାମିଲ କରିଛନ୍ତି। ଗାବ୍ରିିଲା ଏବଂ ଭିକ୍ଟୋର ହ୍ୟୁଗୋ ପେରାଲଟା ନିଜ ଦେହରେ ୯୮ ଟାଟୁ ସାଙ୍ଗକୁ ବଡି ଅଲଟରେଶନ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୧୪ରେ ଏହି ଦମ୍ପତି ୮୪ଟି ଟାଟୁ କରି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଥିଲେ। ଉଭୟେ ନିଜ ଦେହରେ ୫୦ କାନଫୁଲ, ୮ ମଇକ୍ରୋଡର୍ମାଲ, ୧୪ ବଡି ଇମପ୍ଲାଣ୍ଟ, ୫ ଡେଣ୍ଟାଲ ଇମପ୍ଲାଣ୍ଟ, ୪ ଇଅର ଏକ୍ସପାଣ୍ଡର, ଏକ ଫର୍କଡ ଟଙ୍ଗ ଏବଂ ୨ଟି ଇଅର ବୋଲ୍ଡ ଲଗାଇଛନ୍ତି।

୨୪ ବର୍ଷ ପୂର୍ବେ ଗାବ୍ରିିଲା ଓ ଭିକ୍ଟୋର ଏକ ମୋଟର ସାଇକେଲ ଇଭେଣ୍ଟରେ ପ୍ରଥମ ଥର ଭେଟ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଆର୍ଜେଣ୍ଟିନାର ବୁଇନୋସ ଏରିସ୍‌ରେ ଆୟୋଜିତ ହୋଇଥିଲା। ସେମାନଙ୍କ ମଧ୍ୟରେ ଗଢ଼ିଉଠିଥିବା ବନ୍ଧୁତା ପରେ ପ୍ରେମର ରୂପ ନେଇଥିଲା। ବଡି ଅଲଟରେଶନ୍‌ ଓ ଟାଟୁ ପ୍ରତି ଉଭୟଙ୍କ ଦୁର୍ବଳତା ଥିବା ଜଣାପଡ଼ିବା ପରେ ଦୁହେଁ ବାକି ଜୀବନ ଏକାଠି ବିତାଇବାର ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ଦିବ୍ୟାଙ୍ଗ ୧୦ କିମି ଚାଲି କରୋନା ପାଇଁ ଯୋଗାଡ କଲେ ୯ କୋଟି

କରୋନା ସହାୟତା ପାଇଁ ଲୋକେ ଟଙ୍କା ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥନ୍‌ କରୁଛନ୍ତି ତ କିଏ ସାଇକେଲିଂ ଆଉ କିଏ...

ବିବାହରେ ସିଂହ ଛୁଆ ସହ ଫଟୋଶୁଟ୍‌ କଲେ ବର-କନ୍ୟା, ଆଉ ତାପରେ…

ଲୋକମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ବି କରିବାକୁ ଚାହାନ୍ତି। ଏଥିପାଇଁ ସେମାନେ କିଛି ବିଶେଷ ବ୍ୟବସ୍ଥା ମଧ୍ୟ କରିଥାନ୍ତି। ହେଲେ ପାକିସ୍ତାନର...

ଏମିତି ଦେଶ, ଯେଉଁଠି ଜୀବଜନ୍ତୁଙ୍କୁ ଦିଆଯାଇଛି ଆଇନଗତ ଅଧିକାର

ଅନେକ ଦେଶରେ ସଂଗଠନ ମାନବିକ ଅଧିକାର ପାଇଁ ସଂଗ୍ରାମ କରୁଥିବାବେଳେ ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ବନ୍ୟଜନ୍ତୁମାନଙ୍କୁ ମଧ୍ୟ ଆଇନଗତ ଅଧିକାର ଦିଆଯାଇଛି।...

ଶାଶୁଙ୍କ ପାଇଁ ଏମିତି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଟିନା ଅମ୍ବାନୀ

ବିଶ୍ୱ ମାତୃ ଦିବସ ଉପଲକ୍ଷେ ସୋସିଆଲ ମିଡିଆରେ ମା’ଙ୍କ ପାଇଁ ଶୁଭେଚ୍ଛାର ବାର୍ତ୍ତା ଛାଇ ଯାଇଥିଲା। ଏଥିମଧ୍ୟରୁ ସବୁଠୁ ଚର୍ଚ୍ଚାରେ ରହିଛି ଟିନା ଅମ୍ବାନୀ ଶାଶୁଙ୍କ...

୧୦ ମିନିଟ୍‌ରେ ହେବ ଚାର୍ଜ: ଥରକେ ୧୦୦୦ କିଲୋମିଟର ଗଡ଼ିବ ଏହି ଇଲେକ୍ଟ୍ରିକ୍‌ କାର୍‌

ଚାଇନାର ଅଟୋ କମ୍ପାନୀ GAC ନିଜର ନୂଆ ଏକ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି କାର୍‌ ମାତ୍ର ୧୦ ମିନିଟ୍‌ରେ ପୂରା ଚାର୍ଜ...

ଝିଅଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୧୨ କିଲୋମିଟର ଯାତ୍ରା କରନ୍ତି ପିତା

କାବୁଲ,୬।୧୨: ଆଫଗାନିସ୍ତାନରେ ଏବେ ଝିଅ ଓ ମହିଳାଙ୍କ ପ୍ରତି ଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଏହାର ଉଦାହରଣ ହେଉଛନ୍ତି ମିୟା ଖାଁ। ଏବେ ସମସ୍ତେ ତାଙ୍କୁ...

ପାଣି ଭିତରେ ଓଲଟା ମୁନ୍‌ଓ୍ବାକ୍‌ କଲେ ମଡେଲ, ଭିଡିଓ ଦେଖିଲେ…

ବେଳେବେଳେ ଲୋକମାନେ ଏମିତି କଳାକୌଶଳ ପ୍ରଦର୍ଶନ କରନ୍ତି ଯେ, ଦେଖିଲେ ଆଖି ଲାଖିଯାଏ। ଏମିତି ପ୍ରତିଭା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏବେ...

କୂଅରେ ଦେଖାଗଲେ ହଜାର ହଜାର ସଂଖ୍ୟକ ସାପ

ଛତ୍ରପୁର, ୧୦।୮: ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ସୀମାନ୍ତ ଛତ୍ରପୁର ଜିଲାରେ ଚକିତ କଲାଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜିଲାର ହର୍‌ପାଲପୁର ଅନ୍ତର୍ଗତ ଭଣ୍ଡାର...

Advertisement
Archives

Model This Week