ବିବାହିତ ସତ୍ତ୍ୱେ ପ୍ରେମିକଙ୍କ ସହ ହୋଇଯାଇଥିଲେ ଫେରାର; ବବୁଲ ଗଛରେ ଝୁଲୁଛି ମୃତଦେହ

ଚନ୍ଦାହାଣ୍ଡି,୨୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଶରଧାପୁର ଗ୍ରାମର ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ସେହି ଗ୍ରାମର ପ୍ରେମୀଯୁଗଳ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶନିବାର ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଶରଧାପୁର ଗ୍ରାମର ଜନୈକା ଯୁବତୀ ଆଜକୁ ବର୍ଷ ତଳେ ନୂଆପଡ଼ା ଜିଲା ସିନାପାଲିରେ ବିବାହ କରିଥିଲେ। ହେଲେ ଗତ ପନ୍ଦର ଦିନ ତଳେ ଶରଧାପୁର ଗ୍ରାମର ଜଣେ ଯୁବକ ଉକ୍ତ ଯୁବତୀକୁ ନେଇ ଫେରାର ହୋଇଯାଇଥିଲା। ଉଭୟଙ୍କ ପରିବାର ବହୁ ଖୋଜି ଥିଲେ ହେଁ ତାଙ୍କୁ ପାଇ ନ ଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଉଭୟ ଶରଧାପୁର ଗ୍ରାମକୁ ଚାଲି ଆସିଥିଲେ। କିନ୍ତୁ ଶେଷରେ ଉଭୟ ରଶି ଲଗାଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ସକାଳେ ଦେଖିବାକୁ ପାଇଥିଲେ। ଏହି ଖବର ପାଇବା ପରେ ଚନ୍ଦାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି l