Categories: ଫୁରସତ

ନଦୀ ନ ଥିବା ଦେଶ

ପ୍ରାୟ ସବୁ ଦେଶରେ ନଦୀ କିମ୍ବା ଝରଣା ରହିଥିବା ଜାଣିଥିବେ। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସ୍ଥାୟୀ ନଦୀ କିମ୍ବା ଝରଣାଟିଏ ମଧ୍ୟ ନାହିଁ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଶ ହେଉଛି ସାଉଦି ଆରବ। ଏଠାରେ ନଦୀ କିମ୍ବା ଝରଣା ନ ଥିବାରୁ ଲୋକେ ପାଣି ପାଇଁ ହାହାକାର ହୁଅନ୍ତି। ଏଠାରେ ବହୁ କମ୍‌ ପାଣି ମିଳେ। ତାହା ପୁଣି ଉଚ୍ଚ ଦରରେ। ପାଣି ଅଭାବ ଅନୁଭବ ନ କରିବା ପାଇଁ ଏହି ଦେଶର ଲୋକେ ଅଣ୍ଡରଗ୍ରାଉଣ୍ଡ୍‌ରୁ ଜଳ ସଂଗ୍ରହ କରିଥାନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୭୦ରେ ସରକାର ଜଳ ବିଶୋଧନାଗାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଠାରେ ୧ ହଜାରରୁ ଊର୍ଦ୍ଧ୍ୱ ଜଳ ବିଶୋଧନାଗାର ନିର୍ମାଣ କରାଯାଇଛି। ଏହି ଜଳକୁ ବ୍ୟବସାୟ ଏବଂ କୃଷିରେ ବିନିଯୋଗ କରାଯାଉଛି। ନଦୀ କିମ୍ବା ଝରଣା ସିନା ନାହିଁ। ମାତ୍ର ସମୁଦ୍ର ରହିଛି। ସମୁଦ୍ର ପାଣିକୁ ସଂରକ୍ଷଣ କରି ରଖାଯାଉଛି। ଲବଣାକ୍ତ ଅଂଶକୁ କମାଇବା ପାଇଁ ପାଣି ଫିଲଟରିଂ କରାଯାଉଛି। ସାଧାରଣ ସ୍ଥାନରେ ଶୁଦ୍ଧ ପାଣି ପାଇଁ ୨୦୦ ଡଲାର ଖର୍ଚ୍ଚ ହେଉଥିବା ବେଳେ ଏଠାରେ ୧୦୦୦ ଡଲାର ପ୍ରତି ଏକର ଫୁଟକୁ ଦେବାକୁ ପଡ଼ିଥାଏ। ଏଠାରେ କେମିତି ପାଣି ପାଇଁ ଖର୍ଚ୍ଚ କମ୍‌ ହେବ ସେନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଚେଷ୍ଟା ଜାରି ରଖିଛନ୍ତି।

Share