୯ ବର୍ଷ ହେଲା ଦେଶରେ ଏକ ଭ୍ରଷ୍ଟାଚାରମୁକ୍ତ ସରକାର ଚାଲିଛି: ରେଡ୍ଡୀ

ଭୁବନେଶ୍ବର, ୩୦।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୯ ବର୍ଷ ଧରି ଦେଶରେ ଏକ ଭ୍ରଷ୍ଟାଚାର ମୁକ୍ତ ସରକାର ସ୍ଥାପନା କରିବା ସହ ବିକାଶର ଅନେକ ମାପଦଣ୍ଡରେ ଦେଶକୁ ଆଗେଇ ନେଉଛି। ସ୍ବାଧୀନତାଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ହୋଇଥିବା ବିକାଶମୂଳକ କାମଠାରୁ ଏହି ୯ ବର୍ଷରେ ହୋଇଥିବା ବିକାଶମୂଳକ କାମ ଟପିଯାଇଛି। ସାରା ବିଶ୍ୱରେ ଭାରତର ପରାକାଷ୍ଠା ବଢିଛି। ୨୦୧୪ରେ ସାଧାରଣ ଲୋକେ କଂଗ୍ରେସର ଭ୍ରଷ୍ଟାଚାର ଓ ଦୁର୍ବଳ ନେତୃତ୍ୱରୁ ମୁକ୍ତି ଚାହଁୁଥିଲେ। ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କୁ ବିପୁଳ ଜନସମର୍ଥନରେ ବିଜୟୀ କରାଇଥିଲେ। ଆଜି ଏହି ସମୟ ଭିତରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ଗୋଟିଏ ବି ଭ୍ରଷ୍ଟାଚାରର ଅଭିଯୋଗ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି।
ସ୍ଥାନୀୟ ଏକ ହୋଟେଲଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୋଦି ସରକାରର ୯ ବର୍ଷ ପୂର୍ତ୍ତିକୁ ନେଇ ରେଡ୍ଡି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ କେବଳ ଭାରତ ନୁହେଁ ବିଶ୍ୱରେ ସ୍ବୀକୃତି ଲାଭ କରିଛି। ଜି-୨୦ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସଙ୍ଗଠନରେ ଭାରତ ଅଧ୍ୟକ୍ଷତା କରିପାରିଛି। ଯାହା ନରେନ୍ଦ୍ର ମୋଦିଙ୍କ ସରକାରର ନେତୃତ୍ୱର ପରାକାଷ୍ଠାର ପ୍ରମାଣ। ସେବା, ସୁଶାସନ, ଗରିବ କଲ୍ୟାଣ ହେଉଛି ଭାଜପା ସରକାରର ଭାବନା। କୋଭିଡ୍‌ ମହାମାରୀ ସମୟରେ ସାରା ବିଶ୍ୱର ଅନେକ ବିକଶିତ ଦେଶ ଏହି ମହାମାରୀକୁ ସାମ୍ନା କରିପାରି ନ ଥିବାବେଳେ ଭାରତ ପାରଦର୍ଶିତାର ସହିତ ମୁକାବିଲା କରିପାରିଛିା। ପ୍ରଥମ ଥର ପାଇଁ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ କୋଭିଡ୍‌ ଟିକା ପ୍ରସ୍ତୁତ କରିପାରିଥିଲା। ୧୪୦ କୋଟି ଜନସଂଖ୍ୟାର ଦେଶରେ ଟିକାକରଣ ଅଭିଯାନ ସଫଳତାର ସହ ହୋଇପାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ୩ କୋଟି ୫୦ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି, ସେଥିରୁ ୬୫ ପ୍ରତିଶତ ମହିଳାଙ୍କୁ ମିଳିଛି। ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ଜଳଜୀବନ ମିଶନ ମାଧ୍ୟମରେ ୧୨ କୋଟିରୁ ଅଧିକ ଘରକୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ସୁବିଧା କରାଇଛନ୍ତି। ଉଜ୍ଜଳା ଯୋଜନା ମାଧ୍ୟମରେ ୯ କୋଟି ୬୦ ଲକ୍ଷରୁ ଅଧିକ ପରିବାରକୁ ମାଗଣା ଗ୍ୟାସ୍‌ ସଂଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ପରିବାରଙ୍କୁ ମାସକୁ ମିଳୁଛି ମୁଣ୍ଡ ପିଛା ୫ କିଲୋ ଖାଦ୍ୟାନ୍ନ। ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହାୟତା ମିଳୁଛି। ଭାରତର କ୍ରୀଡା କ୍ଷେତ୍ରରେ ବିକାଶ ହୋଇଛି ଓ ବିଶ୍ୱସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନ ବହୁତ ବଢ଼ିଛି ବୋଲି ରେଡ୍ଡୀ କହିଛନ୍ତି। ବିଶ୍ୱରେ ଯେଉଁଠି ଭାରତର ନାଗରିକମାନେ ଅସୁରକ୍ଷିତ ହୋଇଛନ୍ତି ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ସିରିଆ, ଅଫଗାନିସ୍ତାନ ଭଳି ଦେଶରୁ ବିପଦ ସମୟରେ ୨୦ ହଜାରରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି। କୋଭିଡ୍‌ ସମୟରେ ୨ କୋଟି ୯୭ ଲକ୍ଷ ଭାରତୀୟଙ୍କୁ ସ୍ବଦେଶକୁ ଫେରାଇ ଅଣାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri