୯ ବର୍ଷ ହେଲା ଦେଶରେ ଏକ ଭ୍ରଷ୍ଟାଚାରମୁକ୍ତ ସରକାର ଚାଲିଛି: ରେଡ୍ଡୀ

ଭୁବନେଶ୍ବର, ୩୦।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୯ ବର୍ଷ ଧରି ଦେଶରେ ଏକ ଭ୍ରଷ୍ଟାଚାର ମୁକ୍ତ ସରକାର ସ୍ଥାପନା କରିବା ସହ ବିକାଶର ଅନେକ ମାପଦଣ୍ଡରେ ଦେଶକୁ ଆଗେଇ ନେଉଛି। ସ୍ବାଧୀନତାଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ହୋଇଥିବା ବିକାଶମୂଳକ କାମଠାରୁ ଏହି ୯ ବର୍ଷରେ ହୋଇଥିବା ବିକାଶମୂଳକ କାମ ଟପିଯାଇଛି। ସାରା ବିଶ୍ୱରେ ଭାରତର ପରାକାଷ୍ଠା ବଢିଛି। ୨୦୧୪ରେ ସାଧାରଣ ଲୋକେ କଂଗ୍ରେସର ଭ୍ରଷ୍ଟାଚାର ଓ ଦୁର୍ବଳ ନେତୃତ୍ୱରୁ ମୁକ୍ତି ଚାହଁୁଥିଲେ। ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କୁ ବିପୁଳ ଜନସମର୍ଥନରେ ବିଜୟୀ କରାଇଥିଲେ। ଆଜି ଏହି ସମୟ ଭିତରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ଗୋଟିଏ ବି ଭ୍ରଷ୍ଟାଚାରର ଅଭିଯୋଗ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି।
ସ୍ଥାନୀୟ ଏକ ହୋଟେଲଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୋଦି ସରକାରର ୯ ବର୍ଷ ପୂର୍ତ୍ତିକୁ ନେଇ ରେଡ୍ଡି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ କେବଳ ଭାରତ ନୁହେଁ ବିଶ୍ୱରେ ସ୍ବୀକୃତି ଲାଭ କରିଛି। ଜି-୨୦ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସଙ୍ଗଠନରେ ଭାରତ ଅଧ୍ୟକ୍ଷତା କରିପାରିଛି। ଯାହା ନରେନ୍ଦ୍ର ମୋଦିଙ୍କ ସରକାରର ନେତୃତ୍ୱର ପରାକାଷ୍ଠାର ପ୍ରମାଣ। ସେବା, ସୁଶାସନ, ଗରିବ କଲ୍ୟାଣ ହେଉଛି ଭାଜପା ସରକାରର ଭାବନା। କୋଭିଡ୍‌ ମହାମାରୀ ସମୟରେ ସାରା ବିଶ୍ୱର ଅନେକ ବିକଶିତ ଦେଶ ଏହି ମହାମାରୀକୁ ସାମ୍ନା କରିପାରି ନ ଥିବାବେଳେ ଭାରତ ପାରଦର୍ଶିତାର ସହିତ ମୁକାବିଲା କରିପାରିଛିା। ପ୍ରଥମ ଥର ପାଇଁ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ କୋଭିଡ୍‌ ଟିକା ପ୍ରସ୍ତୁତ କରିପାରିଥିଲା। ୧୪୦ କୋଟି ଜନସଂଖ୍ୟାର ଦେଶରେ ଟିକାକରଣ ଅଭିଯାନ ସଫଳତାର ସହ ହୋଇପାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ୩ କୋଟି ୫୦ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି, ସେଥିରୁ ୬୫ ପ୍ରତିଶତ ମହିଳାଙ୍କୁ ମିଳିଛି। ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ଜଳଜୀବନ ମିଶନ ମାଧ୍ୟମରେ ୧୨ କୋଟିରୁ ଅଧିକ ଘରକୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ସୁବିଧା କରାଇଛନ୍ତି। ଉଜ୍ଜଳା ଯୋଜନା ମାଧ୍ୟମରେ ୯ କୋଟି ୬୦ ଲକ୍ଷରୁ ଅଧିକ ପରିବାରକୁ ମାଗଣା ଗ୍ୟାସ୍‌ ସଂଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ପରିବାରଙ୍କୁ ମାସକୁ ମିଳୁଛି ମୁଣ୍ଡ ପିଛା ୫ କିଲୋ ଖାଦ୍ୟାନ୍ନ। ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହାୟତା ମିଳୁଛି। ଭାରତର କ୍ରୀଡା କ୍ଷେତ୍ରରେ ବିକାଶ ହୋଇଛି ଓ ବିଶ୍ୱସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନ ବହୁତ ବଢ଼ିଛି ବୋଲି ରେଡ୍ଡୀ କହିଛନ୍ତି। ବିଶ୍ୱରେ ଯେଉଁଠି ଭାରତର ନାଗରିକମାନେ ଅସୁରକ୍ଷିତ ହୋଇଛନ୍ତି ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ସିରିଆ, ଅଫଗାନିସ୍ତାନ ଭଳି ଦେଶରୁ ବିପଦ ସମୟରେ ୨୦ ହଜାରରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି। କୋଭିଡ୍‌ ସମୟରେ ୨ କୋଟି ୯୭ ଲକ୍ଷ ଭାରତୀୟଙ୍କୁ ସ୍ବଦେଶକୁ ଫେରାଇ ଅଣାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri