ଗଛ ମୂଳେ ପିଲାଙ୍କ ଭବିଷ୍ୟତ ଗଢ଼ା

ନବରଙ୍ଗପୁର,୨୭ା୩(ବି.ପ୍ର.):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ର୍ହିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଗଛମୂଳେ ପାଠ ପଢ଼ୁଛନ୍ତି। ଏହାକୁ ନେଇ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିଲେ ମଧ୍ୟ ଜିଲା କିମ୍ବା ବ୍ଲକ ଶିକ୍ଷା ବିଭାଗ ପରିସ୍ଥିତି ସୁଧାରିବା ସ୍ଥିତିରେ ନାହାନ୍ତି l ଏଥିରେ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ l ର୍ହିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଗଛମୂଳେ ପିଣ୍ଡିରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ l ଦୁଇଟି କଳାପଟାରେ ଚାଲିଛି ୪ଟି ଶ୍ରେଣୀର ପାଠପଢା l ଗୋଟିଏ ପିଣ୍ଡିରେ ପ୍ରଥମ ଓ ଦ୍ୱିିତୀୟ ଶ୍ରେଣୀର ପିଲା ବସି ଗୋଟିଏ କଳାପଟାରେ ଅଧ୍ୟୟନ କରୁଥିବା ବେଳେ ଅନ୍ୟ ଗୋଟିଏ ପିଣ୍ଡିରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲା ଗଛ ତଳେ ବସି ପଢ଼ୁଛନ୍ତି। ଏମାନଙ୍କୁ ଆଉ ଗୋଟିଏ କଳାପଟାରେ ଶିକ୍ଷକ ପଢ଼ାଉଛନ୍ତି l
ର୍ହିଲିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୩୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରତିଦିନ ପ୍ରାୟ ୨୧୦ରୁ ୨୨୦ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ରହିଥାନ୍ତି l ଏଠାରେ ୮ଟି ଶ୍ରେଣୀ ଗୃହର ଆବଶ୍ୟକତା ରହିଥିବା ବେଳେ ମାତ୍ର ୪ଟି ଶ୍ରେଣୀ ଗୃହ ରହିଛି l ସେଥିମଧ୍ୟରୁ ଗୋଟିଏ ମାଟି ଓ ଟିଣ ଛାଉଣୀର ଅସୁରକ୍ଷିତ ଗୃହ l ଯେଉଁଠି ଛାତ୍ରଛାତ୍ରୀ ବସି ଶିକ୍ଷାଗ୍ରହଣ କରିବାକୁ ଅନୁଚିତ ମନେ କରୁଥିଲେ ମଧ୍ୟ ଶ୍ରେଣୀ ଗୃହ ଅଭାବରୁ ବାଧ୍ୟ ହୋଇ ବାହାରେ ପିଣ୍ଡି ଓ ଗଛମୂଳେ ଠାରେ ବସି ଅଧ୍ୟୟନ କରୁଛନ୍ତି l ଅନ୍ୟପଟେ ଦୁଇଟି ଗୃହର ସିମେଣ୍ଟ ବାହାରି ଛଡ଼ ଦେଖାଯାଉଛି । ଅନ୍ୟ ଦୁଇଟି ଶ୍ରେଣୀଗୃହରେ ଟିଣ ନଷ୍ଟ ହେଇଯାଇଛି। କେତେବେଳେ ଗୃହଟି ଭାଙ୍ଗିଯିବାର ଭୟ ରହୁଛି। ଯାହାଫଳରେ ସେହି ଗୃହଗୁଡିକୁ ବନ୍ଦ କରିଦିଆଯାଇଛି l ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଗୃହରେ ୩ଟି ଶ୍ରେଣୀର ଶିକ୍ଷାଦାନ ଚାଲିଥିଲା। ଅନ୍ୟପଟେ ଏହି ବିଦ୍ୟାଳୟରେ ୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ୪ଟି ଶ୍ରେଣୀଗୃହରେ ୪ଜଣ ଶିକ୍ଷକ ରହୁଥିବା ବେଳେ ଅନ୍ୟ ୩ ଜଣ ବାହାରେ ବସୁଛନ୍ତି। ପିଲାମାନଙ୍କ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଥିବା ନେଇ ଶିକ୍ଷକମାନେ ଶ୍ରେଣୀଗୃହ ଯୋଗାଇ ଦେବାକୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ, ବ୍ଲକ ଶିକ୍ଷାଧିକାରୀ, ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇ ନୟାନ୍ତ ହେଲେ। ପରେ ସେମାନେ ନିଜ ଦରମାରୁ କିଛି ଅର୍ଥ ଦାନ କରି ୨ଟି ପିଣ୍ଡି ତିଆରି କରିଛନ୍ତି l ସେଠାରେ ଦୁଇଟି କଳାପଟା ତିଆରି କରି ୪ଟି ଶ୍ରେଣୀକୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି l ଶିକ୍ଷକମାନେ ଏଥିପାଇଁ ପ୍ରାୟ ୪୦ ହଜାର ଟଙ୍କା ନିଜ ନିଜ ମଧ୍ୟରେ ଆଦାୟ କରିଥିବା ସୂଚନା ମିଳିଛି l
ଗୋଟିଏ ପଟେ ସରକାର ପିଲାଙ୍କ ଶିକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ବିଦ୍ୟାଳୟକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆସିଛି l ପୂର୍ବରୁ ଏହି ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କରିବାକୁ ପ୍ରଧାନ ଶିକ୍ଷକ ଗୁରୁତ୍ୱ ଦେଇ ଲକ୍ଷାଧିକ ଟଙ୍କା ବ୍ୟୟରେ ମହାପୁରୁଷଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ବର୍ତ୍ତମାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟଙ୍କା ଆଦାୟ କରି ପିଣ୍ଡି ନିର୍ମାଣ କରି ପିଲାଙ୍କୁ ଶିକ୍ଷା କରୁଥିବାରୁ ସେମାନଙ୍କୁ ପ୍ରଶଂସା କରାଯାଛି। ଏପଟେ ଶିକ୍ଷାବିଭାଗକୁ ସମାଲୋଚନା କରାଯାଉଛି l ତେବେ, ଅତ୍ୟଧିକ ଖରା ହେଲେ ଓ ବର୍ଷାରେ ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହେଉଥିବା ଛାତ୍ରୀ ନନ୍ଦିନୀ ହରିଜନ, ଛାତ୍ର ସାନୁ ହରିଜନଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି। ସରକାର ଯଥାଶୀଘ୍ର ସେମାନଙ୍କ ପାଇଁ ଶ୍ରେଣୀଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି l ସେହିଭଳି ମଧ୍ୟାନ୍ନଭୋଜନ ଖାଇବାକୁ ସୁରକ୍ଷିତ ସ୍ଥାନ ନଥିବାରୁ ପିଲାମାନେ ଗଛ ମୂଳେ ଖାଦ୍ୟ ଖାଉଥିବା ଶିକ୍ଷକ ପି. ସତ୍ୟନାରାୟଣ, ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା କହିଛନ୍ତି । ଛାତ୍ରଛାତ୍ରୀ ଙ୍କ ସମସ୍ତ ଅସୁବିଧା କୁ ପାପଡାହାଣ୍ଡି ବ୍ଲକ ଶିକ୍ଷାଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ସ୍ବୀକାର କରିଛନ୍ତି। ତୁରନ୍ତ ସେମାନଙ୍କ ପାଇଁ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଶିକ୍ଷକମାନଙ୍କ ମହାନତାକୁ ପ୍ରଶଂସା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri