ଗଛ ମୂଳେ ପିଲାଙ୍କ ଭବିଷ୍ୟତ ଗଢ଼ା

ନବରଙ୍ଗପୁର,୨୭ା୩(ବି.ପ୍ର.):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ର୍ହିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଗଛମୂଳେ ପାଠ ପଢ଼ୁଛନ୍ତି। ଏହାକୁ ନେଇ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିଲେ ମଧ୍ୟ ଜିଲା କିମ୍ବା ବ୍ଲକ ଶିକ୍ଷା ବିଭାଗ ପରିସ୍ଥିତି ସୁଧାରିବା ସ୍ଥିତିରେ ନାହାନ୍ତି l ଏଥିରେ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ l ର୍ହିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଗଛମୂଳେ ପିଣ୍ଡିରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ l ଦୁଇଟି କଳାପଟାରେ ଚାଲିଛି ୪ଟି ଶ୍ରେଣୀର ପାଠପଢା l ଗୋଟିଏ ପିଣ୍ଡିରେ ପ୍ରଥମ ଓ ଦ୍ୱିିତୀୟ ଶ୍ରେଣୀର ପିଲା ବସି ଗୋଟିଏ କଳାପଟାରେ ଅଧ୍ୟୟନ କରୁଥିବା ବେଳେ ଅନ୍ୟ ଗୋଟିଏ ପିଣ୍ଡିରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲା ଗଛ ତଳେ ବସି ପଢ଼ୁଛନ୍ତି। ଏମାନଙ୍କୁ ଆଉ ଗୋଟିଏ କଳାପଟାରେ ଶିକ୍ଷକ ପଢ଼ାଉଛନ୍ତି l
ର୍ହିଲିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୩୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରତିଦିନ ପ୍ରାୟ ୨୧୦ରୁ ୨୨୦ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ରହିଥାନ୍ତି l ଏଠାରେ ୮ଟି ଶ୍ରେଣୀ ଗୃହର ଆବଶ୍ୟକତା ରହିଥିବା ବେଳେ ମାତ୍ର ୪ଟି ଶ୍ରେଣୀ ଗୃହ ରହିଛି l ସେଥିମଧ୍ୟରୁ ଗୋଟିଏ ମାଟି ଓ ଟିଣ ଛାଉଣୀର ଅସୁରକ୍ଷିତ ଗୃହ l ଯେଉଁଠି ଛାତ୍ରଛାତ୍ରୀ ବସି ଶିକ୍ଷାଗ୍ରହଣ କରିବାକୁ ଅନୁଚିତ ମନେ କରୁଥିଲେ ମଧ୍ୟ ଶ୍ରେଣୀ ଗୃହ ଅଭାବରୁ ବାଧ୍ୟ ହୋଇ ବାହାରେ ପିଣ୍ଡି ଓ ଗଛମୂଳେ ଠାରେ ବସି ଅଧ୍ୟୟନ କରୁଛନ୍ତି l ଅନ୍ୟପଟେ ଦୁଇଟି ଗୃହର ସିମେଣ୍ଟ ବାହାରି ଛଡ଼ ଦେଖାଯାଉଛି । ଅନ୍ୟ ଦୁଇଟି ଶ୍ରେଣୀଗୃହରେ ଟିଣ ନଷ୍ଟ ହେଇଯାଇଛି। କେତେବେଳେ ଗୃହଟି ଭାଙ୍ଗିଯିବାର ଭୟ ରହୁଛି। ଯାହାଫଳରେ ସେହି ଗୃହଗୁଡିକୁ ବନ୍ଦ କରିଦିଆଯାଇଛି l ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଗୃହରେ ୩ଟି ଶ୍ରେଣୀର ଶିକ୍ଷାଦାନ ଚାଲିଥିଲା। ଅନ୍ୟପଟେ ଏହି ବିଦ୍ୟାଳୟରେ ୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ୪ଟି ଶ୍ରେଣୀଗୃହରେ ୪ଜଣ ଶିକ୍ଷକ ରହୁଥିବା ବେଳେ ଅନ୍ୟ ୩ ଜଣ ବାହାରେ ବସୁଛନ୍ତି। ପିଲାମାନଙ୍କ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଥିବା ନେଇ ଶିକ୍ଷକମାନେ ଶ୍ରେଣୀଗୃହ ଯୋଗାଇ ଦେବାକୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ, ବ୍ଲକ ଶିକ୍ଷାଧିକାରୀ, ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇ ନୟାନ୍ତ ହେଲେ। ପରେ ସେମାନେ ନିଜ ଦରମାରୁ କିଛି ଅର୍ଥ ଦାନ କରି ୨ଟି ପିଣ୍ଡି ତିଆରି କରିଛନ୍ତି l ସେଠାରେ ଦୁଇଟି କଳାପଟା ତିଆରି କରି ୪ଟି ଶ୍ରେଣୀକୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି l ଶିକ୍ଷକମାନେ ଏଥିପାଇଁ ପ୍ରାୟ ୪୦ ହଜାର ଟଙ୍କା ନିଜ ନିଜ ମଧ୍ୟରେ ଆଦାୟ କରିଥିବା ସୂଚନା ମିଳିଛି l
ଗୋଟିଏ ପଟେ ସରକାର ପିଲାଙ୍କ ଶିକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ବିଦ୍ୟାଳୟକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆସିଛି l ପୂର୍ବରୁ ଏହି ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କରିବାକୁ ପ୍ରଧାନ ଶିକ୍ଷକ ଗୁରୁତ୍ୱ ଦେଇ ଲକ୍ଷାଧିକ ଟଙ୍କା ବ୍ୟୟରେ ମହାପୁରୁଷଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ବର୍ତ୍ତମାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟଙ୍କା ଆଦାୟ କରି ପିଣ୍ଡି ନିର୍ମାଣ କରି ପିଲାଙ୍କୁ ଶିକ୍ଷା କରୁଥିବାରୁ ସେମାନଙ୍କୁ ପ୍ରଶଂସା କରାଯାଛି। ଏପଟେ ଶିକ୍ଷାବିଭାଗକୁ ସମାଲୋଚନା କରାଯାଉଛି l ତେବେ, ଅତ୍ୟଧିକ ଖରା ହେଲେ ଓ ବର୍ଷାରେ ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହେଉଥିବା ଛାତ୍ରୀ ନନ୍ଦିନୀ ହରିଜନ, ଛାତ୍ର ସାନୁ ହରିଜନଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି। ସରକାର ଯଥାଶୀଘ୍ର ସେମାନଙ୍କ ପାଇଁ ଶ୍ରେଣୀଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି l ସେହିଭଳି ମଧ୍ୟାନ୍ନଭୋଜନ ଖାଇବାକୁ ସୁରକ୍ଷିତ ସ୍ଥାନ ନଥିବାରୁ ପିଲାମାନେ ଗଛ ମୂଳେ ଖାଦ୍ୟ ଖାଉଥିବା ଶିକ୍ଷକ ପି. ସତ୍ୟନାରାୟଣ, ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା କହିଛନ୍ତି । ଛାତ୍ରଛାତ୍ରୀ ଙ୍କ ସମସ୍ତ ଅସୁବିଧା କୁ ପାପଡାହାଣ୍ଡି ବ୍ଲକ ଶିକ୍ଷାଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ସ୍ବୀକାର କରିଛନ୍ତି। ତୁରନ୍ତ ସେମାନଙ୍କ ପାଇଁ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଶିକ୍ଷକମାନଙ୍କ ମହାନତାକୁ ପ୍ରଶଂସା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...

ଜୀବିକା ଆଗରେ ଫିକା ପଡ଼ିଛି ହାଡ଼ଭଙ୍ଗା ଶୀତ, ପନିପରିବା ଧରି ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଲାଗି ରହିଛି ହାଡ଼ଭଙ୍ଗା ଶୀତ। କିଛିଦିନ ଧରି କ୍ରମାଗତ ତାପମାତ୍ରା କମ୍‌ ରହିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।...

ଶୀତ ଲହରି ଜାରି, ଗାଡ଼ି ଚଳାଚଳରେ ବାଧକ ସାଜିଛି କୁହୁଡ଼ି

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ଲହରି ଜାରି ରହିଛି। ଶୁକ୍ରବାର ତାପମାତ୍ରା ୬.୫ ଡିଗ୍ରୀ ରହିଛି। ତେବେ କୁହୁଡି ଯୋଗୁ ଶୀତ...

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ୨୦୦୪ ରୁ ୨୦୦୯ ଯାଏଁ ଥିଲେ….

ଭୁବନେଶ୍ବର,୨୬।୧୨:  ପୂର୍ବତନ ବିଧାୟିକାଙ୍କ ପରଲୋକ । କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri