Posted inଜାତୀୟ

ସପ୍ତାହରେ ଗୋଟିଏ ଦିନ ବିନା ବସ୍ତାନୀରେ ସ୍କୁଲ ଯିବେ ପିଲା…

ଭୋପାଳ, ୩।୯ : ମଧ୍ୟପ୍ରଦେଶର ସମସ୍ତ ସରକାରୀ, ଅଣ-ସରକାରୀ ଏବଂ ସହାୟକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସପ୍ତାହରେ ଗୋଟିଏ ଦିନ ବ୍ୟାଗ ବିନା ପାଠପଢ଼ିକୁ ଯିବେ । ଏହି ଦିନ ବୃତ୍ତିଗତ କାର୍ଯ୍ୟ ଅଭିଜ୍ଞତା ସହ ଜଡିତ କାର୍ଯ୍ୟକଳାପ ଏହି ଦିନ ଅନୁଷ୍ଠିତ ହେବ। ଏହା ବ୍ୟତୀତ ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀର ବସ୍ତାନୀର ଓଜନ ସ୍ଥିର କରାଯାଇଛି।

ଯାହା ସେମାନଙ୍କୁ ଭାରୀ ବସ୍ତାନୀରୁ ମୁକ୍ତି ଦେବ। ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ବିଦ୍ୟାଳୟ ଶିକ୍ଷା ବିଭାଗର ଡେପୁଟି ସେକ୍ରେଟାରୀ ପ୍ରମୋଦ ସିଂ ଏକ ନିର୍ଦ୍ଦେଶ ଜାରି କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ ଦର୍ଶାଯାଇଛି ଯେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସ୍କୁଲ ବ୍ୟାଗ ପଲିସି ୨୦୨୦ ପାଳନ ଅନୁଯାୟୀ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜଣେ ଅଧିକାରୀଙ୍କ କହିବାନୁସାରେ, ମଧ୍ୟପ୍ରଦେଶରେ ପ୍ରାୟ ୧.୩୦ ଲକ୍ଷ ବିଦ୍ୟାଳୟ ଅଛି, ଯେଉଁଥିରେ ପ୍ରାୟ ୧୫୪ ଲକ୍ଷ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ଆଦେଶ ଅନୁଯାୟୀ, ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ କୌଣସି ହୋମୱାର୍କ ଦିଆଯିବ ନାହିଁ ।

ନିର୍ଦ୍ଦେଶରେ କୁହାଯାଇଛି ଯେ ଜିଲା ଶିକ୍ଷା ଅଧିକାରୀ ପ୍ରତି ତିନିମାସରେ ନିଜ ଜିଲାର ବିଦ୍ୟାଳୟଗୁଡ଼ିକୁ ମନଇଚ୍ଛା ଚୟନ କରି ସ୍କୁଲ ବ୍ୟାଗଗୁଡ଼ିକର ଓଜନ ଯାଞ୍ଚ କରିବେ ଏବଂ ବ୍ୟାଗଗୁଡ଼ିକର ଓଜନ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଅଛି କି ନାହିଁ ତାହା ନିଶ୍ଚିତ କରିବେ। ଏହି ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ତଥା ନ୍ୟାଶନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ଦ୍ୱାରା ଜାରି ପାଠ୍ୟ ପୁସ୍ତକ ଅପେକ୍ଷା ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ପୁସ୍ତକ ରହିବା ଉଚିତ ନୁହେଁ। ଆଦେଶ ଅନୁଯାୟୀ, କମ୍ପ୍ୟୁଟର, ନୈତିକ ଶିକ୍ଷା ଏବଂ ସାଧାରଣ ଜ୍ଞାନ ପାଇ ଶିକ୍ଷାଦାନ ବିନା ପୁସ୍ତକରେ କରାଯିବ। ଏହି କ୍ରମରେ କୁହାଯାଇଛି ଯେ ସ୍ବାସ୍ଥ୍ୟ, ଶାରୀରିକ ଶିକ୍ଷା, କ୍ରୀଡା ଏବଂ କଳା ଶିକ୍ଷାଦାନ ମଧ୍ୟ ପୁସ୍ତକ ବିନା କରାଯିବା ଉଚିତ।

ଛାତ୍ରୀଛାତ୍ରମାନଙ୍କ ପାଇଁ ବସ୍ତାନୀର ଓଜନ ସ୍ଥିର କରିବାବେଳେ କୁହାଯାଇଛି ଯେ ବର୍ତ୍ତମାନ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ଛାତ୍ରମାନଙ୍କ ବ୍ୟାଗଗୁଡ଼ିକର ଓଜନ ସୀମା ୧.୬ କିଲୋଗ୍ରାମରୁ ୨.୨ କିଲୋଗ୍ରାମ ହେବ, ଯେତେବେଳେ କି ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ଓଜନ ସୀମା ୧.୭ କିଲୋଗ୍ରାମରୁ ୨.୫ କିଲୋଗ୍ରାମ,ଷଷ୍ଠ ଏବଂ ସପ୍ତମ ପାଇଁ ୨ କିଲୋଗ୍ରାମରୁ ୩ କିଲୋଗ୍ରାମ, ଅଷ୍ଟମ ପାଇଁ ୨.୫ କିଲୋଗ୍ରାମର ୪ କିଲୋଗ୍ରାମ ଏବଂ ନବମ-ଦଶମ ପାଇଁ ୨.୫ କିଲୋଗ୍ରାମରୁ ୪.୫ କିଲୋଗ୍ରାମ ହେବ। ଏହି ନିର୍ଦ୍ଦେଶ ଅନୁଯାୟୀ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗଗୁଡ଼ିକର ଓଜନ ବିଭିନ୍ନ ବିଷୟ ଆଧାରରେ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ସ୍ଥିର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri