Categories: ଜାତୀୟ

ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ଲାଗିଲା ନିଆଁ

ପୂର୍ବ ଗୋଦାବରୀ,୬।୯: ରବିବାର ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଥିବା ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ନିଆଁ ଲାଗିଥିବା ସୂଚନା ମିଳିଛି। ହେଲେ ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଲିସର ସୂଚନାରୁ ଜଣପାଡିଛି କି ଶନିବାର ରାତି ପ୍ରାୟ ୧ଟାରେ ରଥରେ ନିଆ ଲାଗିଯାଇଥିବା ବେଳେ ଏହା ରବିବାର ଦିନ ଭୋର ୩ଟାରେ ଲିଭିଥିଲା। ରଥଟି ମନ୍ଦିରଠାରୁ ପାଖାପାଖି ୨ଶହ ମିଟର ଦୂରରେ ଥିବାରୁ ମନ୍ଦିରର କୌଣସି କ୍ଷତି ହୋଇ ନାହିଁ। କେବଳ ରଥଟି ଜଳି ଯାଇଛି।

Share