ଗାଡ଼ି ପୋଡ଼ି ନେଇ ୩୬୬ ଜଣଙ୍କ ନାମରେ ମାମଲା

ଅନୁଗୋଳ,୩୧ା୭(ଅମିତ କୁମାର ସାମଲ): ଆଠମଲ୍ଲିକ ବ୍ଲକ କିଆକଟା ଥାନା ନିକଟସ୍ଥ ଜଙ୍ଗଲରୁ ନାବାଳକ ସଞ୍ଜୀବ ବିଶ୍ୱାଳଙ୍କ ମୃତଦେହ ଠାବ କରାଯିବା ପରେ ଘଟଣାସ୍ଥଳକୁ ପୋଲିସ ଯାଇଥିଲା। ହେଲେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କହିବା ସହ କିଆକଟା ପୋଲିସ ଭ୍ୟାନ୍‌ (ନଂ ଓଡି୦୫ପି-୨୭୪୮)ରେ ନିଅଁା ଲଗାଇ ଦେଇଥିବା ଗୃହରକ୍ଷୀ ନରେନ୍ଦ୍ର କୁମାର ଦେହୁରୀ ଶନିବାର ସକାଳେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ. ୬୯/୨୩ରେ ମାମଲା ରୁଜୁ କରିଛି। ନରେନ୍ଦ୍ର ଅଭିଯୋଗରେ ଦର୍ଶାଇଛନ୍ତି, ଟୁସର, ସୁବର୍ଣ୍ଣପୁର, ଶାନ୍ତପୁର, ମୁଣ୍ଡାପଡ଼ା, କିଆକଟା, ଟିକିରାସାହି, ବାସୁଦେବପୁର, ଭୋଇପଡ଼ା, ବରେଣୀ ଆଦି ଅଞ୍ଚଳର ୩୬୬ ଜଣ ଏହି କାଣ୍ଡ ଭିଆଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ନାମ ଉଲ୍ଲେଖ କରାଯାଇଥିବାବେଳେ ୩୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସମ୍ପୃକ୍ତି ଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।